ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଖୋଲିଲା ସିନେମା ହଲ, କେଉଁ ଚଳଚ୍ଚିତ୍ର ଦେଖିବେ?

0

ଭୁବନେଶ୍ବର: ଦୀର୍ଘ ଦିନ ପରେ ରାଜ୍ୟରେ ଖୋଲିଲା ସିନେମା ହଲ । ଆଜି ଭୁବନେଶ୍ୱରର ସମସ୍ତ ହଲ ଖୋଲଯାଇଛି । କୋଭିଡ କଟକଣାରେ ହଲ ଗୁଡିକ ଖୋଲିଥିବା ବେଳେ ୪ଟି ସୋ ରହିବ । ସାମାଜିକ ଦୂରତା ରଖି ଫିଲ୍ମ ଦେଖିବେ ଦର୍ଶକ । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ହଲ ଖୋଲିଛି।

ଆଜି ହଲ ଖୋଲିଥିବା ବେଳେ ପ୍ରଥମ ଦିନରେ ନୂଆ ରିଲିଜ ହୋଇଥିବା ଆମେରିକାନ ସୁପର ହିରୋ, ଦ ସୁଇସାଇଡ ସ୍କ୍ୱାର୍ଡ ଫିଲ୍ମ ପଡିଛି । ଦର୍ଶକ ମାନେ କରୋନା ଗାଇଡଲାଇନ ମାନି ହଲରେ ପ୍ରବେଶ କରିଛନ୍ତି । ହଲ ଭିତରେ ମଧ୍ୟ ସାମାଜିକ ଦୂରତା ରଖି ବସିଛନ୍ତି।

ସେପଟେ ଆଜି କଟକ ସହରରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିଛି । ସିଏମସିର ଅନୁମତି ପରେ ଆଜି ସକାଳୁ କଟକଣା ମଧ୍ୟରେ ମନ୍ଦିର ଖୋଲିଛି । ମନ୍ଦିର ଭିତରକୁ ଏକାଥରେ ୫୦ରୁ ଅଧିକ ଭକ୍ତଙ୍କୁ ପ୍ରବେଶକୁ ମନା କରାଯାଇଛି । ତେବେ ସପ୍ତାହାନ୍ତ ସଟଡାଉନରେ କଟକରେ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ସେହିପରି ମୟୂରଭଂଜରେ ମଧ୍ୟ ଆଜି ସବୁ ଧର୍ମାନୁଷ୍ଠାନ ଖୋଲିଛି।

ସେପଟେ ଆଜିଠୁ ଖୋଲିଛି ଜାତୀୟ ଉଦ୍ୟାନ ଭିତରକନିକା । ଦିନ ସମୟରେ ପର୍ଯ୍ୟଟକ ମାନେ ବୁଲିପାରିବେ । କିନ୍ତ ରାତ୍ରି ଯାପନ ପାଇଁ ଅନୁମତି ନାହିଁ । କରୋନା ମହାମାରୀ ପାଇଁ ୩ ମାସ ବନ୍ଦ ରହିଥିଲା ଭିତରକନିକା।

Leave A Reply

Your email address will not be published.