ସସପେନ୍ସ ଶେଷ । ସାମନାକୁ ଆସିଲା ଟିଏମସି ସାଂସଦ ତଥା ଅଭିନ୍ରେତୀ ନୁସରତା ଜାହାଁ ଙ୍କ ଶିଶୁ ପୁତ୍ରର ବାପାର ପରିଚୟ । ଏବେ ଶିଶୁ ପୁତ୍ରର ଜନ୍ମ ପ୍ରମାଣପତ୍ରରେ ତାହାର ବାପାଙ୍କ ନାମ ଉଲ୍ଲେଖ କରାଯାଇଛି । ଜନ୍ମଗତ ପ୍ରମାଣପତ୍ରରେ ନୁସରତ ଜାହାଁଙ୍କ ପୁଅର ବାପା ଭାବରେ ଅଭିନେତା ୟସ ଦାସଗୁପ୍ତାଙ୍କ ନାଁ ରହିଛି । ଗତ ଅଗଷ୍ଟ ୨୬ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ନୁସରତ । ବ୍ୟବସାୟୀ ନିଖିଲ ଜୈନଙ୍କ ସହ ତାଙ୍କର ବିବାହ ସଂପର୍କକୁ ନେଇ ଅନେକ ବିବାଦ ଦେଖାଦେଇଥିବା ବେଳେ ଉଭୟ ଅଲଗା ରହୁଥିଲେ । ନୁସରତ ଗର୍ଭବତୀ ହେବା ପରେ ନିଖିଲ ଏନେଇ କିଛି ଜାଣିନଥିବା ମଧ୍ୟ କହିଥିଲେ ।ନୁସରତଙ୍କ ପୁଅର ଜନ୍ମଗତ ପ୍ରମାଣପତ୍ର ଜାରି କରାଯିବା ପରେ ସେଥିରେ ୟଶ ଦାସଗୁପ୍ତାଙ୍କ ନାଁ ଥିବା ଦେଖିବାକୁ ମିଳିଛି । ଏଥିରେ ଶିଶୁ ପୁତ୍ରୁର ପୁରା ନାଁ ରହିଛି ଇସାନ ଜେ ଦାସଗୁପ୍ତା । କୋଲକତା ନଗର ନିଗମରେ ଜମା ହୋଇଥିବା କାଗଜପତ୍ର ଅନୁୟାୟୀ ସ୍ୱଷ୍ଟ ହୋଇଯାଇଛି ଯେ ନୁସରତଙ୍କ ପୁଅର ବାପା ୟଶଦାସଗୁପ୍ତା ଅଟନ୍ତି ।ନୁସରତଙ୍କର ଅଭିନେତା ୟଶ ଦାସଗୁପ୍ତାଙ୍କ ସହ ସମ୍ପର୍କକୁ ନେଇ ଅନେକ ଦିନରୁ ଚର୍ଚ୍ଚା ହୋଇ ଆସୁଥିଲା । କିନ୍ତୁ ଏବେ ଦୁହେଁ ରିଲେସନସିପରେ ଥିବା ସ୍ପଷ୍ଟ ହୋଇଯାଇଛି । ନୁସରତଙ୍କୁ ପ୍ରସବ ପାଇଁ ୟଶ ହିଁ ତାଙ୍କୁ ମେଡିକାଲ ନେଇକି ଯାଇଥିଲେ । ପୁଅ ହେବାର ଖୁସି ଖବର ମଧ୍ୟ ସେ ହିଁ ପବ୍ଲିକକୁ ଦେଇଥିଲେ । ନୁସରତ ଓ ୟଶଙ୍କୁ ପୂର୍ବରୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳିଥାଏ । ନୁସରତ ଓ ୟଶ ଦୁହେଁଙ୍କ ସାକ୍ଷାତ ଏକ ଫିଲ୍ମ ସୁଟିଂ ସମୟରେ ହୋଇଥିଲା । ଦୁହେଁ ସେ ଫିଲ୍ମର ପ୍ରମୋସନ କରିଥିଲେ । ଦୁହେଁ ଫଟୋସୁଟ ମଧ୍ୟ କରିଥିଲେ । ଏହା ପରେ ଉଭୟଙ୍କ ଫୋଟୋ ଖୁବ ଭାଇରାଲ ହୋଇଥିଲା । ସେବେଠୁ ହିଁ ଦୁହେଁ ରିଲେସନସିପରେ ଥିବା ଅନୁମାନ କରାଯାଉଥିଲା । ୨୦୧୯ରେ ନୁସରତ ଓ ନିଖିଲ ଜୈନ ତୁର୍କୀରେ ବିବାହ କରିଥିଲେ । କିନ୍ତୁ ଏ ବିବାହ ବେଶି ଦିନ ତିଷ୍ଠି ରହିପାରିନଥିଲା । ବିବାହର କିଛି ଦିନ ପରେ ଉଭୟ ଅଲଗା ରହିବାକୁ ଆରମ୍ଭ କରିଥିଲେ । ନୁସରତ କହିଥିଲେ ଯେ ତାଙ୍କର ଏହି ବାହାଘର ହିନ୍ଦୁ ମ୍ୟାରେଜ ଆକ୍ଟ ଅନୁଯାୟୀ ରେଜିଷ୍ଟ୍ରି ହୋଇନାହିଁ । ତେଣୁ ଏହି ବାହାଘର ଅମାନ୍ୟ ଅଟେ ।
ପ୍ରମୁଖ ଖବର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