ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କ୍ଷୀର ଦର ବୃଦ୍ଧି ପରେ ମହଙ୍ଗା ହେଲା ଛେନା-ପନିର

0

ଭୁବନେଶ୍ବର: କ୍ଷୀର ଦର ବୃଦ୍ଧି ଯୋଗୁଁ ଛେନା ଓ ପନିର ଦର ବଢ଼ିଛି। ଆସନ୍ତା ୧୫ ତାରିଖରୁ ନୂଆ ବର୍ଦ୍ଧିତ ଦର ଲାଗୁ ହେବ। ଏନେଇ ଭୁବନେଶ୍ୱର ଦୁଗ୍ଧଜାତୀୟ ବ୍ୟବସାୟୀ ସୁରକ୍ଷା ସଂଘ ପକ୍ଷରୁ ଅତିରିକ୍ତ ଜିଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିବା ବେଳେ ବିଭିନ୍ନ ବ୍ୟବସାୟୀ ଓ ମିଷ୍ଟାନ୍ନ ଦୋକାନକୁ ମଧ୍ୟ ସୂଚିତ କରାଯାଇଛି।

ସଂଘ ପକ୍ଷରୁ କୁହାଯାଇଛି ଯେ, କ୍ଷୀର ଲିଟର ପିଛା ପ୍ରାୟ ୪ ଟଙ୍କା ଅଧିକ ଦେଇ ସଂଗ୍ରହ କରାଯାଉଛି। ଏଥିସହ ଗୋ-ଖାଦ୍ୟର ଦର ମଧ୍ୟ ବଢ଼ିଛି। ଏହାର ପ୍ରଭାବରେ ଛେନା ଓ ପନିର ଦର ବୃଦ୍ଧି କରାଯାଇଛି ବୋଲି ସଂଘ ସଭାପତି ନବକିଶୋର ବେହେରା ଓ ସମ୍ପାଦକ ଦିଲୀପ ବେହେରା ସୂଚନା ଦେଇଛନ୍ତି।
ନୂଆ ଦର ଅନୁସାରେ, ଛେନା କେଜି ପ୍ରତି ୨୧୫ ଟଙ୍କାରୁ ୨୦ ଟଙ୍କା ବଢ଼ି ୨୩୫ ଟଙ୍କା ହୋଇଛି। ସେହିପରି ପନିର କେଜି ପ୍ରତି ୨୬୦ ଟଙ୍କାରୁ ୩୦ ଟଙ୍କା ବଢ଼ି ୨୯୦ ଟଙ୍କାରେ ପହଞ୍ଚିଛି।

Leave A Reply

Your email address will not be published.