ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଅତି ଭୀଷଣ ରୂପ ଧାରଣ କଲାଣି ଫନି

0

୩ ତାରିଖ ଅପରାହ୍ନରେ ପୁରୀରେ ସ୍ଥଳ ଭାଗ ଛୁଇଁବ
୨୦୦ କିଲୋମିଟରରୁ ଅଧିକ ବେଗରେ ପବନ
୪ଜିଲ୍ଲାରେ ଦେଢ ଫୁଟ ଉଚ୍ଚର ଜୁଆର
୬ଟି ଜିଲ୍ଲା ଅତିକ୍ରମ କରି କୋଲକାତା ଯିବ

ଭୁବନେଶ୍ୱର: ଅତିରୁ ଅତି ଭୀଷଣ ରୂପ ଧାରଣ କରି ଓଡ଼ିଶା ଉପକୂଳ ମୁହାଁ ହୋଇଛି ବାତ୍ୟା ଫନି । ଏପରି ଯେ ପୁରୀ ବାଲୁଖଣ୍ଡ ସ୍ଥଳଭାଗ ଛୁଇଁବା ବେଳକୁ ପବନ ବେଗ ୨୦୦ କିଲୋମିଟର ଟପିଯିବ । ସ୍ୱତନ୍ତ୍ର ରିଲିଫ୍‍ କମିସନର ଏ ନେଇ ସତର୍କ କରାଇବା ପରେ ଉପକୂଳବର୍ତୀ ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି ।

ଆମେରିକାର ନାଭି ସୂଚନା ମୁତାବକ, ଫନି ପୁରୀରେ ମାଡ଼ ହେବା ପରେ ଜଗତସିଂହପୁର, କଟକର ନିଆଳି, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଂଜ ଦେଇ ପଶ୍ଚିମବଙ୍ଗରେ ପହଞ୍ଚିବ ।

ଭାରତର ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ୧୪ କିଲୋମିଟର ବେଗରେ ଆଗକୁ ବଢୁଥିବା ଫନି ଖୁବ୍‍ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରି ଓଡ଼ିଶା ଆଡକୁ ମୁହାଁଇବ । ବୁଧବାର ମଧ୍ୟାହ୍ନ ସୁଦ୍ଧା ଏହା ପୁରୀର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୬୬୦ କିଲୋମିଟର ଓ ଆନ୍ଧ୍ରର ଦକ୍ଷିଣ-ଦକ୍ଷିଣ ପୂର୍ବର ୪୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଖୁବ୍‍ ଶୀଘ୍ର ଏହା ଉତ୍ତର ଉତ୍ତର ପୂର୍ବ ଆଡକୁ ମୋଡ ନେଇ ଓଡ଼ିଶା ଉପକୂଳ ଆଡକୁ ମାଡିଆସିବ ।

ଏହାର ପ୍ରଭାବରେ ଗଞ୍ଜାମ, ପୁରୀ, ଜଗତସିଂପୁର ଓ ଖୋର୍ଧା ନିକଟବର୍ତୀ ସମୁଦ୍ରରେ ଦେଢ ମିଟରରୁ ଅଧିକ ଉଚ୍ଚର ଜୁଆର ମାଡି ଆସିବ । ଗୁରୁବାର ଠାରୁ ଦକ୍ଷିଣ ଓଡ଼ିଶାରୁ ବର୍ଷା ଆରମ୍ଭ ହେବ ଓ ଏହା କ୍ରମଶଃ ବଢିବ । ୨୦୦ ମିଲିମିଟରରୁ ଅଧିକ ପରିମାଣର ବର୍ଷା ହୋଇପାରେ । ଓଡ଼ିଶାର କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ବାଲେଶ୍ୱର ଜିଲ୍ଲା ଗଭୀର ଭାବେ ପ୍ରଭାବିତ ହୋଇପାରେ । ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବନ୍ୟା ଆଶଙ୍କା ମଧ୍ୟ ରହିଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ଲାଗି ନିର୍ଦେଶ ଦିଆଯାଇଛି ।

Leave A Reply

Your email address will not be published.