ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ଦୁଷ୍କର୍ମ ମାମଲାରେ ୮ ବର୍ଷ ପରେ ଫେରାର ମୌଲାନା ଜାମସେଦପୁରରୁ ଗିରଫ

0

ଝାଡଖଣ୍ଡ: ଦୁଷ୍କର୍ମ ଅଭିଯୋଗରେ ଦୀର୍ଘ ୮ ବର୍ଷ ଧରି ଫେରାର ଥିବା ଜଣେ ମୌଲାନାଙ୍କୁ ଜଗତପୁର ପୋଲିସ ଝାଡଖଣ୍ଡର ଜାମସେଦପୁରରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପଦ୍ମପୁର ମୁତାରିଫା ଗ୍ରାମର ସେକ୍ ନଜିମୁଲ ଅରଫିନ୍ ଓରଫ ହାପିଜ୍ (୪୫)। ୨୦୧୮ ମସିହାରେ ଜଣେ ମହିଳା ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।

ପୀଡ଼ିତାଙ୍କ ସ୍ୱାମୀଙ୍କ ମଦ ଛଡ଼ାଇବା ପାଇଁ “ତନ୍ତ୍ର-ମନ୍ତ୍ର ଔଷଧ” ଦେବାକୁ କହି ଅଭିଯୁକ୍ତ ତାଙ୍କୁ ନିଜ ଘରକୁ ଡାକିଥିଲେ। ୨୦୧୮ ଜୁଲାଇ ୨୭ ତାରିଖରେ ଏକାକୀ ଅବସ୍ଥାରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ପ୍ରକାଶ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ରହିଛି। ପରେ ପୀଡ଼ିତା ଜଗତପୁର ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଦୀର୍ଘ ତଦନ୍ତ ପରେ ତାଙ୍କ ଅବସ୍ଥାନ ଝାଡଖଣ୍ଡରେ ଚିହ୍ନଟ କରି ପୋଲିସ ଗିରଫ କରିଛି ଏବଂ କୋର୍ଟଚାଲାଣ କରିଛି।

Leave A Reply

Your email address will not be published.