ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ଏଥର ରାଜନାଥଙ୍କ ମୁହଁରେ ସ୍ୱପ୍ନ ଦେଖାଇଲେ

0

ଭଦ୍ରକରେ ଗର୍ଜିଲେ ରାଜନାଥ, ବୁଥ୍‍ କର୍ମକର୍ତାଙ୍କ ମନୋବଳ ବଢାଇଲେ
କ୍ଷମତାକୁ ଆସିଲେ ଉପùାଦନ ଖର୍ଚ୍ଚର ଦେଢଗୁଣା ହେବ ଏମ୍‍ଏସପି
ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି, ସେନାକୁ ଦିଆଯଇଛି ସ୍ୱାଧୀନତା
କଂଗ୍ରେସକୁ କଟାକ୍ଷ, ଚୌକିଦାର ଚୋର ନେହିଁ, ପିଓର ହୈ
ନବୀନଙ୍କୁ ଅଳ୍ପ ସମାଲୋଚନା, ଆୟୁଷ୍ମାନ ଯୋଜନା କଥା ଉଠାଇଲେ

ଭୁବନେଶ୍ୱର: ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ସ୍ୱପ୍ନ ଦେଖାଇଥିଲେ ନରେନ୍ଦ୍ର ମୋଦୀ । ସରକାରକୁ ଆସିଲେ ଚାଷୀକୁ ଉପùାଦନର ଦେଢ ଗୁଣା ମିଳିବ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ । ପାଞ୍ଚ ବର୍ଷ ଗଲା, କେନ୍ଦ୍ର ଏ ପ୍ରତିଶ୍ରୁତି ରଖିପାରିଲା ନାହିଁ । ବିଧାନସଭା କମିଟିକୁ ବି ଭେଟିବାକୁ ସମୟ ଦେଲେନି ପ୍ରଧାନମନ୍ତ୍ରୀ । ଧାନର ଉପùାଦନ ଖର୍ଚ୍ଚ ୨୩୪୦ ଟଙ୍କ ହୋଇଥିବା ବେଳେ ସହାୟକ ମୂଲ୍ୟ ୧୭୫୦ ଟଙ୍କା ପ୍ରତି କ୍ୱିଣ୍ଟାଲ ।
ଆଜି ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ପୁଣି ଥରେ ଚାଷୀଙ୍କୁ ମନେଇବା ପାଇଁ ଏହି କାର୍ଡ ଖେଳିଛନ୍ତି । କହିଛନ୍ତି, ଯଦି ଏଥର ବିଜେପି ସରକାର କେନ୍ଦ୍ରକୁ ଆସିବ, ତେବେ ଚାଷୀଙ୍କୁ ନିଶ୍ଚିତ ଭାବେ ଧାନର ଉପùାଦନ ଖର୍ଚ୍ଚର ଦେଢଗୁଣା ମୂଲ୍ୟ ମିଳିବ । ନିର୍ବାଚନ ପୂର୍ବରୁ ବିଜେପିର ଏହି କାର୍ଡ ପରୋକ୍ଷରେ ସୂଚାଇ ଦେଇଛି ଯେ ୬ହଜାର ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ପରେ ବି ଚାଷୀ ବିଜେପି ମୁହାଁ ହେଉନାହାନ୍ତି ।
ଆଜି ଭଦ୍ରକ ଗସ୍ତରେ ଆସି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ପ୍ରଥମେ ଭଦ୍ରକାଳୀଙ୍କ ଦର୍ଶନ କରିଥିଲେ ଓ ଇରମ୍‍ ପୀଠ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ରାଣୀତାଲରେ ବୁଥ୍‍ସ୍ତରୀୟ କର୍ମକର୍ତାଙ୍କୁ ସମ୍ୱୋଧିତ କରିବା ପୂର୍ବରୁ ସହିଦଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ରାଜନାଥ କହିଥିଲେ, ୪୦ଜଣଙ୍କ ମଧ୍ୟରୁ ଦୁଇଜଣ ବୀର ଯବାନ ଓଡ଼ିଶାର ଥିଲେ । ଏମାନଙ୍କ ସମ୍ମାନ ପାଇଁ କେତେ ବି କହିଲେ କମ୍‍ ହେବ । ଯେଉଁ ଆତଙ୍କବାଦୀ ଏପରି କରିଛନ୍ତି, ତାଙ୍କ ବିରୋଧରେ କିଭଳି ପ୍ରତିଶୋଧ ନିଆଯିବ, ସମସ୍ତେ ଏହା ଚାହୁଁଛନ୍ତି । ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ଓ ଦେଶ ଏକଜୁଟ୍‍ ରହିଛି ବୋଲି କହିଥିଲେ । ସେନାଙ୍କୁ ସବୁ ପ୍ରକାର ସ୍ୱାଧୀନତା ଦିଆଯାଇଛି । ଖୋଦ୍‍ ପ୍ରଧାନମନ୍ତ୍ରୀ ଏକଥା କହିଛନ୍ତି ।
