ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଗ୍ୟାଙ୍ଗଷ୍ଟରକୁ ଗୁଳି

0

ଭୁବନେଶ୍ବର: ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦର ମୃତ। ବାଲେଶ୍ୱର ମେଡିକାଲରେ ତାକୁ ମୃତ ଘୋଷଣା କରାଯାଇଛି। ହାଇଦର ମୃତ୍ୟୁ ନେଇ ଏଡିଏମ୍ଓ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆଜି ହାଇଦରକୁ ବାରିପଦା ଜେଲ ସ୍ଥାନାନ୍ତର କରିବା ସମୟରେ ସେ ଫେରାର୍ ହେବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୁଲିସ ତାକୁ ଗୁଳି ଚାଳନା କରିଥିଲା। ଗୁଳି ତାର ପେଟରେ ଗୁଳିବାଜିଥିଲା। ତାକୁ ଗୁରୁତର ଭାବେ ବାଲେଶ୍ୱର ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ହସ୍ପିଟାଲ ଆସିବା ସମୟରେ ଅବସ୍ଥା ସଙ୍କଟାପନ୍ନ ଥିଲା। ପ୍ରବଳ ରକ୍ତସ୍ରାବ କାରଣରୁ ହସ୍ପିଟାଲରେ ପହଚିଂବା ପରେ ୪ରୁ ୫ ମିନିଟ ମଧ୍ୟରେ ସେଠାର ତାର ମୃତ୍ୟୁ ହୋଇଥିଲା।

ସୁରକ୍ଷା ଦୃଷ୍ଟିକୋଣରୁ ଆଜି ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ସ୍ଥାନାନ୍ତର କରାଯାଉଥିଲା । ପ୍ରାୟ ୩ଟା୨୦ ସମୟରେ ହାଇଦର ଅଧାବାଟରେ ପରିସ୍ରା କରିବ ବୋଲି କହିିଥିଲା। ଏହି ସମୟରେ ବାଲେଶ୍ୱର ସିମୁଳିଆ ନିକଟରେ ପୁଲିସ ଗାଡି ଅଟକିଥିଲା । ଗାଡି ଅଟକିବା ପରେ ହାଇଦର ଖସିଯିବାକୁ ଉଦ୍ୟମ କରିଥିଲା । ସୁରକ୍ଷା କର୍ମୀଙ୍କ ଠାରୁ ବନ୍ଧୁକ ଛଡାଇବାକୁ ଉଦ୍ୟମ କରିଥିଲା । ଫଳରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ପରେ ଦୌଡି ପଳାଇବାକୁ ଉଦ୍ୟମ ବେଳେ ଗୁଳି ଚଳାଇଥିଲା ପୁଲିସ। ହାଇଦରର ପେଟରେ ଗୁଳି ବାଜିବା ପରେ ତାକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାକୁ ମୃତ୍ୟୁ ଘୋଷଣା କରାଯାଇଛି।

କିଛି ଦିନ ତଳେ ଏସସିବି ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ସେଠାରୁ ମଧ୍ୟ ହାଇଦର ଖସିଯିବାକୁ ଉଦ୍ୟମ କରିଥିଲା। ଆଉ ସେଥିରେ ସଫଳ ବି ହୋଇଥିଲା। ହାଇଦର ଫେରାର ପରେ ତାକୁ ଧରିବା ପାଇଁ କମିସନରେଟ ପୁଲିସର ନିଦ ହଜିଯାଇଥିଲା । ଏହା ପରେ ତାକୁ ତେଲେଙ୍ଗାନା ସାଙ୍ଗାରେଡ୍ଡିରେ ଗିରଫ କରାଯାଇଥିଲା । । ସେଠାରୁ ଓଡିଶା ଅଣାଯିବା ପରେ କୋଭିଡ ଆକ୍ରାନ୍ତ ହେବାରୁ ଚୌଦ୍ୱାର ଜେଲରେ ରଖାଯାଇଥିଲା।

ଏପଟେ କେନ୍ଦ୍ରାପଡାରେ ସହରରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। କାଳେ କିଏ କେଉଁଠି ଅଘଟଣ ଘଟାଇବ, ସେ ନେଇ ଏଭଳି ପଦକ୍ଷେପ ନିଆଯାଇଛି। କେନ୍ଦ୍ରାପଡା ଠାରୁ ଆରମ୍ଭ କରି କେନ୍ଦୁଝର, ପୁରୀ, ଖୋର୍ଧା ସବୁ ଜିଲ୍ଲାରେ ଆତଙ୍କ ଖେଳାଇଥିଲା ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟର। ଏକ ବିଶାଳ ଗ୍ୟାଙ୍ଗ ସେ ଗଠନ କରିଥିଲା। ତିନି ଦଶନ୍ଧି ଧରି ସେ ସାରା ରାଜ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ପାଖାପାଖି ୧୫ଟି ମାମଲାରେ ତାକୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

Leave A Reply

Your email address will not be published.