ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ବିରୋଧୀ ଦଳ ନେତା ନିଯୁକ୍ତିକୁ ନେଇ ହାଇକୋର୍ଟ ଯିବ ଟିଏମସି

0

ପଶ୍ଚିମବଙ୍ଗ: ଟିଏମସି ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା (ଏଲଓପି) ନିଯୁକ୍ତିକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଯାଉଛି। ଦଳରୁ ବହିଷ୍କୃତ ନେତା ଋତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରାଯିବା ନେଇ ବାଚସ୍ପତି ରଥୀନ୍ଦ୍ର ବୋଷଙ୍କ ନିଷ୍ପତ୍ତିକୁ ଟିଏମସି ବେଆଇନ ବୋଲି ଦାବି କରିଛି। ମମତା ବାନାର୍ଜୀଙ୍କ କାଳୀଘାଟ ସ୍ଥିତ ବାସଭବନରେ ଆୟୋଜିତ ଏକ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବୈଠକରେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଆଇନଗତ ଭାବେ ଚାଲେଞ୍ଜ କରିବାକୁ ଦଳ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି ଯେ ବାଚସ୍ପତିଙ୍କ ଦ୍ୱାରା ବିରୋଧୀ ଦଳ ନେତା ନିଯୁକ୍ତି ସମ୍ପୂର୍ଣ୍ଣ ବେଆଇନ ଏବଂ ଏହାକୁ ହାଇକୋର୍ଟରେ ଚାଲେଞ୍ଜ କରାଯିବ। ରିପୋର୍ଟ ଅନୁଯାୟୀ, ସୋମବାର ଦଳ ପକ୍ଷରୁ ଏ ସମ୍ପର୍କିତ ଏକ ପିଟିସନ ଦାଖଲ କରାଯିବ। ଅନ୍ୟପଟେ, ଦଳୀୟ ସଂଗଠନରେ କିଛି ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ମଧ୍ୟ ଘୋଷଣା କରାଯାଇଛି। ମମତା ବାନାର୍ଜୀ ଦଳର ସଭାପତି ପଦରେ ବଜାୟ ରହିଥିବା ବେଳେ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଜାତୀୟ ସାଧାରଣ ସମ୍ପାଦକ ପଦରେ ରଖାଯାଇଛି।

ସେହିପରି, ଡେରେକ ଓବ୍ରାଏନ ଓ ଡୋଲା ସେନଙ୍କୁ ଦଳର ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ମିଳିଥିବା ବେଳେ, ପୂର୍ବତନ ଅର୍ଥମନ୍ତ୍ରୀ ଚନ୍ଦ୍ରୀମା ଭଟ୍ଟାଚାର୍ଯ୍ୟଙ୍କୁ ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି। ଏହାଛଡ଼ା ସାୟନି ଘୋଷଙ୍କୁ ଟିଏମସି ଯୁବ ଶାଖା ସଭାପତି ଏବଂ ମାଲା ରାୟଙ୍କୁ ମହିଳା ଶାଖା ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ବିରୋଧୀ ଦଳ ନେତା ପ୍ରସଙ୍ଗକୁ ନେଇ ରାଜ୍ୟର ରାଜନୀତିରେ ନୂଆ ବିବାଦ ଆରମ୍ଭ ହୋଇଥିବା ବେଳେ ହାଇକୋର୍ଟର ରାୟ ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.