ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ପୁଳା ପୁଳା ଟଙ୍କା କୁଆଡୁ ଆସିଲା?

0

ଭୁବନେଶ୍ବର: ସକାଳୁ ସକାଳୁ ଭିଜିଲାନ୍ସ ଟିମ୍ ହାତରେ ପୁଳା ପୁଳା ଟଙ୍କା ଲାଗିଛି। କେହି ଦାନରେ ଦେଇନାହାନ୍ତି କି ରାସ୍ତାରେ ପଡିନଥିଲା। ବରଂ ପାରଳାଖେମୁଣ୍ଡିର ଜଣେ ଅଧ୍ୟାପକଙ୍କ ଘରେ ଚଢଉ ବେଳେ ଭିଜିଲାନ୍ସ ଅଧିକାରୀମାନେ ଏହି ଅର୍ଥ ଠାବ କରିଛନ୍ତି। ଏଯାଏ ଗଣାଯାଇନଥିଲେ ହେଁ, ପାଖାପାଖି ୩୦ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଉଛି।

ଗଜପତି ଜିଲ୍ଲା ମୀନକେତନ ମହାବିଦ୍ୟାଳୟରେ ଅଧ୍ୟାପକ ଥିବା ଜି. ନାଗେଶ୍ବର ରାଓ ଏତେ ଟଙ୍କା କୁଆଡୁ ଆଣିଲେ,ତାହା ସମସ୍ତଙ୍କୁ ତାଜୁବ୍ କରିଛି। ଯଦି ତାଙ୍କର ରୋଜଗାର ଅର୍ଥ, ଏହାକୁ ବ୍ୟାଙ୍କରେ ନ ରଖି ଘରେ କାହିଁକି ରଖିଲେ? ଏମିତି ଅନେକ ପ୍ରଶ୍ନ ଉପରେ ଭିଜିଲାନ୍ସ ଅଧିକାରୀମାନେ ଖୋଳତାଡ଼ ଜାରି ରଖିଛନ୍ତି। ଏହାବ୍ୟତୀତ ତାଙ୍କର ଅତି ମୂଲ୍ୟବାନ କୋଠା ରହିଛି ଏବଂ ବ୍ୟାଙ୍କ ଆକାଉଣ୍ଟ ଆଦି। ପାରଳା ସହରରେ ଥିବା ଘର ସମେତ ମୋଟ ୬ଟି ଜାଗାରେ ଭିଜିଲାନ୍ସ ଟିମ୍ ଚଢଉ ଜାରି ରଖିଛନ୍ତି। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘରେ ଚଢଉ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.