ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ରାଜନୀତିରେ ନୂଆ ପରମ୍ପରା ଆରମ୍ଭ କରିଥିଲେ ଆଚାର୍ଯ୍ୟେ

0

ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ଏମିତି ଅନେକ ରୋଚକ ତଥ୍ୟ ଅଛି, ଯାହା ଆଜି ଜାଣିଲେ ଯେ କେହି ବିସ୍ମିତ ହେବେ। ସେମିତି ଏକ ପରିସ୍ଥିତି ସୃଷ୍ଟି ହୋଇଥିଲା ୧୯୭୭ ମସିହାରେ। ବିନାୟକ ଆଚାର୍ଯ୍ୟଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ରାଜ୍ୟପାଳ ଦାୟିତ୍ବରେ ଥିବା ଶିବ ନାରାୟଣ ଶଙ୍କର ଅସୁସ୍ଥ ହୋଇପଡ଼ିଥିଲେ। ସେବେ ଅଗଷ୍ଟ ୧୫ ଓ ଜାନୁଆରି ୨୬ ତାରିଖରେ ସମ୍ମିଳିତ ପ୍ୟାରେଡ୍‌ ଅଭିବାଦନ କାର୍ଯ୍ୟକ୍ରମ ବର୍ତମାନର ଇନ୍ଦିରା ଗାନ୍ଧୀ ପାର୍କ ଅଞ୍ଚଳ​ରେ ଅନୁଷ୍ଠିତ ହେଉଥିଲା। ରାଜ୍ୟପାଳ ଅସୁସ୍ଥ ଥିବା ସମୟରେ ଜାନୁଆରି ୨୬ ତାରିଖ ପଡ଼ିଲା। ଜନରାଜ୍ୟ ଦିବସରେ ରାଜ୍ୟପାଳ ଅଭିବାଦନ ଗ୍ରହଣ କରିବାର ପରମ୍ପରା ଥିବାରୁ ସରକାର ଚିନ୍ତାରେ ପଡ଼ିଥିଲେ। ଅନେକ ବିଚାର ବିମର୍ଷ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ଆଚାର୍ଯ୍ୟ ସେହିବର୍ଷ ଜନରାଜ୍ୟ ଦିବସରେ ଅଭିବାଦନ ଗ୍ରହଣ କରିଥିଲେ।

ଏଇ ଗୋଟିଏ କଥା ନୁହେଁ, ପୂର୍ବତନ ମନ୍ତ୍ରୀ ତଥା ବଲାଙ୍ଗୀର ନେତା ଅନଙ୍ଗ ଉଦୟ ସିଂହଦେଓଙ୍କୁ ନେଇ ଆଉ ଗୋଟିଏ ବଡ଼ ଘଟଣା ଘଟିଥିଲା। ଆଜି ଦିନରେ ବିଜେଡିରେ ଥିବା ଅନଙ୍ଗ ଉଦୟ ସେବେ ଶ୍ରୀ ଆଚାର୍ଯ୍ୟଙ୍କ ସରକାରରେ ପ୍ରଥମେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଅନଙ୍ଗ ଉଦୟ କଂଗ୍ରେସରେ ଯୋଗଦେଇଥିଲେ। ସେବେ ପଶ୍ଚିମ ଓଡ଼ିଶାର ରାଜନୀତିରେ ଭାରସାମ୍ୟ ରକ୍ଷା ଲାଗି ଶ୍ରୀ ସିଂହଦେଓଙ୍କୁ ମନ୍ତ୍ରୀ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ମାତ୍ର ରାଜ୍ୟପାଳ ଅସୁସ୍ଥ ଥିବା କାରଣରୁ ତାଙ୍କର ଶପଥ ଗ୍ରହଣ ଉତ୍ସବ କିଭଳି ହେବ, ତାହା ସରକାରଙ୍କ ପାଇଁ ଏକ ବିଷମ ସ୍ଥିତି ସୃଷ୍ଟି କରିଥିଲା।

ଓଡ଼ିଶା ରାଜନୀତି ଇତିହାସରେ ପ୍ରଥମ ଥର ପାଇଁ କଟକ ଶ୍ରୀରାମଚନ୍ଦ୍ର ଭଂଜ ମେଡି଼କାଲ କଲେଜରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ତାହା ପ୍ରଥମ ଏବଂ ଶେଷ। ରାଜ୍ୟପାଳ ଦାୟିତ୍ବରେ ଥିବା ଶ୍ରୀ ଶଙ୍କର ସେବେ ଆଇସିୟୁରେ ଚିକିତ୍ସାଧୀନ ଥିଲେ। ଏବଂ ସେହିଠାରେ ଶ୍ରୀ ସିଂହଦେଓ ମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Leave A Reply

Your email address will not be published.