ଭୁବନେଶ୍ୱର: ପିପିଲି ବିଧାୟକ ପ୍ରଦୀପ ମହାରଥୀ ଗିରଫ ହୋଇଛନ୍ତି । ଗତକାଲି ରାତିରେ ପିପିଲି ନିକଟସ୍ଥ ନିଜ ଫାର୍ମ ହାଉସରେ ମାଜିଷ୍ଟ୍ରେଟ୍ ଓ ପୁଲିସ ରେଡ୍ କରିବା ବେଳେ ସେମାନକୁ ମାଡ଼ ମାରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ସଂପୃକ୍ତ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ର କ୍ୟାପିଟାଲ ହସ୍ପିଟାଲରେ ଚିକତ୍ସାଧୀନ ଅଛନ୍ତି ଓ ତାଙ୍କ ଅଣ୍ଟାରେ ଗୁରୁତର ଆଘାତ ଲାଗିଛି । ମହାରଥୀ ନିଜେ ଗୋଡେଇ ଗୋଡେଇ ପିଟିଥିବା ନେଇ ଶ୍ରୀ ପାତ୍ର ଗଣମାଧ୍ୟମରେ ଅଭିଯୋଗ କରିଥିଲେ । ପରେ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ପୁରୀ ଏସପି ନିଜେ ଘଟଣାସ୍ଥଳକୁ ଆସି ତନାଘନା କରିଥିଲେ । ମହାରଥୀଙ୍କ ବିରୋଧରେ ପୁଲିସ ସଙ୍ଗିନ ଦଫା ଲଗାଇଛି । ଦଫା ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮,୧୪୯, ୧୭୧ (ବି) , ୧୮୬ ଠାରୁ ଆରମ୍ଭ କରି ଲୋକପ୍ରତିନିଧି ଆଇନ ୧୨୩ରେ ପୁଲିସ ମକଦ୍ଦମା ରୁଜୁ କରିଛି । ପ୍ରଦୀପଙ୍କ ଫାର୍ମରେ ଟଙ୍କା କାରବାର ନେଇ ଅଭିଯୋଗ ଆସିଥିଲା ।
ପ୍ରମୁଖ ଖବର
ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍ଆଇ ସହ ଲିଙ୍କ୍: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