ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ

0

ନୂଆଦିଲ୍ଲୀ: ଦେଶର ଡାକ ସେବାକୁ ଅଧିକ ଦ୍ରୁତ ଓ ଆଧୁନିକ କରିବା ଦିଗରେ ବଡ଼ ପଦକ୍ଷେପ ନେଇଛି ଡାକ ବିଭାଗ। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍‌. ସିନ୍ଧିଆ ଶନିବାର ସୂଚନା ଦେଇଛନ୍ତି ଯେ, ହିମାଚଳ ପ୍ରଦେଶରେ ଡ୍ରୋନ୍‌ ମାଧ୍ୟମରେ ଚିଠି ଓ ପାର୍ସଲ୍ ପରିବହନ ସେବା ଆରମ୍ଭ କରାଯାଇଛି। ଏହା ଫଳରେ ପୂର୍ବରୁ ୨ ଘଣ୍ଟା ଲାଗୁଥିବା ଯାତ୍ରା ସମୟ ମାତ୍ର ୭ ମିନିଟ୍‌କୁ ହ୍ରାସ ପାଇଛି। ଗ୍ରାମୀଣ ଡାକ ସେବକ ଓ ଡାକ କର୍ମଚାରୀଙ୍କ ସହ ଆଲୋଚନା ସମୟରେ ଦୁର୍ଗମ ଅଞ୍ଚଳରେ ଦ୍ରୁତ ସଂଯୋଗ ବ୍ୟବସ୍ଥାର ଆବଶ୍ୟକତା ଅନୁଭବ କରାଯାଇଥିଲା। ଏହାକୁ ଆଧାର କରି ଡ୍ରୋନ୍‌ ଭିତ୍ତିକ ଡାକ ପରିବହନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଆଗାମୀ ୨ରୁ ୩ ମାସ ମଧ୍ୟରେ ହିମାଚଳ ପ୍ରଦେଶ ଓ ଆସାମର ପ୍ରାୟ ୧୫୦ଟି ଚିହ୍ନଟ ରୁଟ୍‌ରେ ଏହି ସେବା ଆରମ୍ଭ କରିବାକୁ ଡାକ ବିଭାଗ ଯୋଜନା କରିଛି। ମଣ୍ଡି-ରେହରଧାର ରୁଟ୍‌ରେ ସର୍ବପ୍ରଥମେ ଏହି ସେବା କାର୍ଯ୍ୟକ୍ଷମ ହୋଇଛି।

ମଣ୍ଡି ମୁଖ୍ୟ ଡାକଘରଠାରୁ ପ୍ରାୟ ୧୨ କିଲୋମିଟର ଦୂରରେ ଥିବା ରେହରଧାର ଶାଖା ଡାକଘରକୁ ପାରମ୍ପରିକ ବ୍ୟବସ୍ଥାରେ ସଂଯୋଗ କରିବାକୁ ୨ ଘଣ୍ଟାରୁ ଅଧିକ ସମୟ ଲାଗୁଥିଲା। ଡ୍ରୋନ୍‌ ବ୍ୟବହାର ଯୋଗୁଁ ଏହି ସମୟ ମାତ୍ର ୭ ମିନିଟ୍‌କୁ କମିଯାଇଛି। ଏହି ବ୍ୟବସ୍ଥା ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଡାକ ସେବାକୁ ସୁଗମ କରିବା ସହ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ଭାବେ ମଧ୍ୟ କାମ କରିବ। ଏହା ଫଳରେ ଦୂରଦୁରାନ୍ତ ଅଞ୍ଚଳର ଲୋକମାନେ ଶୀଘ୍ର ଓ ଉନ୍ନତ ଡାକ ସେବା ପାଇପାରିବେ।

Leave A Reply

Your email address will not be published.