ପ୍ରମୁଖ ଖବର

ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍‌ ନିକଟରେ ତାଳଚେର-ପୁରୀ ଟ୍ରେନ୍‌ର ଇଞ୍ଜିନ୍‌ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC

ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ

0

ଭୁବନେଶ୍ବର: ଓଡ଼ିଆ ଭାଷାର ଉଚ୍ଚାରଣ ଓ ସାଂସ୍କୃତିକ ପରିଚୟକୁ ସୁରକ୍ଷିତ ରଖିବା ଲକ୍ଷ୍ୟରେ ରାଜ୍ୟ କ୍ୟାବିନେଟ୍‌ ୨୬ଟି ଜିଲ୍ଲାର ୬୪ଟି ସ୍ଥାନର ଇଂରାଜୀ ନାମର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ଦେଇଛି। ଉପନିବେଶୀୟ ଅମଳରେ ପ୍ରଚଳିତ ହୋଇଥିବା ଅନେକ ଇଂରାଜୀ ନାମ ଓଡ଼ିଆ ଉଚ୍ଚାରଣ ସହ ସମଞ୍ଜସ ନ ଥିବାରୁ ସେଗୁଡ଼ିକୁ ସଠିକ୍ ରୂପ ଦିଆଯିବ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଜିଲ୍ଲାପାଳମାନଙ୍କୁ ଏଭଳି ସ୍ଥାନ ଚିହ୍ନଟ କରିବାକୁ କୁହାଯାଇଥିଲା ଯେଉଁଠାରେ ଇଂରାଜୀ ନାମ ଓଡ଼ିଆ ଉଚ୍ଚାରଣଠାରୁ ଭିନ୍ନ ରହିଛି। ଜନପ୍ରତିନିଧି ଓ ସାଧାରଣ ଲୋକଙ୍କଠାରୁ ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

ବିଶିଷ୍ଟ ସାହିତ୍ୟିକା ଡ଼. ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ଏହି ପ୍ରସ୍ତାବଗୁଡ଼ିକର ସମୀକ୍ଷା କରିଥିଲା। ପରେ ସାଧାରଣ ଲୋକଙ୍କ ମତାମତ ପାଇଁ ସୁପାରିଶଗୁଡ଼ିକୁ ଏକ ମାସ ପର୍ଯ୍ୟନ୍ତ ସାର୍ବଜନୀନ କରାଯାଇଥିଲା। ସମସ୍ତ ପ୍ରକ୍ରିୟା ପରେ ୬୪ଟି ସ୍ଥାନର ଇଂରାଜୀ ନାମ ସଂଶୋଧନ ପାଇଁ କମିଟି ସୁପାରିଶ କରିଥିଲା, ଯାହାକୁ କ୍ୟାବିନେଟ୍‌ ଅନୁମୋଦନ କରିଛି। ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ସରକାର ଏହି ନିଷ୍ପତ୍ତିକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଇବେ। ଗେଜେଟ୍‌ ବିଜ୍ଞପ୍ତି ଜାରି ହେବା ପରେ ସର୍ଭେ ଅଫ୍‌ ଇଣ୍ଡିଆ, ଭାରତୀୟ ରେଳବାଇ, ଡାକ ବିଭାଗ ଓ ଜନଗଣନା କାର୍ଯ୍ୟାଳୟ ସମେତ ସମସ୍ତ ସଂସ୍ଥା ନିଜ ରେକର୍ଡରେ ନୂଆ ନାମ ଅଦ୍ୟତନ କରିବେ।

ଅନୁମୋଦିତ ପ୍ରମୁଖ ପରିବର୍ତ୍ତନ ମଧ୍ୟରେ ରହିଛି । ଅନୁଗୋଳ (Angul), ବାଲେଶ୍ୱର (Balasore), ବାଲାଙ୍ଗିର (Bolangir), କଟକ (Cuttack), ବ୍ରହ୍ମପୁର (Berhampur), ଦେବଗଡ଼ (Deogarh), କେନ୍ଦୁଝର (Keonjhar), ଖୋର୍ଦ୍ଧା (Khurda), ଜୟପୁର (Jeypore), ନୟାଗଡ଼ (Nayagarh), ସୁନ୍ଦରଗଡ଼ (Sundargarh) ଓ ରାଉରକେଲା (Rourkela) ଆଦି। ରାଜ୍ୟ ସରକାରଙ୍କ କହିବା ଅନୁସାରେ, ଏହି ପଦକ୍ଷେପ ଓଡ଼ିଆ ଭାଷାର ମୌଳିକ ଉଚ୍ଚାରଣ, ଐତିହାସିକ ସତ୍ୟତା ଓ ‘ଓଡ଼ିଆ ଅସ୍ମିତା’କୁ ଅଧିକ ସୁଦୃଢ଼ କରିବ।

Leave A Reply

Your email address will not be published.