ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ସୋମବାରରୁ ଗଡିବ ଘରୋଇ ବସ

0

ଭୁବନେଶ୍ବର: ସୋମବାରରୁ ରାଜ୍ୟରେ ଚାଲିବ ସମସ୍ତ ଘରୋଇ ବସ। ଆଜି ରାଜ୍ୟ ଘରୋଇ ବସ ମାଲିକ ସଂଘ ସହ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଥିଲା। ପରେ ଘରୋଇ ବସ ମାଲିକ ସଂଘ ସାଧାରଣ ସଂପାଦକ କହିଛନ୍ତି ଯେ, ରାଜ୍ୟ ସରକାର ତାଙ୍କର ସମସ୍ତ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।ତେଣୁ ସୋମବାରରୁ ସ୍ୱାଭାବିକ ଭାବେ ବସ ଚଳାଚଳ କରିବ।

ଦାବି ଅନୁଯାୟୀ, ବସ ମାଲିକଙ୍କୁ ଏକ ଲକ୍ଷ ଋଣ ପାଇଁ ବ୍ୟାଙ୍କକୁ ସୁପାରିସ କରିପାରନ୍ତି ସରକାର। ସରକାର ଆଉ ୨ ମାସ ରୋଡ ଟ୍ୟାକ୍ସ ଛାଡିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଲୋନ ଡିଫଲ୍ଟର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବାକୁ ପଦକ୍ଷେପ ନେବେ । ବସ କର୍ମଚାରୀ କଲ୍ୟାଣ ପାଇଁ ପାଣ୍ଠି ଗଠନ କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିବା ଘରୋଇ ବସ ମାଲିକ ସଂଘର ସାଧାରଣ ସଂପାଦକ କହିଛନ୍ତି ।
ରାଜ୍ୟ ସରକାର କୋଭିଡ ଦ୍ଵିତୀୟ ଲହରରେ ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ୪ ମାସ ବସ ପାଇଁ ରୋଡ଼ ଟ୍ୟାକ୍ସ ଛାଡିଥିଲେ । ଏହାକୁ ଆଉ ୨ ମାସ ବଢାଇବା ପାଇଁ ଦାବି କରିଥିଲେ ବସ ମାଲିକ ସଂଘ ।

Leave A Reply

Your email address will not be published.