ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଅକଳରେ ପକାଇପାରନ୍ତି ସିଏଜି

0
  • ପ୍ରଧାନମନ୍ତ୍ରୀ କିଷାନ ଠାରୁ ଖଣି ଅନିୟମିତତା ଅନୁଧ୍ୟାନ କରିବେ
  • ଗରିବ ଲୋକଙ୍କ ଆକାଉଣ୍ଟକୁ ଯାଉଥିବା ଅର୍ଥର ବି ତନାଘନା ହେବ
  • ଡାକ୍ତରଖାନା ସାମଗ୍ରୀ କିଣାବିକା, ଔଷଧ କିଣା ଆଦିର ତଦାରଖ ନିଷ୍ପତ୍ତି

ନୂଆଦିଲ୍ଲୀ/ଭୁବନେଶ୍ବର : ୨୦୧୮ ମସିହାରେ କେନ୍ଦ୍ର ସରକାର ୮.୫ କୋଟି ଚାଷୀଙ୍କୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ କିଷାନ ସମ୍ନାନ ନିଧି ଯୋଜନା ଆରମ୍ଭ କରିଥିଲେ। ଇତିମଧ୍ୟରେ ଦେଶରେ ପାଖାପାଖି ୭୫ହଜାର କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଦିଆଯାଇସାରିଲାଣି। ଭାରତର ମହାଲେଖାକାର ତଥା ମହାଲେଖାନିୟନ୍ତ୍ରକ (ସିଏଜି) ନରେନ୍ଦ୍ର ମୋଦୀ ସରକାରଙ୍କର ଏହି ଚାଷୀ କଲ୍ୟାଣ ଯୋଜନାର ଅଡିଟ୍ କରିବାକୁ ସ୍ଥିର କରିଛନ୍ତି। କେବଳ ସେତିକି ନୁହେଁ, ୭୪ତମ ସମ୍ବିଧାନ ସଂଶୋଧନ ଆଇନ ଅନୁସାରେ ସହରାଞ୍ଚଳକୁ ଦିଆଯାଉଥିବା ଅର୍ଥର ବିନିଯୋଗ ସଂପର୍କରେ ଏବର୍ଷ ମଧ୍ୟ ସମୀକ୍ଷା କରିବେ ସିଏଜି।

ଆହୁରି ବଡ଼ କଥା ହେଉଛି, ବହୁ ବର୍ଷ ପରେ ଦେଶରେ ବେଆଇନ ଖଣି କାରବାର ସଂପର୍କରେ ମଧ୍ୟ ସିଏଜି ଏଥର ଅଡିଟ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଖଣି ରିପୋର୍ଟ ଅନିୟମିତତା ନେଇ ସିବିଆଇ ତଦନ୍ତ ପର୍ଯ୍ୟନ୍ତ କଥା ଯାଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ଜଷ୍ଟିସ ଏମ୍ ବି ଶାହ କମିସନ ଘଟଣାର ଅନୁଧ୍ୟାନ କରି ସିବିଆଇ ତଦନ୍ତ ପାଇଁ ସୁପାରିସ କରିଥିଲେ। ଯାହା ଉପରେ କେନ୍ଦ୍ର ସରକାର ଏଯାଏ କୌଣସି ନିଷ୍ପତ୍ତି ନେଇନାହାନ୍ତି।

ଏହାବ୍ୟତୀତ ୨୦୨୦-୨୧ ବର୍ଷ ପାଇଁ ସିଏଜି ଯେଉଁ ଯୋଜନା ଗୁଡିକର ଅଡିଟ୍ କରିବାକୁ ସ୍ଥିର କରିଛନ୍ତି, ସେ ମଧ୍ୟରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବା ଆୟୁଷ୍ମାନ ଭାରତ ଯୋଜନା, ପ୍ରତି ଘରକୁ ବିଜୁଳି ଯୋଜନା ଆଦି ଅନ୍ତର୍ଭୁକ୍ତ। ଆୟୁଷ୍ମାନ ଭାରତ ଯୋଜନାରେ କେନ୍ଦ୍ର ସରକାର ୧୦୭ ନିୟୁତ ଗରିବ ପରିବାର ପାଇଁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବ୍ୟବସ୍ଥା କରିଛନ୍ତି। ଏହି ଆଳରେ ସରକାରୀ ଡାକ୍ତରଖାନାରେ କିଭଳି ଉପକରଣ ରହିଛି, ଔଷଧ ଆଦିର ସଂରକ୍ଷଣ, କିଣାବିକା ବ୍ୟବସ୍ଥାର ଅନୁଧ୍ୟାନ କରାଯିବ। ଅନୁରୂପ ଭାବେ ବିଜୁଳି ଯୋଜନାରେ ମଧ୍ୟ ହଜାର ହଜାର କୋଟି ବିନିଯୋଗ ହେଲାଣି। ତାହାର ବିନିଯୋଗ ସଂପର୍କରେ ବି ସିଏଜି ଦେଖିବେ। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ରାଜ୍ୟ ସରକାର ଯେଉଁ ଚାଷୀଙ୍କ ଆକାଉଣ୍ଟ ଦେଇଛନ୍ତି,ଓ ସବୁ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର ପ୍ରକ୍ରିୟାର ସଠିକତାକୁ ସିଏଜି ମାପିବେ।

