ପ୍ରମୁଖ ଖବର

ବନ୍ଧୁକ ଦେଖାଇ ଜୁଏଲାରୀ ମାଲିକଙ୍କଠୁ ଝାମ୍ପିନେଲେ ୪ କୋଟି ଟଙ୍କାର ଅଳଙ୍କାର
ବିଲ୍ ମଞ୍ଜୁରୀ ନେଇ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଲାଗି ରହିବ ନାହିଁ ସମୟ ସୀମା : ସୁପ୍ରିମକୋର୍ଟ
ଅନିଲ୍ ଅମ୍ବାନୀଙ୍କୁ ଇଡି ଝଟକା: ଭୁବନେଶ୍ବରର ସମେତ ଏକାଧିକ ସ୍ଥାନରେ ସମ୍ପତ୍ତି ଆଟାଚ୍
ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢ଼ୋଲକିଆ
ପୋଲିସ ସୁରକ୍ଷା ହଟାଇବାକୁ ପୀତବାସ ପଣ୍ଡାଙ୍କ ପତ୍ନୀଙ୍କ ଅନୁରୋଧ
ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ନୀତୀଶ କୁମାର

ପଦକ ଆଶାରେ ଭାରତ

0

ତୀରନ୍ଦାଜରେ କ୍ୱାର୍ଟରରେ ଭାରତ

ଭାରତ ପାଇଁ ସୋମବାର ଭଲ ଖବର ଆସିଛି। ଟୋକିଓ ଅଲିମ୍ପିକ୍ସରେ ତୀରନ୍ଦାଜରେ କ୍ୱାର୍ଟରରେ ଭାରତ ପହଞ୍ଚିଛି। କାଜଖାସ୍ତାନକୁ ହରାଇଲା ଭାରତୀୟ ପୁରୁଷ ଦଳ। କାଜଖାସ୍ତାନକୁ ୬-୨ରେ ପରାସ୍ତ କରିଛି ଭାରତୀୟ ପୁରୁଷ ଦଳ । ବିଜୟ ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଟିମ । କ୍ୱାର୍ଟର ଫାଇନାଲରେ କୋରିଆକୁ ଭେଟିବ ଭାରତ।

ସେହିପରି ଟେବୁଲ ଟେନିସର ଦ୍ୱିତୀୟ ରାଉଣ୍ଡରେ ଜିତିଲେ ଶରଥ କମଲ। ପୁରୁଷ ବର୍ଗ ସିଙ୍ଗଲ୍ସରେ ଜିତିଛନ୍ତି ଶରଥ । ପର୍ତୁଗାଲର ଟିଆଗୋ ଆପୋଲୋନିଆଙ୍କୁ ୪-୨ରେ ହରାଇଛନ୍ତି।

ତେବେ ଫେନ୍ସିଂରେ ଭାରତକୁ ନିରାଶ ହେବାକୁ ପଡିଛି। ଫେନ୍ସିଂରେ ଭବାନୀ ଦେବୀ ପରାସ୍ତ ହୋଇ ଅଲିମ୍ପିକ୍ସରୁ ବିଦାୟ ନେଇଛନ୍ତି। ଫ୍ରାନ୍ସର ମେନନ ବ୍ରୁନେଟ ଭବାନୀ ଦେବୀଙ୍କୁ ପରାସ୍ତ କରିଛନ୍ତି । ୧୫-୭ରେ ଭବାନୀ ଦେବୀଙ୍କୁ ମେନନ ହରାଇଛନ୍ତି । ଅଲିମ୍ପିକ୍ସରେ ଭାରତର ପ୍ରଥମ ଫେନ୍ସର ଭାବେ ସାମିଲ ହୋଇଥିଲେ ଭବାନୀ ଦେବୀ ।

Leave A Reply

Your email address will not be published.