ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ଜବରଦସ୍ତ ଫିଚର୍ସ ସହ ବଜାରରେ ଆଇଫୋନ ୧୩ :ଜାଣନ୍ତୁ କେତେ ରହିଛି ମୂଲ୍ୟ?

0

ଆଇଫୋନ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଲଞ୍ଚ ହୋଇଛି ଆଇ ଫୋନ ୧୩ ଓ ଆଇଫୋନ ୧୩ର ମିନି । ସବୁ ବର୍ଷ ପରି ଏବର୍ଷ ମଧ୍ୟ ଆପଲ ନୂଆ ଆଇଫୋନ ସହ ତାର ଅନ୍ୟ ପ୍ରଡକ୍ଟ ବଜାରକୁ ଛାଡିଛି । ଆଇଫୋନ ୧୩ ଓ ଆଇଫୋନ ୧୩ର ମିନି ଲଞ୍ଚ କରିଛି କମ୍ପାନି। ଯେଉଁଥିରେ କି ବହୁତ ନୂଆ ନୂଆ ଫିଚର୍ସ ରହିଥିବାର କମ୍ପାନି କହିଛି।

ଆଇ ଫୋନ ୧୩ରେ ଏଥର ଏକ ନୂଆ ରଙ୍ଗ ସାମିଲ କରାଯାଇଛି । ପୂର୍ବରୁ ଥିବା ସମସ୍ତ କଲର ସହ ପିଙ୍କ୍‌ କଲରର ଆଇଫୋନ ୧୩ ଏଥର ବଜାରକୁ ଛଡାଯାଇଛି । ଏହାର ଡିସପ୍ଲେର ଆକାର ୬.୧ ରହିଥିବା ବେଳେ ଆଇଫୋନ ୧୩ ମିନିର ଡିସପ୍ଲେର ଆକାର ୫.୪ ରହିଛି । ଆପଲ ଆଇଫୋନ ୧୩ରେ ଇ ୧୫ ବୟୋନିକ ଚିପସେଟ ବ୍ୟବହାର କରାଯାଇଛି । ଏଥିରେ ୬ କୋର ସିପିୟୁ, ୨-କୋର ଉନ୍ନତ ପ୍ରଦର୍ଶନର କୋର୍‌ ଓ ୪ ଏକ୍ସପେନ୍ସି କୋର ଦିଆଯାଇଛି ।

ଆଇଫୋନ ୧୩ କ୍ୟାମେରା କ୍ଷେତ୍ରରେ ଉନ୍ନତି କରିଛି । ଆଇଫୋନ ୧୩ ଓ ଆଇଫୋନ ୧୩ ମିନିରେ କମ ଆଲୁଅରେ ଭଲ ଫଟୋ ଉଠିବ ପାଇଁ ଲୋ ଲାଇଟ ପରଫରମାନ୍ସ ଦିଆଯାଇଛିା । ଏଥିରେ ସିନେମେଟିକ ମୋଡ଼ ଦିଆଯାଇଛି । ଆପଲ କହିଛି , ବ୍ୟବହାରକାରୀ ଏଥିରେ ସିନେମେଟିକର ଭିଡିଓ ବନେଇପାରିବେ । ଏହା ଡଲବୀ ଭିଜନ ଏଚଡିର ମାଧ୍ୟମରେ ସୁଟ କରାଯାଏ । ଏହାକୁ ଏକ ଖାସ କଷ୍ଟମ ସେନସର ଦ୍ୱାରା ସକ୍ଷମ କରାଯାଏ । ଦୁଇଟି ଯାକ ନୂଆ ଆଇଫୋନ ୫ଜି ଅଟେ । ଆଇଫୋନର ଦାମ ୬୯୯ ଡଲାରୁ ଆରମ୍ଭ ହେବ । ଏବଂ ଆଇଫୋନ ୧୩ ମିନିର ଦାମ ୭୯୯ ଡଲାରରୁ ଆରମ୍ଭ ହେବ । ଆଇଫୋନ ୧୩ରେ ବ୍ୟାଟେରି ବ୍ୟାକଅପ ଭଲ ରହିଥିବାର କମ୍ପାନି କହିଛି ।

ଭାରତରେ ଆଇଫୋନ ୧୩ର ମିନିର ଦାମ ୬୯,୯୦୦ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଆଇଫୋନ ୧୩ର ଦାମ ୭୯,୯୦୦ ଟଙ୍କାରୁ ଆରମ୍ଭ ହେବ । ସେହିପରି ଭାରତରେ ଆଇଫୋନ ୧୩ ପ୍ରୋର ଦାମ ଲକ୍ଷେ ୧୯ ହଜାର ୯୦୦ରୁ ଆରମ୍ଭ ହେଉଥିବା ବେଳେ ଆଇଫୋନ ୧୩ ପ୍ରୋ ମ୍ୟାକ୍ସର ଦାମ ଲକ୍ଷେ ୨୯ ହଜାର ୯୦୦ ଟଙ୍କାରୁ ଆରମ୍ଭ । ଆପଲ ପକ୍ଷରୁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଆଇଫୋନ ୧୩ର ପ୍ରୋ ସିରିଜ ଲଞ୍ଚ କରାଗଲା ଏହି ସିରିଜର ହଜ ପ୍ରୋମୋସନ ରେଟ୍‌ ଡିସପ୍ଲେ ଦିଆଯାଇଛି । ଏଥିରେ ଅଲଟ୍ରା ୱାଇଡ କ୍ୟାମେରା ଓ ୱାଇଡ ଆଙ୍ଗଲ କ୍ୟାମେରା ମଧ୍ୟ ଦିଆଯାଇଛି । କମ ଆଲୁଅରେ ଏଥରେ ଭଲ ଫଟୋ ନିଆଯାଇପାରିବ ବୋଲ କମ୍ପାନି ପକ୍ଷରୁ କୁହାଯାଇଛି । ଆଇଫୋନ ୧୩ ପ୍ରୋରେ ମାଇକ୍ରୋ ଫଟୋଗ୍ରାଫିର ବିକଳ୍ପ ମଧ୍ୟ ଦିଆଯାଇଛି । ତିନୋଟି ପ୍ରକାରର କ୍ୟାମେରା ନାଇଡ ମୋଡର କାମ କରିପାରିବ । ଆପଲ ଆଇଫୋନ ୧୩ ପ୍ରୋ ଓ ପ୍ରୋ ମ୍ୟାକ୍ସ ଦୁଇଟି କ୍ଷେତ୍ରରେ ପୂର୍ବ ସରିଜ ଅପେକ୍ଷା ଏହି ସିରିଜରେ ବ୍ୟାଟେରି ବଡ଼ ଦିଆଯାଇଛି ।

Leave A Reply

Your email address will not be published.