ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ବଞ୍ଚାଇଥିଲେ ଶହ ଶହ ଜୀବନ, ପ୍ରତିଦାନରେ ମିଳିଲା ସମ୍ମାନ

0

ସମ୍ବର୍ଦ୍ଧିତ ହେଲେ ସମ୍ ଅଲଟିମେଟ ମେଡ଼ିକେଆର ନର୍ସିଂ ଟିମ୍

ଭୁବନେଶ୍ୱର: କୋଭିଡ ମହାମାରୀ ସମୟରେ ପ୍ରକୃତ କୋଭିଡ ଯୋଦ୍ଧା ଭାବେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସମାଜ ପାଇଁ ଅତୁଳନୀୟ କାର୍ଯ୍ୟ କରିଥିବା ଦୃଷ୍ଟିରୁ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ ) ପକ୍ଷରୁ ସମ ଅଲ୍ଟିମେଟ ମେଡ଼ିକେୟାର (ସମମ )ର ନର୍ସିଂ ଟିମ କୁ ସମ୍ବର୍ଦ୍ଧିତ କରାଯାଇଛି। କରୋନା ମହାମାରୀ ବିପକ୍ଷ ଯୁଦ୍ଧରେ ସାମିଲ ହୋଇ ୨୪ ଘଣ୍ଟା ଅତ୍ୟନ୍ତ ନିଷ୍ଠା ଓ ଯତ୍ନ ର ସହ ରୋଗୀ ସେବା କରୁଥିବା ସମମ ର ନର୍ସିଂ ଟିମ କୁ ସମ୍ମାନିତ କରିଛି ସିଆଇଆଇ।

ନିଜ ପରିବାର ଓ ସମ୍ପର୍କୀୟଙ୍କ ଠାରୁ ଦୂରରେ ରହି ପ୍ରତ୍ୟେକ ଦିନ ନିସ୍ଵାର୍ଥପର ଭାବେ ନର୍ସ ମାନେ ତାଙ୍କ ଦାୟିତ୍ୱ ତୁଲାଉଥିଲେ। ସମାଜ ଓ ମାନବଜାତିର ଉନ୍ନତି ନିମନ୍ତେ ସେମାନଙ୍କର ତ୍ୟାଗ ଅତୁଲ୍ୟ। ନିଷ୍ଠାପର ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ଅନେକ ପ୍ରାଣ ମଧ୍ୟ ହରାଇଛନ୍ତି।

କରୋନା ମହାମାରୀ ଆରମ୍ଭ ହେବା ପରେ ସମ ଅଲ୍ଟିମେଟ୍ ମେଡିକେୟାର, ଏକ ମଲ୍ଟି ସ୍ପେସିଆଲିଟି କ୍ଵାଟରନାରୀ କେୟାର ହସ୍ପିଟାଲର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଓ ନର୍ସିଂ ଟିମ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଭୟ କୋଭିଡ ଓ କୋଭିଡ ହୋଇ ନଥିବା ଚିକିତ୍ସା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସୁଛନ୍ତି। ଏହାର ଅତ୍ୟାଧୁନିକ ଭିତ୍ତିଭୂମି ଓ ବିଶେଷଜ୍ଞ ଡାକ୍ତରୀ ଟିମ ଓ କର୍ମଚାରୀ ଅନେକ ଜଟିଳ ରୋଗର ଚିକିତ୍ସା କରିବାରେ ସଫଳ ହୋଇଛନ୍ତି।

ଓଡିଶାରେ ବ୍ଲାକ ଫଙ୍ଗସ ରୋଗକୁ ଚି଼ହ୍ନଟ କରିବାରେ ପ୍ରଥମ ହସ୍ପିଟାଲ ହେଉଛି ସମମ।

ବିଶ୍ୱସ୍ତରୀୟ, ସୁଲଭ ଓ ସବୁ କ୍ଷେତ୍ରର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ର ସ୍ବପ୍ନ କୁ ସାକାର କରିବା ଦିଗରେ ସମ ଆଲଟିମେଟ ମେଡିକେୟାର ନିର୍ମାଣ କରାଯାଇଛି। ଏହା ସୋଆ ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କ ଏକ ସ୍ବପ୍ନ ଥିଲା ବୋଲି ସମ ଆଲଟିମେଟ ମେଡିକେୟାର ର ସିଇଓ ଡ଼ଃ ଶ୍ୱେତପଦ୍ମା ଦାଶ କହିଛନ୍ତି।

ସିଆଇଆଇ ଓଡିଶା କାଉନସିଲର ପାଷ୍ଟ ଚେୟାରମ୍ୟାନ ତଥା ଏସାର ମୀନମେଟ ଲିମିଟେଡ଼ ର ନିର୍ଦେଶକ (ଖଣି ) ସଞ୍ଜୟ ପଟନାୟକ ସମ୍ବର୍ଦ୍ଧନା ପତ୍ର ସମ ଆଲଟିମେଟ ମେଡିକେୟାର ର ସିଇଓ ଡ଼ଃ ଶ୍ୱେତପଦ୍ମା ଦାଶ, ଚିଫ ଅଫ ମେଡିକାଲ ସର୍ଭିସେସ ଡ଼ଃ (ବ୍ରିଗେଡିୟର ) ବିରାଜ ମୋହନ ମିଶ୍ର, ମାନବସମ୍ବଳ ବିଭାଗ ମୁଖ୍ୟ ଶ୍ରୀ ମଳୟ ରଞ୍ଜନ ମିଶ୍ର, ଚିଫ ଅଫ ନର୍ସିଂ ସର୍ଭିସେସ ଶ୍ରୀମତୀ ଆୟେଶା ଏନ ଓ ହସ୍ପିଟାଲର ସମସ୍ତ ନର୍ସିଂ ଟିମ କୁ ପ୍ରଦାନ କରିଥିଲେ।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସିଆଇଆଇ ଆଇଡବ୍ଲୁଏନ ଓଡିଶା ଶାଖାର ଚେୟାରଉମେନ ଓ ଲୁମିନାସ ଇନଫୋୱେସ ପ୍ରାଇଭେଟ ଲିମିଟେଡ଼ ର ଅଧ୍ୟକ୍ଷା ଜୟଶ୍ରୀ ମହାନ୍ତି ଏବଂ ସିଆଇଆଇ ଆଇଡବ୍ଲୁଏନ ଓଡିଶା ଶାଖାର ଭାଇସ ଚେୟାରଉମେନ ଓ ଇନଲାଇନ କଣ୍ଟ୍ରୋଲସ ଆଣ୍ଡ ଇକଉଇପମେଣ୍ଟ ର ପରିଚାଳନା ନିର୍ଦେଶିକା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.