ପ୍ରମୁଖ ଖବର

ବନ୍ଧୁକ ଦେଖାଇ ଜୁଏଲାରୀ ମାଲିକଙ୍କଠୁ ଝାମ୍ପିନେଲେ ୪ କୋଟି ଟଙ୍କାର ଅଳଙ୍କାର
ବିଲ୍ ମଞ୍ଜୁରୀ ନେଇ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଲାଗି ରହିବ ନାହିଁ ସମୟ ସୀମା : ସୁପ୍ରିମକୋର୍ଟ
ଅନିଲ୍ ଅମ୍ବାନୀଙ୍କୁ ଇଡି ଝଟକା: ଭୁବନେଶ୍ବରର ସମେତ ଏକାଧିକ ସ୍ଥାନରେ ସମ୍ପତ୍ତି ଆଟାଚ୍
ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢ଼ୋଲକିଆ
ପୋଲିସ ସୁରକ୍ଷା ହଟାଇବାକୁ ପୀତବାସ ପଣ୍ଡାଙ୍କ ପତ୍ନୀଙ୍କ ଅନୁରୋଧ
ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ନୀତୀଶ କୁମାର

ଜଙ୍ଗଲରେ ସକ୍ରିୟ ହେଲେଣି ଶିକାରୀ

0

କଳାହାଣ୍ଡିରୁ ୩ ବାଘ ଛାଲ ଓ ଦାନ୍ତ ଜବତ, ଅନ୍ତଃରାଜ୍ୟ ରାକେଟ୍‌ର ୪ ଗିରଫ

କଳାହାଣ୍ଡି: ବନ ବିଭାଗ ଅଧିକାରୀ ଡାଳେ ଡାଳେ ଗଲେ ପତରେ ପତରେ ଯାଉଛନ୍ତି ଶିକାରୀ। ବନ ବିଭାଗକୁ ସଫଳତା ମିଳୁଛି, କିନ୍ତୁ ଶିକାରୀ ଶିକାର କରିସାରିବା ପରେ। ଏବେ ସେମିତି ଏକ ଖବର କଳାହାଣ୍ଡି ଜିଲ୍ଲାରୁ ଆସିଛି।

କଳାହାଣ୍ଡି ଜିଲ୍ଲାରେ ବାଘଛାଲ ଓ ଦାନ୍ତ ବିକ୍ରି କରୁଥିବା ଏକ ରାକେଟ୍‌କୁ ଧରିଛି ବନ ବିଭାଗର କେନ୍ଦ୍ରୀୟ ଦଳ। କୌଣସି ସୂତ୍ରରୁ ଖବର ପାଇ କେନ୍ଦ୍ରୀୟ ଦଳ, ମ.ରାମପୁର ରେଞ୍ଜ୍‌ ଅଧିକାରୀ ଅସିତ ଦାସ, ଛତିଶଗଡ଼ ବନବିଭାଗ ମିଳିତ ଭାବେ ଚଢ଼ଉ କରିଥିଲେ। ପଲମ ପାଖରେ ଯାଉଥିବା ଏକ ବାଇକ୍‌କୁ ଅଟକ ରଖି ଯାଞ୍ଚ କରିବାରେ ଜଣାପଡ଼ିଥିଲା ଯେ ସେମାନେ ଶିକାରୀ। ତାଙ୍କ ଠାରୁ ୩ଟି ବାଘଛାଲ ଓ ଏକ ବାଘଦାନ୍ତ ଜବତ କରାଯାଇଥିଲା। ଏହି ଘଟଣାରେ ମ.ରାମପୁରର ମନୋଜ ବେହେରା, ନର୍ଲାର ନରୋତ୍ତମ ଭୋଇ, ବଫଲାର ରଙ୍ଗାଚରଣ ଭୋଇ ଓ ଅମାଠର କାର୍ତ୍ତିକ ରଣାଙ୍କୁ ଗିରଫ କରାଯାଇଛି।

Leave A Reply

Your email address will not be published.