ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ଓପି ଜିନ୍ଦଲ ବିଶ୍ଵବିଦ୍ୟାଳୟର କୁଳାଧିପତି ଭାବରେ ଶାଲୁ ଜିନ୍ଦଲ ନିଯୁକ୍ତ

0

ଭୁବନେଶ୍ବର: ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ନିର୍ଦ୍ଦେଶକ  ଶାଲୁ ଜିନ୍ଦଲଙ୍କୁ ଛତିଶଗଡର ଓପି ଜିନ୍ଦଲ ବିଶ୍ଵବିଦ୍ୟାଳୟର ନୂତନ କୁଳାଧିପତି ଭାବରେ ନିଯୁକ୍ତ କରାଯାଇଛି। ଛତିଶଗଡର ରାଜ୍ୟପାଳ ସୁଶ୍ରୀ ଅନୁସୁୟା ଉଇକେ ଅଗଷ୍ଟ ୧୮ ତାରିଖରେ ଶ୍ରୀମତୀ ଜିନ୍ଦଲଙ୍କୁ ଏହି ପଦରେ ନିଯୁକ୍ତ କରିଥିଲେ।

ଶ୍ରୀମତୀ ଜିନ୍ଦଲ ଜଣେ ଉଚ୍ଚକୋଟୀର କୁଚିପୁଡି ନୃତ୍ୟାଙ୍ଗନା ଏବଂ ସମାଜସେବୀ ଭାବରେ ସୁନାମ ଅର୍ଜନ କରିଛନ୍ତି। ଭାରତୀୟ କଳା ଏବଂ ସଂସ୍କୃତି, ଶିକ୍ଷା ତଥା ନିରନ୍ତର ସମ୍ପ୍ରଦାୟର ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ  ସେ ବିଭିନ୍ନ ସମ୍ମାନରେ ସମ୍ମାନୀତ ହୋଇଛନ୍ତି | ସେ ନ୍ୟାସନାଲ ନ୍ୟାସନାଲ ବାଲ ଭବନର ଅଧ୍ୟକ୍ଷା ଓ  ୟଙ୍ଗ ଫିକି ଲେଡିଜ୍ ଅର୍ଗାନାଇଜେସନ୍ ର ପ୍ରତିଷ୍ଠାତା ସଭାପତି ଭାବରେ ସେ କାର୍ଯ୍ୟ କରିଛନ୍ତି।

ଜେଏସପିଏଲ ଫାଉଣ୍ଡେସନର ଚେୟାରମ୍ୟାନ୍ ଭାବରେ ଶ୍ରୀମତୀ ଜିନ୍ଦଲ ତାଙ୍କ ସୃଜନଶୀଳ ପଦକ୍ଷେପ ମାଧ୍ୟମରେ ଛତିଶଗଡ଼, ଓଡିଶା, ଝଡ଼ଖଣ୍ଡ,  ଦିଲ୍ଲୀ ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ପ୍ରାୟ ପାଞ୍ଚ ଲକ୍ଷ ପରିବାରଙ୍କ ଜୀବନରେ ସକରାତ୍ମକ ପ୍ରଭାବ ପକାଇ ପାରିଛନ୍ତି । ସେ ତିରଙ୍ଗା ଏବଂ ଫ୍ରିଡମ୍ ପରି ପୁସ୍ତକ ସଂକଳନ କରିଛନ୍ତି। ସେ ପିଲାମାନଙ୍କ ପାଇଁ ତାଙ୍କର ପ୍ରଥମ ପୁସ୍ତକ ‘ଇଣ୍ଡିଆ : ଆନ୍ ଆଲଫାବେଟ୍ ରାଇଡ୍’ ଲେଖିଛନ୍ତି। ସିଙ୍ଗାପୁରରେ ସିଏମଓ ଏସିଆର ସର୍ବଶ୍ରେଷ୍ଠ ସାମାଜିକ ଉଦ୍ୟୋଗୀ ପୁରସ୍କାର, କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧରେ ନେତୃତ୍ୱ ପାଇଁ ମହାତ୍ମା ପୁରସ୍କାର, ଲଣ୍ଡନରେ ସାମାଜିକ ଓ  ସାଂସ୍କୃତିକ ନେତୃତ୍ୱ ପାଇଁ ଗୋଲ୍ଡେନ ପାଇକ ପୁରସ୍କାର ଏବଂ ସିଙ୍ଗାପୁରରେ ଆକାଲାଭିଆ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

Leave A Reply

Your email address will not be published.