ପ୍ରମୁଖ ଖବର

ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍‌ ନିକଟରେ ତାଳଚେର-ପୁରୀ ଟ୍ରେନ୍‌ର ଇଞ୍ଜିନ୍‌ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC

ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା

0

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ୍ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଜାମିନ୍ ମିଳିନଥିବାରୁ ଜେଲ୍ ପଠାଯାଇଛି। ଗିରଫ ପରେ ତାଙ୍କୁ ଏସଡିଜେମ୍ କୋର୍ଟରେ ହାଜର କରାଯାଇଥିଲା। ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଶୁଣାଣି ପରେ ଜାମିନ୍ ଆବେଦନ ଖାରଜ ହେବାରୁ ଚାମେଲି ଓଝାଙ୍କୁ ଜେଲ୍ ପଠାଯାଇଛି।

ବିଡିଓଙ୍କୁ ଦୁର୍ବ୍ୟବହାର କରିବା ଏବଂ ପୋଲିସ ଉପରେ ଆକ୍ରମଣ ଅଭିଯୋଗରେ ଚାମେଲିଙ୍କ ନାଁରେ ଦୁଇଟି ମାମଲା ରୁଜୁ ହୋଇଛି। ଅସୁସ୍ଥତା ଅଭିଯୋଗ ପରେ ସେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ଥିଲେ। ପରେ ସେଠାରୁ ତାଙ୍କୁ କୋର୍ଟକୁ ଅଣାଯାଇଥିଲା। ଲୋକଙ୍କ ସମସ୍ୟା ନେଇ ମହାକାଳପଡ଼ା ବ୍ଲକ୍ ବିଡିଓଙ୍କୁ ଭେଟିବାକୁ ଯାଇଥିବା ବେଳେ ଚାମେଲି ଓଝା ଓ ବିଡିଓଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ବିଡିଓଙ୍କ ଚାମ୍ବରରେ ଅଭିଯୋଗ କରିବା ସହ ଭିଡିଓ ରେକର୍ଡିଂକୁ କେନ୍ଦ୍ର କରି ପରିସ୍ଥିତି ଉତ୍ତେଜିତ ହୋଇଥିଲା। ପରେ ପୋଲିସ ପହଞ୍ଚି ଚାମେଲି ଓ ତାଙ୍କ ଭାଇଙ୍କୁ ଥାନାକୁ ନେଇଥିଲା।

ଅନ୍ୟପଟେ, ଥାନାକୁ ନେବା ବେଳେ ପୋଲିସ ଗାଡ଼ି ଭିତରେ ତାଙ୍କୁ ମାଡ଼ ମାରିଥିବା ନେଇ ଚାମେଲି ଓଝା ଏସ୍ପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। ଜିଲ୍ଲା ସରପଞ୍ଚ ସଂଘର ସମ୍ପାଦକ ସଞ୍ଜୟ ସେଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏସ୍ପିଙ୍କୁ ଭେଟି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଚାମେଲି ଓଝା ମଧ୍ୟ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ହସ୍ତକ୍ଷେପ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.