ପ୍ରମୁଖ ଖବର

କଟକ ରେଲ୍‌ଓ୍ବେ ଷ୍ଟେଶନରେ ଭୁଶୁଡ଼ିଲା ଛାତ
ବନ୍ୟାରେ ଭାସିଗଲା କାର୍‌ ; ଗୋଟିଏ ପରିବାରର ୪ ମୃତ
ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଟିକସ ସହକାରୀ କମିଶନର ଗିରଫ
ବୈଷ୍ଣୋଦେବୀ ମନ୍ଦିର ନିକଟରେ ଭୂସ୍ଖଳନ, ୩୨ ମୃତ
ଗଶେଣ ଚତୁର୍ଥୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଖାଇ ପାଇଁ ଅଗଷ୍ଟ ୨୯ରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

ଗୁଣ୍ଡାଗର୍ଦି ମହଙ୍ଗା ପଡିଲା: ମହାରଥୀ ଗିରଫ

0

ଭୁବନେଶ୍ୱର: ପିପିଲି ବିଧାୟକ ପ୍ରଦୀପ ମହାରଥୀ ଗିରଫ ହୋଇଛନ୍ତି । ଗତକାଲି ରାତିରେ ପିପିଲି ନିକଟସ୍ଥ ନିଜ ଫାର୍ମ ହାଉସରେ ମାଜିଷ୍ଟ୍ରେଟ୍‍ ଓ ପୁଲିସ ରେଡ୍‍ କରିବା ବେଳେ ସେମାନକୁ ମାଡ଼ ମାରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ସଂପୃକ୍ତ ମାଜିଷ୍ଟ୍ରେଟ୍‍ ରବି ନାରାୟଣ ପାତ୍ର କ୍ୟାପିଟାଲ ହସ୍ପିଟାଲରେ ଚିକତ୍ସାଧୀନ ଅଛନ୍ତି ଓ ତାଙ୍କ ଅଣ୍ଟାରେ ଗୁରୁତର ଆଘାତ ଲାଗିଛି । ମହାରଥୀ ନିଜେ ଗୋଡେଇ ଗୋଡେଇ ପିଟିଥିବା ନେଇ ଶ୍ରୀ ପାତ୍ର ଗଣମାଧ୍ୟମରେ ଅଭିଯୋଗ କରିଥିଲେ । ପରେ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ପୁରୀ ଏସପି ନିଜେ ଘଟଣାସ୍ଥଳକୁ ଆସି ତନାଘନା କରିଥିଲେ । ମହାରଥୀଙ୍କ ବିରୋଧରେ ପୁଲିସ ସଙ୍ଗିନ ଦଫା ଲଗାଇଛି । ଦଫା ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮,୧୪୯, ୧୭୧ (ବି) , ୧୮୬ ଠାରୁ ଆରମ୍ଭ କରି ଲୋକପ୍ରତିନିଧି ଆଇନ ୧୨୩ରେ ପୁଲିସ ମକଦ୍ଦମା ରୁଜୁ କରିଛି । ପ୍ରଦୀପଙ୍କ ଫାର୍ମରେ ଟଙ୍କା କାରବାର ନେଇ ଅଭିଯୋଗ ଆସିଥିଲା ।

Leave A Reply

Your email address will not be published.