ଓଡିଶାର ସ୍ୱାଧୀନତା ସଂଗ୍ରାମର ସ୍ମରଣ କରି ଶ୍ରୀ ସିଂହ କହିଥିଲେ, ଏକଦା ସମ୍ରାଟ ଅଶୋକଙ୍କ ମନ ଓ ହୃଦୟ ପରିବର୍ତନ ହୋଇଥିଲା ଓଡ଼ିଶାରେ । ମହାତ୍ମାଗାନ୍ଧୀ ୧୯୨୧ ଓ ୧୯୩୪ରେ ସ୍ୱତନ୍ତ୍ର ସଂଗ୍ରାମ କାର୍ଯ୍ୟ ଓଡ଼ିଶାରେ କରିଥିଲେ । ଇରମ ପୀଠ ବୟାନ କରୁଛି, ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନ ଅତୁଳନୀୟ । ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି ଓଡ଼ିଶା । ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରରେ ଓଡ଼ିଶାର ଇତିହାସ ବି ବେଶ ସମୃଦ୍ଧ । ଏବେ ସହିଦ ଯବାନ ମନୋଜ ବେହେରା ଓ ପ୍ରସନ୍ନ କୁମାର ସାହୁ ବି ଦେଶ ପାଇଁ ସହିଦ ହୋଇଛନ୍ତି । ଏମାନଙ୍କ ବଳିଦାନକୁ ଦେଶ ମନେ ରଖିବ । ପୂର୍ବୋତ୍ତର ରାଜ୍ୟ ମଧ୍ୟରେ ଓଡ଼ିଶା ଗୌରବମୟବୋଲି ସେ କହିଥିଲେ ।
ବୁଥ୍‍ ସ୍ତରୀୟ କର୍ମକର୍ତାଙ୍କୁ ପ୍ରଶଂସାରେ ପୋତି ପକାଇ ରାଜନାଥ ସେମାନଙ୍କ ମନୋବଳ ବଢାଇଥିିଲେ । କହିଥିଲେ, ୧୯୮୪ରେ ବିଜେପିର ସଂଖ୍ୟା ୨ ଥିଲା । ସମସ୍ତେ ହସି ଉଡାଉଥିଲେ । ଏବେ ଏକ ନମ୍ୱର ଓ ଶ୍ରେଷ୍ଠ ଦଳ । ଏକଥା ବୁଥ୍‍ସ୍ତରୀୟ କର୍ମକର୍ତାଙ୍କ ଉଦ୍ୟମରୁ ହିଁ ହୋଇଛି । ସେ ବି ଦିନେ ଏହିସ୍ତରରେ ଥିଲେ । ବୁଥ୍‍ସ୍ତରୀୟ କର୍ମକର୍ତାଙ୍କୁ ସଫଳତା ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି କଠିନ ପରିଶ୍ରମ କରିବାକୁ ହେବ । ସେମାନେ ବି ଦିନେ ରାଜ୍ୟ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରିବେ ବୋଲି ଶ୍ରୀ ସିଂହ ଆଶା ଦେଖାଇଥିିଲେ ।
ମୁଖ୍ୟମନ୍ତ୍ରୀଙ୍କ ନାଁ ନ ନେଇ ରାଜନାଥ କହିଥିଲେ, ସବୁଥାଇ ଓଡ଼ିଶା ଗରିବ କାହିଁକି । କେଉଁଠି ନା କେଉଁଠି ଅସୁବିଧା କାରଣରୁ ରାଜ୍ୟ ପଛରେ ପଡିଛି । ଅଭିବୃଦ୍ଧି ହାର କ୍ଷେତ୍ରରେ ଢେର୍‍ ପଛରେ । ଆୟୁଷ୍ମାନ ଭଳି ବଡ ଯୋଜନାକୁ ରାଜ୍ୟ ସରକାର ଜାଣିଶୁଣି ଲାଗୁ କରୁନାହାନ୍ତି । ଏହାଦ୍ୱାରା ୫ଲକ୍ଷ ଟଙ୍କା ଯାଏ ଚିକିତ୍ସା ସୁବିଧା ମିଳିବ ।
କଂଗ୍ରେସକୁ ଟାର୍ଗେଟ କରି ଶ୍ରୀ ରାଜନାଥ କହିଥିଲେ, ସମୟ ଥିଲା କଂଗ୍ରେସ ଆଖପାଖରେ କ୍ଷମତା ଥିଲା । ବିଶ୍ୱ ଜାଣୁଥିଲା ଭାରତ ହେଉଛି ଗରିବର ଦେଶ । ଏବେ କିନ୍ତୁ ସ୍ଥିତି ବଦଳିଛି । ସମୟ ବଦଳିବା ସହିିତ ବିଜେପି ନିଜର ପରକାଷ୍ଠା ଦେଖାଇଛି । ବିଶ୍ୱର ପ୍ରମୁଖ ୧୦ ବଡ ଦେଶ ଭିତରେ ଭାରତ ରହିଛି । ଦୀର୍ଘ ସାଢେ ଚାରି ବର୍ଷ ଭିତରେ ଭାରଚ ପଞ୍ଚମ ସ୍ଥାନରେ ପହଞ୍ଚିଛି । ବିଜେପି ବି ବଡ଼ ହୋଇଛି । ୨୦୩୦ ସୁଦ୍ଧା ଟପ୍‍-୩ରେ ଭାରତ ରହିବ । ତେବେ ରାହୁଲଙ୍କ ଚୌକିଦାର ଚୋରକୁ କଟାକ୍ଷ କରି ରାଜନାଥ କହିଥିଲେ ପ୍ରଧାନମନ୍ତ୍ରୀ ପିଓରହୈ ।
ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.