ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

0

ଭୁବନେଶ୍ବର: ମୁଁ ଥାଉ ଥାଉ ମରିବନି ମୋ ପୁଅ।

ସାପ ଚୋଟରେ ତା ଜୀବନ ଯିବାକୁ କେବେ ବି ଦେବିନି।

ମୁଁ ପଛେ ମରିଯିବି, ତାକୁ କିନ୍ତୁ ବଞ୍ଚେଇବି।

ସର୍ପ ଦଂଶନରୁ ତାକୁ ସୁରକ୍ଷା ଦେବି।

ମୃତ୍ୟୁ ସହ ମୁହାଁମୁହିଁ ହେବା ବେଳେ ଏମିତି କିଛି ଭାବି ପୁଅକୁ କାମୁଡିବାକୁ ଯାଉଥିବା ସାପକୁ ଧରିନେଇଥିଲା ମାଆ…

ଆଉ ତା’ପରେ ମାଆକୁ ଚୋଟ ପରେ ଚୋଟ ଦେଇ ଚାଲିଥିଲା ସାପ।

ଶେଷରେ ନିଜର ସୁନାଧନ ପାଇଁ ସାପ କାମୁଡାରେ ମାଆ ଆଖି ବୁଜିଲା।

ନିଜ ଜୀବନ ଦେଇ ଆଜି ଜଣେ ମାଆ ଯମ ମୁହଁରୁ ପୁଅର ଜୀବନକୁ ଏମିତି ଢଙ୍ଗରେ ଛଡାଇ ଆଣିଛି। ଆଉ ନାଗର ଦଂଶନ ମାଆର ପ୍ରାଣ ନେଇଛି।

ଏଭଳି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ତଳିହା ପଂଚାୟତ ଦେଉଳବାଡ ଗାଁରେ। ପ୍ରିୟଦର୍ଶନୀ ରାଉତ ତାଙ୍କ ବର୍ଷକର ଶିଶୁପୁତ୍ରକୁ ନାଗସାପ କବଳରୁ ରକ୍ଷା କରିବାକୁ ଯାଇ ନିଜେ ସେହି ସାପ ଦଂଶନରେ ପ୍ରାଣ ହରାଇଛନ୍ତି।

ନିଜ ଦେଢବର୍ଷର ପୁଅକୁ ଶୁଆଇଦେଇ ଘର କାମରେ ବ୍ୟସ୍ତ ଥିଲେ ପ୍ରିୟଦର୍ଶନୀ। କିନ୍ତୁ ହଠାତ ଆସି ଦେଖିଥିଲେ ନାଗ ସାପଟି ତାଙ୍କ ପୁଅ ଆଡକୁ ମାଡ଼ି ଚାଲିଛି। ତାଙ୍କ ମୁଣ୍ଡକୁ କିଛି ବୁଦ୍ଧି ବାଟ ଦିଶିନଥିଲା। ନିଜ ପୁଅକୁ ବଞ୍ଚାଇବାକୁ ଯାଇ ସେ ସାପଟିକୁ ହାତରେ ଧରି ଟାଣିଆଣିଥିଲେ। ଏହି ସମୟରେ ସାପଟି ତାଙ୍କର ଡାହାଣ ହାତକୁ କାମୁଡିଦେଇଥିଲା। ଚୋଟ ମାରିଥିଲା।

ପୁଅକୁ ସିନା ସାପ କବଳରୁ ବଂଚାଇପାରିଲେ, ହେଲେ ସବୁ ଦିନ ପାଇଁ ମାଆ ଛେଉଣ୍ଡ ହୋଇଗଲା କୁନି ପୁଅଟି। ସାପ ଚୋଟରେ ଆଖିବୁଜିଲେ ପ୍ରିୟଦର୍ଶନୀ। ପରିବାର ଲୋକ ତାଙ୍କୁ ହସ୍ପିଟାଲକୁ ନେବା ସମୟରେ ଅଧା ବାଟରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଖବର ପୂରା ଗାଁକୁ ସ୍ତବ୍ଧ କରିଦେଇଛି। ପୂରା ପରିବାର ଏବେ ଦୁଃଖରେ ଭାଙ୍ଗିପଡିଛନ୍ତି। ପାଟି ଖୋଲି ମାଆ ଡାକିବା ପୂର୍ବରୁ ବର୍ଷକର କୁନି ପୁଅଟି ପାଖରୁ ଦୂରେଇଯାଇଛି ତା’ ମାଆ ଆଉ ପଣତକାନି।

Leave A Reply

Your email address will not be published.