ପ୍ରମୁଖ ଖବର

ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ପରଲୋକ
ରକ୍ଷାବନ୍ଧନରେ ମହିଳାଙ୍କୁ ମାଗଣା ଆମ ବସ୍‌ ଯାତ୍ରା
ଏବେ ୩୫ ଟଙ୍କାରେ ମିଳିବ ପିଆଜ, ମହଙ୍ଗା ଦରକୁ ରୋକିବ କେନ୍ଦ୍ର
ନେପାଳରେ ହଠାତ୍ ବନ୍ୟା: ୭ ମୃତ, ୩୮୪ ନିଖୋଜ

କାଳିଆ ଦର୍ଶନ କେବେ?

0

ପୁରୀ: କରୋନା ପାଇଁ ବନ୍ଦ ରହିଛି କାଳିଆ ଦର୍ଶନ। ଭକ୍ତଙ୍କ ପାଇଁ ବନ୍ଦ ରହିଛି ଭଗବାନଙ୍କ ଦ୍ୱାର। କରୋନାର ଦ୍ୱିତୀୟ ପ୍ରବାହରେ ସଂକ୍ରମଣ ବୃଦ୍ଧି ପରେ ଏପ୍ରିଲ ୨୪ ତାରିଖରୁ ଭକ୍ତଙ୍କ ପାଇଁ ବନ୍ଦ ରହିଛି ପୁରୀ ଶ୍ରୀମନ୍ଦିର। ଏହାରି ଭିତରେ ଆସିଛି ଏକ ଭଲ ଖବର। ଶ୍ରମନ୍ଦିର ଖୁବ ଶୀଘ୍ର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବା ନେଇ ନିଷ୍ପତି ନିଆଯାଇପାରେ।

ପୁରୀ ଶ୍ରୀନ୍ଦିର କେବେ ଖୋଲିବ? ଅଗଷ୍ଟ ୪ରେ ଏ ନେଇ ବୈଠକ ବସିବ।। ଆସନ୍ତା ୪ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଡକାଯାଇଛି। ମନ୍ଦିରରୁ ଭକ୍ତଙ୍କ ପ୍ରବେଶ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲାପାଳ, ଏସପି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ସମନ୍ୱୟ କମିଟିର ସଦସ୍ୟ ମାନଙ୍କ ସହିତ ଆଲୋଚନା କରିବେ। ଏବେ ସଂକ୍ରମଣ ଧୀରେ ଧୀରେ କମୁଥିବାରୁ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି। ତେଣୁ କଟକଣା ମଧ୍ୟ ଭକ୍ତଙ୍କ ପାଇଁ ମନ୍ଦିର ଖୋଲିବାକୁ ନିଷ୍ପତି ନିଆଯାଇପାରେ।

ଚଳିତ ବର୍ଷ ମହାମାରୀ କରୋନା ପାଇଁ ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା ଓ ସ୍ନାନପର୍ଣ୍ଣିମା। କେବଳ ସେବାୟତ ମାନେ ରଥ ଟାଣିଥିଲେ । ଭକ୍ତ ଓ ଭଗବାନଙ୍କ ପ୍ରାଚୀର ହୋଇ ଛିଡା ହୋଇଛି ମହାମାରୀ କରୋନା । ଦ୍ୱିତୀୟ ଲହରରେ ଭକ୍ତଙ୍କ ସଂସ୍ପର୍ଶରେ ଆସି ଅଧିକରୁ ଅଧିକ ସେବାୟତ ସଂକ୍ରମିତ ହେବା ଦ୍ୱାର ସର୍ବସାଧାରଣ ବନ୍ଦ କରାଯାଇଥିଲା।

Leave A Reply

Your email address will not be published.