ପ୍ରମୁଖ ଖବର

ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ
ରଥଯାତ୍ରାରେ ପୁରୀକୁ ଗଡିବ ୧୦୦୦ ବସ
ସିକ୍କିମରେ ଟୁରିଷ୍ଟ ବସ୍ ଦୁର୍ଘଟଣା: ଭାଜପା ନେତ୍ରୀ ନିଖୋଜ, ପୁଅ-ପୁତୁରା ସୁରକ୍ଷିତ
ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ
ଶପଥ ନେଲେ ସୁପ୍ରିମକୋର୍ଟର ୩ ନୂଆ ବିଚାରପତି

ଅତି ପ୍ରବଳ ବର୍ଷା ଧରି ଆସିବ ଲଘୁଚାପ

0

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଏହି କ୍ଷେତ୍ର ଘନୀଭୂତ ହୋଇ ଚିହ୍ନିତ ଲଘୁଚାପ ରେ ପରିଣତ ହୋଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିବ।

ପାଣିପାଗ ଚିତ୍ର ସଂପର୍କରେ ସାର୍ଥକ ମିଶ୍ରଙ୍କ ପୂର୍ବାନୁମାନ କହୁଛି, ଏହି କ୍ଷେତ୍ର ପ୍ରଭାବରେ ରାଜ୍ୟ ରେ ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା ଅଛି। ବିଶେଷ କରି ଦକ୍ଷିଣ- ଆଭ୍ୟନ୍ତର ଉପକୂଳ ଓଡ଼ିଶା ରେ ୨୩ ତାରିଖ ଯାଏଁ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବ।

ଗଞ୍ଜାମ , ଗଜପତି, ମାଲକାନଗିରି, କୋରାପୁଟ,ରାୟଗଡ଼ା ଜିଲ୍ଲା ରେ ଅଧିକ ବର୍ଷା ହୋଇପାରେ। କିଛି ସ୍ଥାନରେ ୨୦୦ ମିଲିମିଟର ବର୍ଷା ହେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ସେହିପରି ପୁରୀ , ଖୋର୍ଦ୍ଧା, ନୟାଗଡ଼, ଜଗତସିଂପୁର, କଟକ , ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରାଯାଉଛି। ରାଜ୍ୟ ର ଅନ୍ୟ ଅଞ୍ଚଳ ମାନଙ୍କରେ ଘଡ଼ଘଡ଼ି ସହ ଅଳ୍ପ ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

ସମ୍ଭାବ୍ୟ ଲଘୁଚାପ ପ୍ରଭାବ ରେ ୧୯ ରୁ ୨୨ ଯାଏ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ । ସମୁଦ୍ର ଉପକୂଳରେ ପବନର ବେଗ ଅଧିକ ରହିବା ହେତୁ ଏହି ସମୟରେ ସମୁଦ୍ର କୁ ଯିବା ମନା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ଓ ଏହାର ଆଖପାଖ ଜିଲ୍ଲା ମାନଙ୍କରେ ବଜ୍ରପାତ ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଅକ୍ଟୋବର ୧ ରୁ ଆଜି ଯାଏ ରାଜ୍ୟରେ ୯୧% ଅଧିକ ବର୍ଷା ରେକର୍ଡ ହୋଇଛି ।

Leave A Reply

Your email address will not be published.