ପ୍ରମୁଖ ଖବର

ଘୋଷଣା ହେଲା ୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର; ‘ପୁଷ୍କରା’, ‘ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌’ ଓ ‘ଆଶ୍ରମ’ ଶ୍ରେଷ୍ଠ ଚଳଚ୍ଚିତ୍ର
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ତଦନ୍ତ ସରିଲା, ଆଜି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇପାରେ କମିଟି
ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ମାଗଣା ସ୍କୁଲ୍ ବ୍ୟାଗ୍
ରଥଯାତ୍ରାରେ ପିପିଲି ଟୋଲ୍‌ ଫି’ ଛାଡ଼, ଚଳାଚଳ କରିବ ହଜାରେ ବସ୍‌
ବିଜେଡିରେ ସାମିଲ ହେଲେ ସୁଜାତା ଆର୍ କାର୍ତ୍ତିକେୟନ

ପାଠ୍ୟପୁସ୍ତକ ତ୍ରୁଟି ମାମଲାର ତଦନ୍ତ ଶେଷ

0

ଭୁବନେଶ୍ବର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଶହଶହ ତ୍ରୁଟି ଘଟଣାକୁ ନେଇ ଗଠିତ ଉଚ୍ଚସ୍ତରୀୟ ତଦନ୍ତ କମିଟି ନିଜର ଯାଞ୍ଚ ପ୍ରକ୍ରିୟା ଶେଷ କରିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂହଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ କମିଟି ୭ ଦିନ ଧରି ଏସ୍‌ସିଇଆର୍‌ଟି କାର୍ଯ୍ୟାଳୟରେ ତନାଘନା କରିବା ପରେ ତଦନ୍ତ ସମାପ୍ତ କରିଛି। ତଦନ୍ତ ସମୟରେ ପୁସ୍ତକ ପ୍ରସ୍ତୁତି ଓ ପ୍ରକାଶନ ପ୍ରକ୍ରିୟାରେ କାହାର କେଉଁ ଭୂମିକା ରହିଥିଲା ଏବଂ ତ୍ରୁଟି ପାଇଁ କିଏ ଉତ୍ତରଦାୟୀ, ସେନେଇ କମିଟି ବିସ୍ତୃତ ଭାବେ ଅନୁଧ୍ୟାନ କରିଛି। ବିଭିନ୍ନ ଫାଇଲ, ଦସ୍ତାବିଜ ଓ କଣ୍ଟେଣ୍ଟ ପ୍ରସ୍ତୁତି ସମ୍ପର୍କିତ ରେକର୍ଡକୁ ତନ୍ନତନ୍ନ କରି ଯାଞ୍ଚ କରାଯାଇଛି।

ସୂଚନା ଅନୁଯାୟୀ, ଏସ୍‌ସିଇଆର୍‌ଟିର ନିର୍ଦ୍ଦେଶିକା, ଉପ-ନିର୍ଦ୍ଦେଶକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ତ୍ରୁଟି ହେବା ପଛରେ ପ୍ରଶାସନିକ ଓ ବୈଷୟିକ ସ୍ତରରେ କେଉଁଠି ଅବହେଳା ରହିଥିଲା, ସେନେଇ ମଧ୍ୟ ତଦନ୍ତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କମିଟି ଆଜି ତାହାର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିପାରେ। ରିପୋର୍ଟ ଆଧାରରେ କେଉଁ ଅଧିକାରୀ କିମ୍ବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ, ତାହାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଛି।

ଉଲ୍ଲେଖଯୋଗ୍ୟ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ଶହଶହ ତ୍ରୁଟି ଚିହ୍ନଟ ହେବା ପରେ ରାଜ୍ୟବ୍ୟାପୀ ଅସନ୍ତୋଷ ଦେଖାଦେଇଥିଲା। ଏହି ପ୍ରସଙ୍ଗ ଲୋକସେବା ଭବନଠାରୁ ଆରମ୍ଭ କରି ଗାଁ ଗହଳି ପର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ ସମସ୍ତଙ୍କ ନଜର ତଦନ୍ତ ରିପୋର୍ଟ ଓ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।

Leave A Reply

Your email address will not be published.