ଏବେ କୁହାଯାଉଛି ଯେ ସିଏଜି ଏଭଳି ଅଡିଟ୍ କରି କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନା କାର୍ଯ୍ୟାନ୍ବୟନ ଦକ୍ଷତା ମାପିବେ।ଏହାର ସମାଜ ଉପରେ କି ପ୍ରକାର ପ୍ରଭାବ ପକାଇଲା, ତାହା ମଧ୍ୟ ଦେଖାଯିବ। ନିକଟରେ ଓଡ଼ିଶାର ମୟୂରଭଂଜର ବାସିନ୍ଦା ୧୯୮୫ ବ୍ୟାଚ୍ ଗୁଜୁରାଟ କ୍ୟାଡର ଆଇଏଏସ୍ ଗିରିଶ ଚନ୍ଦ୍ର ମୁର୍ମୁ ସିଏଜି ଭାବେ ଯୋଗଦେବା ପରେ ଏଭଳି ନିଷ୍ପତ୍ତିକୁ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଗମ୍ଭୀରତାର ସହିତ ବିଚାର କରୁଛନ୍ତି। ହଠାତ୍ ମୁର୍ମୁଙ୍କୁ ଜମ୍ମୁ ଓ କଶ୍ମୀର ଲେପ୍ଟନାଣ୍ଟ ଗଭର୍ଣ୍ଣର ପଦବିରୁ ଆଣିବା ଓ ସିଏଜି ନିଯୁକ୍ତି ଦେବା ପରେ ଏଭଳି ବଡ଼ ନିଷ୍ପତ୍ତି ଏହି ସନ୍ଦେହର କାରଣ।

ବାସ୍ତବରେ କିଛି ରାଜ୍ୟ ସରକାରଙ୍କ ବିରୋଧରେ ସିଏଜିଙ୍କୁ ଅସ୍ତ୍ର କରାଯାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ବିଶେଷକରି ଖଣି ଠାରୁ ଚାଷୀ ପର୍ଯ୍ୟନ୍ତ ପ୍ରସଙ୍ଗକୁ ଏକାଠି କରି ସିଏଜି ଆସନ୍ତା ଦିନରେ ରାଜ୍ୟ ସରକାରମାନଙ୍କୁ ଅକଳରେ ପକାଇପାରନ୍ତି। କାରଣ ଅଧିକାଂଶ ରାଜ୍ୟରେ ଏବେ କେନ୍ଦ୍ର ସରକାରଙ୍କ ମାଳ ମାଳ ଯୋଜନା କାର୍ଯ୍ୟକାରୀ ହେଉଛି। ଓଡ଼ିଶାରେ ଯଦିଓ ଆଯୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେଉନାହିଁ, ରାଜ୍ୟ ଅନ୍ୟ ସବୁ ଯୋଜନାର ହିତାଧିକାରୀ ଅଛି। ଶ୍ରୀ ମୁର୍ମୁ ଓଡ଼ିଶାର ହୋଇଥିବା କାରଣରୁ ନବୀନ ପଟ୍ଟନାୟକଙ୍କ ସରକାର ଉପରେ ସିଏଜିଙ୍କ ନଜର ରହିବା ସ୍ବାଭାବିକ ବୋଲି କୁହାଯାଉଛି।

ଏଠାରେ ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିନ୍ନ ଏକ କୌଶଳ ଅବଲମ୍ବନ କରୁଛନ୍ତି। ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଓଡ଼ିଶା କେତେ ଅର୍ଥ ପାଉଛି, ଆଗକୁ କି କି ନୂଆ କାର୍ଯ୍ୟକ୍ରମ ଫଳରେ ରାଜ୍ୟ ଲାଭାନ୍ବିତ ହେବ ଏସବୁ ସଂପର୍କରେ ଟ୍ବିଟ୍ କରୁଛନ୍ତି। ଏବେ ସିଏଜିଙ୍କ ନିଷ୍ପତ୍ତିକୁ ନିରେଖି ଦେଖିବା ପରେ ଏହି ଟ୍ବିଟ୍‌ ପଛରେ ଯେ ଏକ ବଡ଼ ରାଜନୈତିକ କୌଶଳ ରହିଛି, ଏକଥା ସହଜରେ ବୁଝାପଡ଼ୁଛି।

Leave A Reply

Your email address will not be published.