ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ତିରଙ୍ଗା ଯାତ୍ରାରେ ୨ ବିଶ୍ୱ ରେକର୍ଡ

0


ସ୍ୱାଧୀନତା ଦିବସ ପୂର୍ବରୁ ହରିୟାଣାର ପଲୱାଲରେ ଆୟୋଜିତ ବିଶାଳ ତିରଙ୍ଗା ଯାତ୍ରା ଦୁଇଟି ବିଶ୍ୱ ରେକର୍ଡ ହାସଲ କରିଛି। ଗୁରୁବାର ‘ଗୋଲ୍ଡେନ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍‌’ ପକ୍ଷରୁ ‘ସର୍ବଦୀର୍ଘ ସାମୂହିକ ପତାକା ଯାତ୍ରା’ ଏବଂ ‘ସର୍ବାଧିକ ଲୋକଙ୍କ ଜାତୀୟ ପତାକା ଧରିବା’ ବର୍ଗରେ ଏହି ଦୁଇ ରେକର୍ଡ ପଞ୍ଜୀକୃତ ହୋଇଛି।
ଏହି ରେକର୍ଡ ହରିୟାଣାର ପଲୱାଲର ଗୌରବ ଗୌତମଙ୍କ ନାମରେ ପଞ୍ଜୀକୃତ ହୋଇଛି। ଅଗଷ୍ଟ ୧୩ରେ ହଜାର ହଜାର ଲୋକ ହାତରେ ତିରଙ୍ଗା ଧରି ଏହି ବିଶାଳ ଯାତ୍ରାରେ ସାମିଲ ହୋଇଥିଲେ। ‘ସର୍ବଦୀର୍ଘ ସାମୂହିକ ପତାକା ଯାତ୍ରା’ ପାଇଁ ଗୌତମଙ୍କୁ ଅସ୍ଥାୟୀ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଛି।
ଏହି ଐତିହାସିକ ତିରଙ୍ଗା ଯାତ୍ରାରେ ୫ କିଲୋମିଟର ଲମ୍ବ ଓ ୧୦ ଫୁଟ ଚଉଡ଼ା ବିଶାଳ ତିରଙ୍ଗା ପ୍ରଦର୍ଶନ କରାଯାଇଥିଲା। ପ୍ରାୟ ୨୦ଟି ସ୍ଥାନରେ ଯାତ୍ରାକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବୟସ୍କ ଓ ବରିଷ୍ଠ ନାଗରିକମାନେ ଉତ୍ସାହର ସହ ଏଥିରେ ଯୋଗ ଦେଇଥିଲେ।
‘ହର ଘର ତିରଙ୍ଗା’ ଅଭିଯାନ ସହ ଏହି ଆୟୋଜନ ଦେଶଭକ୍ତି, ଜାତୀୟ ଏକତା ଓ ସ୍ୱାଧୀନତା ସଂଗ୍ରାମର ଭାବନାକୁ ଆହୁରି ମଜବୁତ କରିଛି। ଚଳିତ ବର୍ଷ ‘ହର ଘର ତିରଙ୍ଗା’ ଅଭିଯାନ ‘ବନ୍ଦେ ମାତରମ୍‌’ର ୧୫୦ତମ ବର୍ଷ ପାଳନକୁ ସମର୍ପିତ କରାଯାଇଛି।
ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ ସହ ଦେଶବାସୀଙ୍କୁ ‘ହର ଘର ତିରଙ୍ଗା’ ଅଭିଯାନରେ ସକ୍ରିୟ ଭାବେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଆହ୍ୱାନ ଦେଇଛନ୍ତି।

Leave A Reply

Your email address will not be published.