ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ଟିଏମସି ସାଂସଦଙ୍କ ବାପି ହଲଦରଙ୍କ ଅଫିସ ଉପରେ ଆକ୍ରମଣ
ଚେତାବନୀ ସତ୍ତ୍ୱେ କାନାଡାରେ ପୁଣି ଅଦିନିଆ ରଥଯାତ୍ରା, ଇସ୍କନକୁ ନେଇ ବଢ଼ିଲା ବିବାଦ
ମମତାଙ୍କ ବୈଠକକୁ ଆସିଲେନି ଟିଏମସିର ୬୦ ବିଧାୟକ
୩ ମାସ ମଧ୍ୟରେ ୫ ହଜାର ନର୍ସିଂ ପଦବୀ ପୂରଣ, ଖୁବ୍‌ଶୀଘ୍ର ବିଜ୍ଞପ୍ତି: ସ୍ୱାସ୍ଥ୍ୟମନ୍ତ୍ରୀ
ପୁଣି ବଢ଼ିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଦର

କାନାଡାରେ ପୁଣି ଅଦିନିଆ ରଥଯାତ୍ରା

0

ଇସ୍କନକୁ ନେଇ ବଢ଼ିଲା ବିବାଦ
ନ୍ୟୁଜ୍ ବ୍ୟୁରୋ: ଅଦିନିଆ ରଥଯାତ୍ରାକୁ ନେଇ ପୁଣିଥରେ ବିବାଦରେ ଆସିଛି ଇସ୍କନ। ବାରମ୍ବାର ଚେତାବନୀ ଓ ଆପତ୍ତି ସତ୍ତ୍ୱେ କାନାଡାର ଦୁଇଟି ସ୍ଥାନରେ ଗତ ମେ ୩୦ ଓ ୩୧ ତାରିଖରେ ରଥଯାତ୍ରା ଆୟୋଜନ କରାଯାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ମେ ୩୦ ତାରିଖରେ କାନାଡାର ୱାଟର ଲୁ ପାର୍କରେ ଏବଂ ପରଦିନ ନାଏଗ୍ରା ଅଞ୍ଚଳରେ ରଥଯାତ୍ରା ପାଳନ କରାଯାଇଛି। ଏହାକୁ ନେଇ ଶ୍ରୀଜଗନ୍ନାଥ ଭକ୍ତ ଏବଂ ସଂସ୍କୃତିପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସମାଲୋଚକମାନଙ୍କ ମତରେ, ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ନିର୍ଦ୍ଦିଷ୍ଟ ତିଥି ରହିଥିବା ବେଳେ ଅନ୍ୟ ସମୟରେ ରଥଯାତ୍ରା ଆୟୋଜନ କରିବା ଜଗନ୍ନାଥ ପରମ୍ପରା ଓ ସଂସ୍କୃତି ସହ ସଙ୍ଗତିପୂର୍ଣ୍ଣ ନୁହେଁ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପୂର୍ବରୁ ମଧ୍ୟ ଆପତ୍ତି ଉଠାଇଥିବା ଏବଂ ଇସ୍କନକୁ ଚେତାବନୀ ଦେଇଥିବା କୁହାଯାଉଛି।

ତେବେ ଇସ୍କନ ପକ୍ଷରୁ ବିଶ୍ୱବ୍ୟାପୀ ଭାବେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ଭକ୍ତମାନଙ୍କ ଅଂଶଗ୍ରହଣକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ରଥଯାତ୍ରା ଆୟୋଜନ କରାଯାଉଥିବା କଥା ପୂର୍ବରୁ କହାଯାଇଛି। ଅଦିନିଆ ରଥଯାତ୍ରାକୁ ନେଇ ବିବାଦ ଜାରି ରହିଥିବା ବେଳେ, ଏହା ଉପରେ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡିତ ବିଭିନ୍ନ ମହଳରେ ଚର୍ଚ୍ଚା ଆହୁରି ତୀବ୍ର ହୋଇଛି।

Leave A Reply

Your email address will not be published.