ପ୍ରମୁଖ ଖବର

ଏଫ ଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ୩ ଦିନିଆ ରିମାଣ୍ଡରେ ଯିବ ମୁଖ୍ୟ ଅଭିଯୁକ୍ତ ସମୀର ସାହୁ
ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ
ସୁସ୍ଥ ହେଉଛନ୍ତି ନବୀନ ପଟ୍ଟନାୟକ
ସମ୍ବଲପୁରରେ ହେବ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ
ଲ୍ୟାଣ୍ଡମାଇନ ନ ବିସ୍ଫୋରଣରେ ଜଣେ ଯବାନ ସହିଦ, ୩ ଗୁରୁତର
ପୁଣି ଦିଲ୍ଲୀର ତିନୋଟି ସ୍କୁଲକୁ ବୋମା ଧମକ
ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ମନୋଜ ବିଶ୍ୱାଳ

ରକ୍ତ ଦାନ କରନ୍ତୁ

0

ରକ୍ତ ଦାନ ମହତ୍ ଦାନ । ରକ୍ତଦାନ କରିବା ଦ୍ବାରା ଆମେ କେବଳ ଯେ,ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ବ୍ୟକ୍ତିର ଜୀବନ ରକ୍ଷା କରିଥାଉ ତାହା ନୁହେଁ,ରକ୍ତଦାନ ଆମକୁ ସୁସ୍ଥ ରଖିବା ପାଇଁ ସାହାର୍ଯ୍ୟ କରିଥାଏ। ଡକ୍ତରମାନେ କୁହନ୍ତି ନିୟମିତ ରକ୍ତଦାନ କରୁଥିବା ବ୍ୟକ୍ତିମାନଙ୍କୁ ସହଜରେ କୌଣସି ରୋଗବ୍ୟାଧି ହୋଇନଥାଏ। ଏହି ବ୍ୟକ୍ତିମାନଙ୍କୁ ,ଡାଇବେଟିସ୍,ଉଚ୍ଚ ରକ୍ତଚାପ,ବ୍ରେନ୍ ଷ୍ଟ୍ରୋକ୍,ହୃଦରୋଗ ଏବଂ କୋଲେଷ୍ଟେରୋଲ ଭଳି ରୋଗ ହେବାର ଆଶଙ୍କା କମ୍ ଥାଏ।

କେଉଁମ‌ାନେ ରକ୍ତଦାନ କରିପାରିବେ

୧-ବୟସ ୧୮ରୁ ୬୫ ମଧ୍ୟରେ ହୋଇଥିବ

୨-ଓଜନ ୪୫କିଲୋଗ୍ରାମରୁ ଅଧିକ ହୋଇଥିବ

୩-ରକ୍ତରେ ହିମୋଗ୍ଲୋବିନ ପରିମାଣ ୧୨.୫ଗ୍ରାମ୍ ଥିବ

କେଉଁମାନେ ରକ୍ତଦାନ କରିପାରିବେ ନାହିଁ

୧-ବ୍ରେନ କିମ୍ବା ସ୍ନାୟୁ ସଂପର୍କିତ କୌଣସି ରୋଗରେ ଆକ୍ରାନ୍ତ ଥିଲେ

୨-ବାତ ରୋଗରେ ପୀଡିତ ଥିଲେ

୩-ପକ୍ଷାଘାତର ଶିକାର ହୋଇଥିଲେ

୪-କୌଣସି ପ୍ରକାର ହୃଦରୋଗ ଥିଲେ

୪-କୌଣସି ପ୍ରକାର ରକ୍ତ ସଂପର୍କିତ ରୋଗ ଥିଲେ

୫-କ୍ୟାନସର ରୋାଗରେ ପୀଡିତ ଥିଲେ

୬-ହେପାଟାଇଟିସ୍ ଜନିତ ରୋଗ ଥିଲେ

ଏହାଛଡା କୁକୁର କାମୁଡା ଇ‌ଞ୍ଜେକସନ୍ ନେଇଥିଲେ,ହେପାଟାଇଟିସ୍-ବି ପାଇଁ ଚିକିତ୍ସିତ ହେଉଥିଲେ,ପ୍ରସବ କରିଥିଲେ ବର୍ଷେ ପର୍ଯ୍ୟନ୍ତ ରକ୍ତଦାନ କରନ୍ତୁ ନାହିଁ। ୬ ମାସ ମଧ୍ୟରେ କୌଣସି ବଡ ଅପରେସନ୍ ହୋଇଥିଲେ,ନିଜେ ରକ୍ତ ନେଇଥିଲେ,ଟାଟୁ କରିଥିଲେ,ଗର୍ଭବତୀ ଥିଲେ ରକ୍ତଦାନ କରନ୍ତୁ ନାହିଁ। ଥଣ୍ଡା,କାଶ,ଶର୍ଦ୍ଦି ଲାଗି ରହୁଥିଲେ,ମାସିକ ଋତୁସ୍ରାବ ସମୟରେ,ରାତିରେ ଭଲ ନିଦ ହୋଇନଥିଲେ,୨୪ ଘଣ୍ଟା ମଧ୍ୟରେ ମଦ୍ୟପାନ କରିଥିଲେ ଓ ଅଧିକ ଦୁବର୍ଳ ଲାଗୁଥିଲେ ରକ୍ତଦାନ କରନ୍ତୁ ନାହିଁ।

ଶେଷରେ ଏତିକି କୁହାଯାଇପାରେ ଯେ,ଆପଣ ଦାନ କରୁଥିବା ଗୋଟିଏ ବୋତଲ ରକ୍ତ ତିନୋଟି ଜୀବନ ରକ୍ଷା କରିଥାଏ।ଏହାଛଡା ଆପଣଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ ସୁସ୍ଥ ରଖିଥାଏ।

Leave A Reply

Your email address will not be published.