ଭୁବନେଶ୍ବର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ରାଇଛନ୍ଦା ଗ୍ରାମର ଅର୍ଜୁନ ଚରଣ ଓଝା ଓ ସାବିତ୍ରୀ ଓଝାଙ୍କ ପଞ୍ଚମ ପୁତ୍ର ହେମନ୍ତ ଓଝା(୨୫)। ୨୦୦୯ ମସିହାରେ ପିସି ଘଡାଇ ହାଇସ୍କୁଲରୁ ମାଟ୍ରିକ୍ ପାସ୍ କରିଥିଲେ ମଧ୍ୟ ଅର୍ଥ ଅଭାବରୁ ସେହିବର୍ଷ ଯୁକ୍ତ୨ରେ ନାମ ଲେଖାଇ ପାରି ନଥିଲେ। କାରଣ ତାଙ୍କ ବାପା ପଥର କାଟି ପରିବାର ଚଳାନ୍ତି। ବର୍ଷେ ପରେ ଭିଏନ୍ କଲେଜରେ ଯୁକ୍ତ୨। ଯୁକ୍ତ ୩ରେ ନାମ ଲେଖାଇବା ପାଇଁଁ ମଧ୍ୟ ଅର୍ଥ ପ୍ରତିବନ୍ଧକ ସାଜିଥିଲା ଓ ଗୋଟିଏ ବର୍ଷ ପଢା ବନ୍ଦ ରହିଥିଲା।
ହେଲେ ବଡ଼ ହେଲେ ବୈଜ୍ଞାନିକ େହବାର ନିଶା ଆଗରେ ଗରିବି ହାର ମାନିଛି। ନିଜେ ଟ୍ୟୁସନ କରି ଉଚ୍ଚଶିକ୍ଷା ଲାଭ କରିବା ପରେ ହେମନ୍ତ ଏବେ ଭାରତ ସରକାରଙ୍କ ପକ୍ଷରୁ ଅନ୍ୟ ୪ଜଣଙ୍କ ସହ ନାସାକୁ ଯାଇଥିଲେ। ଜଳବାୟୁ ପରିବର୍ତନ, ପୂର୍ବାନୁମାନ ଏବଂ ସ୍ୟାଟେଲାଇଟରେ ମେସେଜ ସଂପର୍କିତ ତାଙ୍କ ପ୍ରକଳ୍ପ ସେଠାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସୂଚନା ମିଳିଛି।
ନାସା କର୍ତୃପକ୍ଷ ତାଙ୍କୁ ଜୁନିୟର ବୈଜ୍ଞାନିକ ଭାବେ ନିଯୁକ୍ତି କରିବା ପାଇଁ ଇସ୍ରୋ ଜରିଆରେ ପତ୍ର ଲେଖିଛନ୍ତି। ଆସନ୍ତା ୨୨ ତାରିଖରେ ସେ ଆମେରିକା ଯାତ୍ରା କରିବେ।
ପ୍ରମୁଖ ଖବର
ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୧୫ରୁ ଅଧିକ ଦୋକାନ ପୋଡି ପାଉଁଶ
ଖଣ୍ଡଗିରି ଡବଲ ମର୍ଡରର ପର୍ଦ୍ଦାଫାଶ: ଦୁଇ ନାବାଳକ ଅଭିଯୁକ୍ତ ଅଟକ
୩ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା: ୬୫ ବର୍ଷୀୟ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ
ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍
ଦିଲ୍ଲୀରେ ଇଭିକୁ ବଡ଼ ପ୍ରୋତ୍ସାହନ, ୨୦୨୮ରୁ ବନ୍ଦ ହେବ ପେଟ୍ରୋଲ ଦୁଇଚକିଆ ପଞ୍ଜୀକରଣ