ଭୁବନେଶ୍ବର: ବିଶିଷ୍ଟ ପୋଲିସ ସେବା ପୁରସ୍କାର ୨୦୨୬ ଘୋଷଣା ହୋଇଛି। ଏଥିରେ ଓଡ଼ିଶାର ୧୭ ଜଣ ପୋଲିସ, ଅଗ୍ନିଶମ, ଗୃହରକ୍ଷୀ ଓ ସଂସ୍କାରମୂଳକ ସେବାର ଅଧିକାରୀ ଓ କର୍ମଚାରୀ ବିଭିନ୍ନ ବର୍ଗରେ ସମ୍ମାନିତ ହେବେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ସାହସିକତା ପଦକ, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଏବଂ ୧୦ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ମିଳିବ।
ପୋଲିସ ସେବା ବର୍ଗରେ ADG ସଞ୍ଜୀବ ପଣ୍ଡା ଓ DSP ସ୍ମିତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ ପାଇଁ ଚୟନ କରାଯାଇଛି। ସେହିପରି SI ମନ୍ମଥ ମହାପାତ୍ର, ହାବିଲଦାର ନିରାକାର ଭୁଏ, କମାଣ୍ଡୋ ସନ୍ତୋଷ ଗୁରୁଙ୍ଗ, କମାଣ୍ଡୋ ସୁମନ ପୁନ୍ ଓ କମାଣ୍ଡୋ ସୁରେଶ ଚନ୍ଦ୍ର ପୁଟାଙ୍କୁ ସାହସିକତା ପଦକ ପ୍ରଦାନ କରାଯିବ।
ଅଗ୍ନିଶମ ସେବାରେ ASO ମଳୟ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ ମିଳିବ। ଏହି ବର୍ଗର ଆଉ ଦୁଇଜଣଙ୍କୁ ସାହସିକତା ପଦକ ପ୍ରଦାନ କରାଯିବ। ବେସାମରିକ ପ୍ରତିରକ୍ଷା ଓ ଗୃହରକ୍ଷୀ ସେବାରେ ଜଣେ ଏବଂ ସଂସ୍କାରମୂଳକ ସେବା କ୍ଷେତ୍ରରେ ଦୁଇଜଣଙ୍କୁ ସାହସିକତା ପୁରସ୍କାର ପାଇଁ ଚୟନ କରାଯାଇଛି। ନିଷ୍ଠା, ସାହସ, କର୍ତ୍ତବ୍ୟବୋଧ ଓ ଦୀର୍ଘବର୍ଷର ଉତ୍ସର୍ଗୀକୃତ ସେବା ପାଇଁ ଏହି ଅଧିକାରୀ ଓ କର୍ମଚାରୀମାନଙ୍କୁ ଜାତୀୟ ସ୍ତରରେ ସମ୍ମାନିତ କରାଯିବ।