ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଆକଶମାର୍ଗରୁ ତାଲିବାନୀଙ୍କୁ ଆକ୍ରମଣ

0

କାବୁଲ: ଆଫଗାନିସ୍ତାନର ପଞ୍ଜଶୀର ଘାଟିକୁ କବଜା ନେଇ:ଛନ୍ତି ବୋଲି ତାଲିବାନ ମାନେ ଦାବି କରୁଥିଲେ ମଧ୍ୟ ଏଯାଏ ଲଢେଇ ଶେଷ ହୋଇନାହିଁ। ବରଂ ପଞ୍ଜଶୀର ଘାଟିରେ ଜୋରଦାର ଲଢେଇ ଚାଲିଛି। ପଞ୍ଜଶୀର ଘାଟିରେ କିଛି ଅଜଣା ସୈନ୍ୟ ବିମାନ ଦ୍ୱାରା ଆକ୍ରମଣ କରାଯାଉଥିବାର ଖବର ଆସିଛି। ଏହି ଆକ୍ରମଣ ତାଲିବାନୀଙ୍କ ରହୁଥିବା ସ୍ଥାନକୁ ଟାର୍ଗେଟ କରି ଆକାଶ ମାର୍ଗରୁ କରାଯାଇଛି।

ପଞ୍ଜଶୀରକୁ ଦଖଲ କରିଥିବା ବାରମ୍ବାର ଦାବି କରିଆସୁଛି ତାଲିବାନ। ସୋମବାର ପଞ୍ଜଶୀର ଘାଟିରେ ତାଲିବାନୀ ଆତଙ୍କୀ ପ୍ରବେଶ କରିଥିଲେ । ସେଠାରେ ତାଲିବାନୀ ମାନେ ପଞ୍ଜଶୀରକୁ କବଜା କରିଥିବା ଦାବି କରି ପତାକା ବି ଉଡାଇଥିଲେ । ଗଭର୍ଣ୍ଣର ଅଫିସ ବାହାରେ ଧଳା ରଙ୍ଗର ପତାକା ଉଡାଇ ଏହାର ଫଟୋ ଛାଡିଥିଲେ।

ପଞ୍ଜଶୀର ଆଫଗାନିସ୍ତାନର ଶେଷ ପ୍ରାନ୍ତ। ଯେଉଁଠି ତାଲିବାନୀ ମାନେ ସଂପୂର୍ଣ୍ଣ ଭାବେ କବଜା କରିପାରିନଥିବା କୁହାଯାଇପାରିବ। ହେଲେ ତାଲିବାନ ପ୍ରବକ୍ତା ଜବହୁଲ୍ଲା ମୁଜାହିଦ ସୋମବାର ଦାବି କରିଥିଲେ ଯେ , ପଞ୍ଜଶୀର ଏବେ ତାଲିବାନର ସଂପୂର୍ଣ୍ଣ ନିୟନ୍ତ୍ରଣରେ । କିଛି ଚରମବାଦୀ ମାନେ ମଧ୍ୟ ମାନିଥିଲେ ଯେ , ତାଲିବାନୀ ମାନେ ରାତାରାତି ପଞ୍ଜଶୀରର ଆଠଟି ଜିଲ୍ଲାକୁ କବଜା କରିନେଇଛନ୍ତି।

ପଞ୍ଜଶୀର ଘାଟିରେ ଥିବା ନର୍ଦ୍ଦାନ ଆଲିୟାନ୍ସ ପକ୍ଷରୁ ତାଲିବାନୀଙ୍କୁ ଗରିଲା ଯୁଦ୍ଧ ମାଧ୍ୟମରେ ଟକ୍କର ଦେଉଛନ୍ତି । ଏଯାଏ ସେମାନେ ହାର ମାନିନାହାନ୍ତି । ନର୍ଦର୍ଣ୍ଣ ଆଲାଏନ୍ସର ନେତୃତ୍ୱ ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଓ ତାଲିବାନ ବିରୋଧୀ ଅହମ୍ମଦ ସାହ ମାସୁଦଙ୍କ ପୁଅ ଅହମ୍ମଦ ମାସୁଦ ନେଉଛନ୍ତି। ସେପଟେ ପଞ୍ଜଶୀରେରେ ଲଢେଇ ଚାଲିଥିଲେ ମଧ୍ୟ ଆଫଗାନିସ୍ତାନରେ ସରକାର ଗଠନ ପାଇଁ ତାଲିବାନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ସରକାର ଗଠନରେ ସାମିଲ ପାଇଁ ୬ ମିତ୍ର ଦେଶକୁ ମଧ୍ୟ ତାଲିବାନ ନିମନ୍ତ୍ରଣ କରିଛି । ଯେଉଁ ୬ଟି ଦେଶକୁ ନିମନ୍ତ୍ରଣ କରାଯାଇଛି ସେହି ସମସ୍ତ ଦେଶ ସହିତ ଆମେରିକାର ଶତ୍ରୁତା ଲାଗି ରହିଛି ।

Leave A Reply

Your email address will not be published.