ପ୍ରମୁଖ ଖବର

ପାତ୍ରପଡା ସୂତା କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି
ପେରୁରେ ପର୍ଯ୍ୟଟକ ବିମାନ ଦୁର୍ଘଟଣା, ୧୩ ମୃତ
ଶ୍ରାବଣ ସୋମବାରରେ ୯ ଘଣ୍ଟା ଉପବାସରେ ରହିଲେ ମହାପ୍ରଭୁ ଲିଙ୍ଗରାଜ
କେରଳରେ ବର୍ଷା ବିତ୍ପାତ: ୮ ମୃତ, ୮ ନିଖୋଜ
ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ

0

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲର ଦର ଏବଂ ତେଲ କମ୍ପାନୀଗୁଡ଼ିକର ରପ୍ତାନି ଲାଭକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ଲାଗୁ ହେଉଥିବା ‘ୱିଣ୍ଡଫଲ ଟ୍ୟାକ୍ସ’ରେ ପୁଣିଥରେ ସଂଶୋଧନ କରିଛନ୍ତି। ନୂଆ ହାର ଅଗଷ୍ଟ ୩ରୁ ଲାଗୁ ହୋଇଛି। ସରକାରଙ୍କ ନୂତନ ନିର୍ଦ୍ଦେଶ ଅନୁଯାୟୀ, ପେଟ୍ରୋଲ ରପ୍ତାନି ଉପରେ ୱିଣ୍ଡଫଲ ଟ୍ୟାକ୍ସ ଲିଟର ପ୍ରତି ୨.୫ ଟଙ୍କାରୁ ବୃଦ୍ଧି ପାଇ ୩.୫ ଟଙ୍କା କରାଯାଇଛି। ସେହିପରି ଡିଜେଲ ରପ୍ତାନି ଉପରେ ଏହି କର ଲିଟର ପ୍ରତି ୧୫.୫ ଟଙ୍କାରୁ ବଢ଼ି ୨୪ ଟଙ୍କାରେ ପହଞ୍ଚିଛି।

ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲର ମୂଲ୍ୟ, ରପ୍ତାନି ମାର୍ଜିନ ଏବଂ ତେଲ କମ୍ପାନୀଗୁଡ଼ିକର ଅତିରିକ୍ତ ଲାଭକୁ ବିଚାର କରି ସରକାର ସମୟ ସମୟରେ ୱିଣ୍ଡଫଲ ଟ୍ୟାକ୍ସରେ ପରିବର୍ତ୍ତନ କରିଥାନ୍ତି। ଏହି କରର ମୂଳ ଉଦ୍ଦେଶ୍ୟ ହେଉଛି ବିଶ୍ୱ ବଜାରରେ ତେଲ ଦର ବୃଦ୍ଧି ଯୋଗୁଁ କମ୍ପାନୀମାନେ ପାଉଥିବା ଅତିରିକ୍ତ ଲାଭର ଏକ ଅଂଶକୁ ସରକାରୀ ରାଜସ୍ୱ ଭାବେ ସଂଗ୍ରହ କରିବା।

ତେବେ ଏହି ସଂଶୋଧନର କୌଣସି ପ୍ରଭାବ ବର୍ତ୍ତମାନ ସୁଦ୍ଧା ଦେଶର ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲର ଖୁଚୁରା ଦର ଉପରେ ପଡ଼ିନାହିଁ। ବର୍ତ୍ତମାନ ଏହି ପରିବର୍ତ୍ତନ କେବଳ ରପ୍ତାନି ଉପରେ ଲାଗୁ ହେଉଥିବା କରକୁ ପ୍ରଭାବିତ କରିବ।

Leave A Reply

Your email address will not be published.