ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ମାଗଣା ବସ୍‌ରେ ଯାତ୍ରା କରିବେ ନିଟ୍‌ ପରୀକ୍ଷାର୍ଥୀ

0

ଭୁବନେଶ୍ବର: ନିଟ୍ ୟୁଜି ପୁନଃପରୀକ୍ଷାକୁ ନେଇ ରାଜ୍ୟ ସରକାର ପରୀକ୍ଷାର୍ଥୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ନିଟ୍ ୟୁଜି ପରୀକ୍ଷାର୍ଥୀମାନେ ଓଏସଆରଟିସି (OSRTC) ବସ୍‌ରେ ସମ୍ପୂର୍ଣ୍ଣ ମାଗଣାରେ ଯାତ୍ରା କରିପାରିବେ। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରାଯାଇଛି। ପରୀକ୍ଷାର୍ଥୀମାନେ ନିଜର ଆଡମିଟ୍ କାର୍ଡ ଦେଖାଇ ଓଏସଆରଟିସି ବସ୍‌ରେ ବିନା ଭଡ଼ାରେ ଯାତ୍ରା କରିପାରିବେ।

ଆସନ୍ତା ଜୁନ ୨୧ ତାରିଖରେ ନିଟ୍ ୟୁଜି ପୁନଃପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର ୧୩୪ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୫୬,୯୮୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀମାନେ ଯେପରି ସହଜରେ ଓ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିପାରିବେ, ସେଥିପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏହି ନିଷ୍ପତ୍ତିକୁ ପରୀକ୍ଷାର୍ଥୀ ଓ ଅଭିଭାବକମାନେ ସ୍ୱାଗତ କରିଛନ୍ତି। ଯାତାୟାତ ଖର୍ଚ୍ଚ କମିବା ସହ ପରୀକ୍ଷା ଦିନରେ ଯାତ୍ରା ଜନିତ ଚିନ୍ତା ମଧ୍ୟ ହ୍ରାସ ପାଇବ ବୋଲି ମତ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ପଞ୍ଜାବ ସରକାର ମଧ୍ୟ ନିଟ୍ ପରୀକ୍ଷାର୍ଥୀ ଏବଂ ସେମାନଙ୍କ ସହ ଜଣେ ଅଭିଭାବକଙ୍କ ପାଇଁ ଜୁନ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ପଞ୍ଜାବ ରୋଡୱେଜ୍‌ ବସ୍‌ରେ ମାଗଣା ଯାତ୍ରା ସୁବିଧା ଘୋଷଣା କରିଥିଲେ। ପରୀକ୍ଷାର୍ଥୀଙ୍କ ସୁବିଧାକୁ ପ୍ରାଥମିକତା ଦେଇ ଓଡ଼ିଶା ସରକାରଙ୍କ ଏହି ପଦକ୍ଷେପକୁ ମଧ୍ୟ ଏକ ଛାତ୍ରବନ୍ଧବ ନିଷ୍ପତ୍ତି ଭାବେ ଦେଖାଯାଉଛି।

Leave A Reply

Your email address will not be published.