ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

୧୬ ତାରିଖ ଯାଏ ଆଂଶିକ କଟକଣା ଜାରି କଲେ ସରକାର

0

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଜୁଲାଇ ୧୬ ତାରିଖ ଯାଏ ଆଂଶିକ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ଆର୍‌ଏନ୍‌ଏରେ ଆଜି ପୂର୍ବାହ୍ନରେ ଯେଭଳି ପୂର୍ବାନୁମାନ କରାଯାଇଥିଲା, ଠିକ୍‌ ସେମିତି ସରକାର ପଦକ୍ଷେପ ନେଇଛନ୍ତି। ଆଜି ଏ ସଂକ୍ରାନ୍ତରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଅବିଭକ୍ତ କଟକ, ବାଲେଶ୍ବର, ପୁରୀ ଓ ମୟୂରଭଂଜ ଅନ୍ତର୍ଗତ ୧୦ଟି ଜିଲ୍ଲା ପାଇଁ ଲକ୍‌ଡାଉନ କଟକଣା କଡ଼ାକଡି ଭାବେ ପାଳନ କରାଯିବ।

ଏସବୁ ଜିଲ୍ଲାରେ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ସବୁ ଦୋକାନ ଖୋଲିବ। ଏଠାରେ କୋଭିଡ୍ କଟକଣା କଡାକଡ଼ି ପାଳନ ହେବ। ଦିନ ୨ଟା ପରେ ଔଷଧ ଦୋକାନ ଛାଡି ଅନ୍ୟ ସବୁ ଦୋକାନ ଆଦି ବନ୍ଦ ହୋଇଯିବ। ଦୋକାନୀମାନେ ନିଜ ଦୋକାନ ଓ ବାହାରରେ ଯେମିତି କୋଭିଡ୍ କଟକଣା ପାଳନ ହେବ, ସେଥିପାଇଁ ନିଜେ ଉତ୍ତରଦାୟୀ ରହିବେ। ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନର ହଠାତ୍ ଯାଞ୍ଚ କରି ଏହା ନିଶ୍ଚିତ କରିବେ। ଯଦି କେହି ଉଲ୍ଲଂଘନ କରୁଥାନ୍ତି, ତେବେ ସେମାନେ କାର୍ଯ୍ୟାନୁଷ୍ଠାନ ନେଇପାରିବେ, ମକଦ୍ଦମା ରୁଜୁ କରିପାରିବେ। ମଲ୍ ,ସ୍ପା, ବିୟୁଟି ପାଲର ଆଦି ଖୋଲିବ ନାହିଁ। ହେଲେ ଛୋଟ ସେଲୁନ୍ ଖୋଲିପାରିବ। ଏସବୁ ଜିଲ୍ଲାରେ ସାପ୍ତାହିକ ଓ ଦୈନିକ ବଜାର ପୂର୍ବଭଳି ବନ୍ଦ ରହିବ। ଉଠା ଦୋକାନୀମାନେ ବିକ୍ରି କରିପାରିବେ, ଏପରିକି ଖାଦ୍ୟ ବି। କିନ୍ତୁ ସେଠାରେ କେହି ଖାଇପାରିବେ ନାହିଁ, କେବଳ ଘରକୁ ପାର୍ସଲ ନେଇପାରିବେ। ସେହିଭଳି ଆଉଟ୍ ଡୋର ସୁଟିଂକୁ ଅନୁମତି ଦିଆଯାଇଛି। ହେଲେ ଇନ୍‌ଡୋର ସୁଟିଂ ବନ୍ଦ ରହିବ। ସପ୍ତାହନ୍ତ ସଟ୍‌ଡାଉନ୍ ଜାରି ରହିବ ଓ ନାଇଟ୍ କର୍ଫ୍ୟୁ ବି ବଳବତ୍ତର ରହିବ। ଏସବୁ ଜିଲ୍ଲାରେ ବସ ଚଳାଚଳ ଆଦିକୁ ଅନୁମତି ଦିଆଯିବ ନାହିଁ। ଆଉ ସବୁ କଟକଣା ପୂର୍ବଭଳି ଅପରିବର୍ତ୍ତିତ ରହିଛି।

ସଂକ୍ରମଣ କମିଥିବା ପରିପ୍ରେକ୍ଷୀରେ କାଟେଗୋରି ‘ଏ’କୁ ଆଉ ୩ ଜିଲ୍ଲା ଉନ୍ନୀତ ହୋଇଛନ୍ତି। ଫଳରେ କାଟେଗୋରି ‘ଏ’ ଜିଲ୍ଲା ସଂଖ୍ୟା୨୦କୁ ବୃଦ୍ଧି ପାଇଛି। ପୂର୍ବରୁ ଏହି ଜିଲ୍ଲା ସଂଖ୍ୟା ୧୭ ଥିଲା। ଏବେ ଏଥିରେ ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲା ସାମିଲ ହୋଇଛନ୍ତି। ଏସବୁ ଅଞ୍ଚଳରେ ସଂକ୍ରମଣ ହାର ୫ ପ୍ରତିଶତ କମିଥିବା ପରିପ୍ରେକ୍ଷୀରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ନିଷ୍ପତ୍ତି ଅନୁସାରେ, ଏସବୁ ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୬ ଯାଏ ସବୁ ଦୋକାନ ଖୋଲିବ। ହେଲେ ମଲ୍‌, ସ୍ପା ଆଦି ବନ୍ଦ ରହିବ। ଏହି ୨୦ଟି ଜିଲ୍ଲାରେ ଆନ୍ତଃ ଜିଲ୍ଲା ପରିବହନକୁ ଅନୁମତି ଦିଆଯାଇଛି। ତେବେ ଯେତିକି ସିଟ୍ ସେତିକି ସିଟ୍‌ରେ ଲୋକେ ବସିବେ। ଟାକ୍ସି ଓ ଅଟୋ ରିକ୍ସା ଚାଲିବ। ମାତ୍ର ଡ୍ରାଇଭରଙ୍କ ବ୍ୟତୀତ ଆଉ ଦୁଇଜଣ ବସିପାରିବେ। ଆଉଟ୍‌ ଡୋର, ଇନଡୋର ସୁଟିକୁ ଅନୁମତି ଦିଆଯାଇଛି, ସେଲୁନ୍ ବି। ଏଠାରେ ସାପ୍ତାହିକ ହାଟ ଓ ଦୈନିକ ବଜାର ଖୋଲିବ। ତେବେ ସମସ୍ତେ ଛାଡି ଛାଡି ବସିବେ। ଏଠାରେ ଶନିବାର, ରବିବାର ସଟ୍‌ ଡାଉନ ଉଠାଇଯାଇଥିଲେ ହେଁ, ସନ୍ଧ୍ୟା ୬ରୁ ସକାଳ ୬ ଯାଏ ନାଇଟ୍ କର୍ଫ୍ୟୁ ଜାରି ରହିବ।

ଯଦି କୌଣସି ଅଞ୍ଚଳରେ ଏହାର ଉଲ୍ଲଂଘନ ହେଲା ବା ସଂକ୍ରମଣ ବଢେ, ତେବେ ପ୍ରଶାସନ ଏ ସଂକ୍ରାନ୍ତରେ କଡ଼ା ପଦକ୍ଷେପ ନେଇପାରିବେ। ଗତକାଲି ମୁଖ୍ୟମନ୍ତ୍ରୀ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା ଲାଗି ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.