କଂଗ୍ରେସ ମହିଳା ଶାଖା ମୁଖ୍ୟଙ୍କ ପ୍ରତିଶ୍ରୁତି
ସଂଖ୍ୟାଲଘୁଙ୍କୁ ତୁଷ୍ଟୀକରଣ ଉଦ୍ୟମ
ନୂ୍ଆଦିଲ୍ଲୀ : କଂଗ୍ରେସ ଯଦି ୨୦୧୯ରେ କ୍ଷମତାକୁ ଆସିବ ତେବେ ଏହା ବିବାଦୀୟ ‘ତିନି ତଲାକ୍’ ଆଇନକୁ ରଦ୍ଦ କରିଦେବ। ଆଜି ଏଭଳି ପ୍ରତିଶ୍ରୁତି ଦେଇଛନ୍ତି କଂଗ୍ରେସ ମହିଳା ଶାଖା ମୁଖ୍ୟ ସୁଶ୍ମିତା ଦେବ୍। ଗୁରୁବାର ଦିଲ୍ଲୀରେ ଆୟୋଜିତ ଏଆଇସିସି ସଂଖ୍ୟାଲଘୁ ବିଭାଗର ଜାତୀୟ ସମ୍ମିଳନୀରେ େସ ଏପରି କାର୍ଡ େଖଳିଛନ୍ତି। ଏହି ସମ୍ମିଳନୀରେ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ।
ସୁଶ୍ମିତା କହିଛନ୍ତି, ମୁସଲିମ୍ ପୁରୁଷଙ୍କୁ ଜେଲ୍ରେ ଭର୍ତ୍ତି କରିବାପାଇଁ ଏବଂ ସେମାନଙ୍କୁ ଥାନାରେ ପୂରାଇବାପାଇଁ ମୋଦୀ ସରକାର ଏହି ଆଇନକୁ ଅସ୍ତ୍ର କରିବେ। କଂଗ୍ରେସ ଏହି ବିଲ୍କୁ ରାଜ୍ୟସଭାରେ ଗୃହିତ କରାଇ ଦେବନି। ବିଜେପି ଆଜି କଂଗ୍ରେସକୁ କଡ଼ା ସମାଲୋଚନା କରିଛି। ସଂଖ୍ୟାଲଘୁଙ୍କୁ ସନ୍ତୁଷ୍ଟ ପାଇଁ କଂଗ୍ରେସ ଏଭଳି ପ୍ରତିଶ୍ରୁତି ଦେଉଛି ବୋଲି ବିଜେପି ନେତା ସମ୍ବିତ ପାତ୍ର କହିଛନ୍ତି। ଉଲ୍ଲେଖଯୋଗ୍ୟ ‘ତିନି ତଲାକ୍’ ବିଲ୍ ଲୋକସଭାରେ ଗୃହୀତ ହୋଇସାରିଥିବାବେଳେ ରାଜ୍ୟସଭାରେ ଏହା ଅଟକି ରହିଛି।
ପ୍ରମୁଖ ଖବର
୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍ ଆଲର୍ଟ