ପ୍ରମୁଖ ଖବର

ଘୋଷଣା ହେଲା ୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର; ‘ପୁଷ୍କରା’, ‘ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌’ ଓ ‘ଆଶ୍ରମ’ ଶ୍ରେଷ୍ଠ ଚଳଚ୍ଚିତ୍ର
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ତଦନ୍ତ ସରିଲା, ଆଜି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇପାରେ କମିଟି
ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ମାଗଣା ସ୍କୁଲ୍ ବ୍ୟାଗ୍
ରଥଯାତ୍ରାରେ ପିପିଲି ଟୋଲ୍‌ ଫି’ ଛାଡ଼, ଚଳାଚଳ କରିବ ହଜାରେ ବସ୍‌
ବିଜେଡିରେ ସାମିଲ ହେଲେ ସୁଜାତା ଆର୍ କାର୍ତ୍ତିକେୟନ

କାହିଁକି ଗିରଫ ହେବେନି ମାନସ ଦାସ?

0

ମାନସଙ୍କ ଗିରଫ ଦାବିରେ ୧୧ ଆଦିବାସୀ ସଂଗଠନ ରାସ୍ତାକୁ ଓହ୍ଲାଇଲେ

ଭୁବନେଶ୍ବର: କିଛି ଦିନ ହେବ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କ ବିରୋଧରେ ନିର୍ଯାତନାର ତାଲିକା ଲମ୍ବିଚାଲିଛି। କେମିତି ମାନସ ଦାସ ନିଜର ଦବଦବା ଦେଖାଇ ଆଦିବାସୀ ଲୋକଙ୍କ ଉପରେ ଅତ୍ୟାଚାର କରୁଥିଲେ ତାର ଚିତ୍ର ମଧ୍ୟ ସାମନାକୁ ଆସିଛି। ଏବେ ମାନସ ଦାସଙ୍କୁ ଗିରଫ କରିବା ପାଇଁ ଧୀରେ ଧୀରେ ଦାବି ଜୋର ଧରିଲେଣି। ମାନସ ଦାସଙ୍କ ଗିରଫ ଦାବିରେ ଆଜି ଖୋର୍ଦ୍ଧା ଏସପି ଅଫିସ ସମ୍ମୁଖରେ ୧୧ଟି ଆଦିବାସୀ ସଂଗଠନ ବିକ୍ଷୋଭ କରିଛନ୍ତି। ହିନ୍ଦୁ ଜାଗରତ ମଞ୍ଚ ପକ୍ଷରୁ ଏସପି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏସପିଙ୍କ ଅଫିସରେ ଦାବି ପତ୍ର ଦିଆଯାଇଛି । ମାନସ ଧର୍ମାନ୍ତୀକରଣ କରୁଥିବା ଅଭିଯୋଗ କରିଛି ହିନ୍ଦୁ ଜାଗରଣ ମଞ୍ଚ।

ମାନସଙ୍କ ନାଁରେ ଅମାନବୀୟ କାମର ଫର୍ଦ୍ଦ ଗୋଟିକ ପରେ ଗୋଟିଏ ଲମ୍ବିବାରେ ଲାଗିଛି। ମାନସ ଦାସଙ୍କ ଇସାରାରେ ଅନେକ ନିରୀହ ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଥିବା ବେଳେ କିଛି ଜଣଙ୍କୁ ହତ୍ୟା ନେଇ ମଧ୍ୟ ଅଭିଯୋଗ ଆସିଛି । ସେପଟେ କେବେଳ ଓଡିଶାରେ ନୁହେଁ ରାଜ୍ୟ ବାହାରେ ମଧ୍ୟ ମାନବବାଦ ସଂଗଠନ ଥିବା ନିଜେ ସଂଗଠନର ମୁଖିଆ ମାନସ ଦାସ କହିଛନ୍ତି । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ସେ ଆଇନ ଅନୁଯାୟୀ ମୁକାବିଲା କରିବେ ବୋଲି କହିଛନ୍ତି।

ମାନବବାଦ ସଂଗଠନର ଅତ୍ୟାଚାରର ପ୍ରାୟ ୮ ବର୍ଷ ହେଲା ଗାଁ ଛାଡି ଜଙ୍ଗଲରେ ରହୁଛନ୍ତି ଖୋର୍ଦ୍ଧା ଡାଳତୋଳା ଆଦିବାସୀ ସାହିର ୬ ପରିବାର। ସଂଗଠନରେ ସାମିଲ ନହେବାରୁ ଏହି ୬ ପରିବାରଙ୍କୁ ଗାଁରୁ ବାହାର କରାଯାଇଥିବା ବେଳେ ବିତାଡିତ ପରିବାରଙ୍କୁ ଭେଟିଛି ପୁଲିସ ଟିମ । ଡାଳତୋଳା ଗାଁରେ ପହଞ୍ଚି ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି ଖୋର୍ଦ୍ଧା ଏସଡିପିଓ, ସଦର ଥାନା ଅଧିକାରୀ ସମେତ ୫ ଜଣିଆ ଟିମ। ଏହି ୬ ପରିବାର ୮ ବର୍ଷ ହେବ ଗାଁ ବାହାରେ ରହୁଛନ୍ତି। ମାନବବାଦ ସଂଗଠନର ସର୍ତ୍ତ ଅନୂସାରେ ଯିଏ ସଂଗଠନରେ ସାମିଲ ନହେବ ତାଙ୍କୁ କିଭଳି କଷ୍ଟ ଭୋଗିବାକୁ ପଡିବ ବୋଲି ପୀଡିତା ପରିବାର ଅଭିଯୋଗ କରିଥିଲେ।

ସାରଥୀଙ୍କ ଭଳି ମାନସ ଦାସ ମଧ୍ୟ ଶହ ଶହ ଲୋକଙ୍କ ଗ୍ରହଣରେ ପ୍ରବଚନ ଦେଉଥିବାର ଦୃଶ୍ୟ ସାମନାକୁ ଆସୁଛି । ତାଙ୍କୁ ଲୋକ ଗୁରୁଜୀ ଭଳି ମାନିବା ସହ ମାନ୍ୟବର ଡାକିବାକୁ ନିର୍ଦ୍ଦେଶ ଦଆଯାଇଥିଲା । ଏପରିକି ମାନସ ଦାସ ନିଜ ପାଖରେ ଆଧ୍ୟାତ୍ମିକ ଶକ୍ତି ଅଛି କହି ଲୋକଙ୍କ ବିଶ୍ୱାସ ଜିତିବାକୁ ଚାହୁଁଥିଲେ। ଶାସକ ଦଳର ସାଂସଦ, ବିଧାୟକ ମଧ୍ୟ ମାନସ ଦାସଙ୍କୁ ମୁଣ୍ଡିଆ ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.