ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ଚିନ୍ତା ବଢ଼ାଇଲାଣି ତିନି ଜିଲ୍ଲାର ସଂକ୍ରମଣ

0

୧୦ ଜିଲ୍ଲାରେ ଅଧିକ ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ କଟକରୁ ସର୍ବାଧିକ କୋଭିଡ୍ ରୋଗୀ ଚିହ୍ନଟ
ଲକ୍ ଡାଉନ୍ କଟକଣା ସତ୍ତ୍ବେ ସୁଧାର ଆସୁନି, ରାଜ୍ୟରେ ସଂକ୍ରମଣ ହାର ୪ ପ୍ରତିଶତକୁ ଖସିଲା

ଭୁବନେଶ୍ବର: ୧୦ ଜିଲ୍ଲାରେ ଅଧିକ ସଂକ୍ରମଣ। ରାଜ୍ୟରେ କରୋନା ସଂକ୍ରମଣ ହାର ୪ ପ୍ରତିଶତକୁ ଖସି ଆସିଛି। ହେଲେ ୧୦ ଜିଲ୍ଲାରେ ସଂକ୍ରମଣ ହାର ରାଜ୍ୟ ସଂକ୍ରମଣ ହାରଠୁ ଅଧିକ ରହିଛି । ଏହି ୧୦ ଜିଲ୍ଲାରେ ରାଜ୍ୟ ସରକାର କଟକଣା ବଳବତର ରଖିଥିଲେ ବି ସଂକ୍ରମଣ ନିୟନ୍ତ୍ରଣକୁ ଆସୁନାହିଁ । ଖୋର୍ଦ୍ଧା, କଟକ ଓ ବାଲେଶ୍ୱର ଜିଲ୍ଲା ଏବେ ରେଡ ଜୋନରେ ଅଛି । ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ ଅପରିବର୍ତିତ ରହିଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୧ ହଜାର ୧୨୨ ନମୁନା ପରୀକ୍ଷା ହୋଇଥିବା ବେଳେ ୨ ହଜାର ୮୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ରହିଛି ୪.୦୩% । କଟକରୁ ସର୍ବାଧିକ ୪୪୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରୁ ୨୪୦, ଭଦ୍ରକରୁ ୧୨୮,ଜଗତସିଂହପୁରରୁ ୧୧୨,ଯାଜପୁରରୁ ୧୯୧,କେନ୍ଦ୍ରାପଡାରୁ ୧୫୭,ମୟୁରଭଂଜରୁ ୧୬୪, ନୟାଗଡରୁ ୧୦୫,ପୁରୀରୁ ୧୬୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ୪୨ ଜଣଙ୍କ ମୃତ୍ୟୁ ସଂପର୍କରେ ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି।

ଜୁଲାଇ ମାସରେ ୪ ଦିନରେ ୧୨ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭୮ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୧ ହଜାର ୮୯୬ରେ ପହଞ୍ଚିଛି। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩୦ ହଜାର ୨୨୭ ।

Leave A Reply

Your email address will not be published.