ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ରାଜରାସ୍ତାରେ ବିଜେପି, କଂଗ୍ରେସ

0

ବିଜେପିର ‘ବିଜୁଳି’ କଂଗ୍ରେସର ‘ତେଲ’

ଭୁବନେଶ୍ବର: କରୋନା ମହାମାରୀ ସମୟରେ ଦରଦାମ ବୃଦ୍ଧି ଲୋକଙ୍କୁ ଅତିଷ୍ଠ କରିପକାଇଲାଣି । ଆଉ ସହିହେବନି । ତୁରନ୍ତ ଦରଦାମ କମାଅ । ଆଜି ରାଜ୍ୟ ବିଜେପି ଓ କଂଗ୍ରେସ ଭିନ୍ନ ଭିନ୍ନ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କ ବିରୋଧରେ ଗର୍ଜନ କରିଛନ୍ତି । ବାରମ୍ବାର ବିଦ୍ୟୁତ କାଟ ଓ ଅଘୋଷିତ ଦର ବୃଦ୍ଧି ବିରୋଧରେ ବିଜେପି ରାସ୍ତାକୁ ଓହ୍ଲାଇଥିବା ବେଳେ କଂଗ୍ରେସ ପକ୍ଷରୁ ବିଶାଳ ସାଇକେଲ ରାଲି କରାଯାଇ ତୈଳ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦ କରାଯାଇଛି।

ସାଇକେଲ ଚଲାଇ କଂଗ୍ରେସର ତେଲ ପ୍ରତିବାଦ ମହାମାରୀ ସମୟରେ ତେଲ ସହ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆଜି ବିଶାଳ ରାଲି କରାଯାଇଛି । କଂଗ୍ରେସ ଭବନରୁ ସାଇକେଲ ରାଲି ବାହାରି ରାମମନ୍ଦିର ଅଭିମୁଖେ ଯାଇଥିଲା । ଏହାଛଡା ଆସନ୍ତାକାଲି ଅର୍ଥାତ ଗୁରୁବାର ବାମ ଦଳ ପକ୍ଷରୁ ଓଡିଶା ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିବ ବୋଲି ଘୋଷଣା କରିଛି । ଏଥିସହ ୧୫ ତାରିଖରେ ଡିଜେଲ, ପେଟ୍ରୋଲ ନ କିଣିବାକୁ ଲୋକଙ୍କୁ ଅପିଲ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏହା ପରେ ଜୁଲାଇ ୧୭ରେ ପେଟ୍ରୋଲ ପମ୍ପ ସମ୍ମୁଖରେ ଦସ୍ତଖତ ସଂଗ୍ରହ କରି କେନ୍ଦ୍ର ସରକାର ପାଖରେ ଦାଖଲ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ସମସ୍ତ ପେଟ୍ରୋଲ ଟାଙ୍କି ସମ୍ମୁଖରେ ସକାଳ ୯ଟାରୁ ସାଢ଼େ ୧୧ଟା ପର୍ୟ୍ୟନ୍ତ ଗ୍ରାହକମାନଙ୍କ ପ୍ରତିକ୍ରିୟା ଓ ଦସ୍ତଖତ ସଂଗ୍ରହ କରି ବର୍ଦ୍ଧିତ ଦରଦାମକୁ ହ୍ରାସ ପାଇଁ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବ କଂଗ୍ରେସ । ଦେଶରେ ତୈଳଦର ସହ ଅନ୍ୟାନ୍ୟ ଦରଦାମ ହୁହୁ ହୋଇ ବଢ଼ୁଛି । ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ବୃଦ୍ଧି ଯୋଗୁଁ ଏବେ ତୈଳ ଦର ଲିଟର ପିଛା ୧୦୦ ପାର୍ କରିଛି। କରୋନା ମହାମାରୀ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ-ଜୀବିକା ବିପର୍ୟ୍ୟସ୍ତ ହୋଇପଡ଼ିଛି। ତା’ ସାଙ୍ଗକୁ ଦରଦାମ ବୃଦ୍ଧିର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ୁଛି ବୋଲି କହିଛି କଂଗ୍ରେସ।

ବିଜୁଳି ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । କରୋନା ପରି ସଙ୍କଟ ସମୟରେ ବାରମ୍ବାର ବିଦ୍ୟୁତ୍ କାଟ ଓ ଅଘୋଷିତ ଦରବୃଦ୍ଧି ରାଜ୍ୟରେ ସାଧାରଣ ଲୋକଙ୍କ ପାଇଁ ବଡ଼ ଚିନ୍ତାର ବିଷୟ ହେଲାଣି। ବିଜୁଳି କମ୍ପାନୀ ମନ ଇଚ୍ଚା ଲାଇନ କାଟୁଛନ୍ତି । ରାଜ୍ୟ ସରକାରଙ୍କ “ସେବା କମ ଟିକସ ଅଧିକ” ଏହି ତ୍ରୁଟିପୂର୍ଣ୍ଣ ନୀତିକୁ ନେଇ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ୭ ଦିନ କାଳ ବିଜୁଳି ଯୋଗାଣ କାର୍ଯ୍ୟାଳୟ ଆଗରେ ବିଜେପି ପ୍ରତିବାଦ କରିବ । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ବିଜୁଳି ପରିଚାଳନା ଯୋଗୁଁ ୟୁନିଟ ପିଛା ବିଦ୍ୟୁତ ଦର ୩୦ ପଇସା ଓ ୫୦ ପଇସା ବଢିଛି । ଏସଡିଆରଏଫରେ ଥିବା ଟଙ୍କା ବାତ୍ୟା ସମୟରେ ବିଦ୍ୟୁତ ଭିତିଭୂମି ଲାଗି ଖର୍ଚ୍ଚ ହୋଇଛି । କେତେ ଖର୍ଚ୍ଚ ହୋଇଛି ? କେଉଁଠି ଖର୍ଚ୍ଚ ହୋଇଛି ? ତା ଉପରେ ଶ୍ୱେତପତ୍ର ଜାରି କରିବାକୁ ଦାବି କରିଛି ବିଜେପି ।

Leave A Reply

Your email address will not be published.