ପ୍ରମୁଖ ଖବର

ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍
ଆତ୍ମସମର୍ପଣ କଲେ ୩୧ ମାଓବାଦୀ
ବାଲେଶ୍ୱର ଜିଲାରେ ଥିବା ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ କାର୍ ଭିତରୁ ୧୩୦ କିଲୋ ଗଞ୍ଜେଇ ଜବତ
ପଞ୍ଜାବର ଜଳନ୍ଧରରେ ଭାଜପା ନେତା ମନୋରଞ୍ଜନ କାଳିଆଙ୍କ ଘର ବାହାରେ ଏକ ବିସ୍ଫୋରଣ

୨ ଛାତ୍ରଙ୍କ ଆକାଉଣ୍ଟ କୁ ଆସିଲା କୋଟି କୋଟି ଟଙ୍କା

0

ଦୁଇ ଛାତ୍ରଙ୍କ ଆକାଉ କୁ ଭୁଲରେ ଆସିଲା କୋଟି କୋଟି ଟଙ୍କା । କୋଟିଏ କି ଦୁଇକୋଟି ନୁହଁ ୯୬୦ କୋଟି ଟଙ୍କା ଦୁଇ ସ୍କୁଲ ଛାତ୍ରଙ୍କ ଆକାଉଂଟକୁ ଆସିଲା । ଏତେ ପରିମାଣର ଟଙ୍କା ଦେଖି ସ୍କୁଲ ଛାତ୍ରଙ୍କ ସମେତ ବ୍ୟାଙ୍କ ଅଧିକାରୀ ମଧ୍ୟ ତାଜୁବ ହୋଇଯାଇଥିଲେ । ତେବେ ଯେବେ ଅନ୍ୟ ଲୋକଙ୍କୁ ଏନେଇ ଜଣାପଡିଲା ସମସ୍ତେ ନିଜ ନିଜର ଆକାଉ କୁ ଚେକ କରିବାକୁ ବ୍ୟାଙ୍କର ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଥିଲା ।
ବିହାର କଟହରିରେ ଏଭଳି ଘଟଣା ଘଟିଛି । ହିନ୍ଦୁସ୍ଥାନ ରିପୋର୍ଟ ଅନୁସାରେ, ବିହାର ସରକାରଙ୍କ ପକ୍ଷରୁ ସ୍କୁଲ ପିଲାଙ୍କ ଡ୍ରେସ ପାଇଁ ପଠାଯାଉଥିବା ଟଙ୍କାର ଚେକ୍‌ କରିବାକୁ ଆଜମନଗର ଅଂଚଳର ଦୁଇ ଛାତ୍ର ଏସବିଆଇ ସିଏସପି ବ୍ରା ରେ ପହଞ୍ଚିଥିଲେ । ଯେତେବେଳେ ବ୍ୟାଙ୍କର ନିଜ ଆକାଉାଂଟ ଚେକ କରିଥିଲେ କୋଟି କୋଟି ଟଙ୍କା ତାଙ୍କ ଆକାଉଂଟରେ ଥିବା ଜାଣିବାକୁ ପାଇଥିଲେ । ଗୁରୁଚନ୍ଦ୍ର ଆକାଉଂଟରେ ୬୦ କୋଟିରୁ ଅଧିକ ଓ ଅସିତ କୁମାର ଆକାଉଂଟରେ ୯୦୦ କୋଟି ଜମା ହୋଇଥିଲା । ଏହା ଶୁଣିବା ପରେ ଦୁଇ ଛାତ୍ରଙ୍କ ସମତେ ବ୍ୟାଙ୍କର ସମସ୍ତ କର୍ମଚାରୀ ଓ ଲୋକମାନେ ତାଜୁବ ହୋଇଯାଇଥିଲେ ।
ବ୍ୟାଙ୍କ ମ୍ୟାନେଜରଙ୍କ ପାଖରେ ଯାଇ ଏହି କଥା ପହଞ୍ଚିଥିଲା । ଏହା ପରେ ବ୍ୟାଙ୍କ ମ୍ୟାନେଜର ତୁରନ୍ତ ଏହି ଦୁଇ ଆକାଉଂଟର ବ୍ୟବହାରକୁ ବନ୍ଦ କରିଥିଲେ । କେଉଁଠୁ ଏତେ ଟଙ୍କା ଭୁଲରେ ଆସିଛି,ସେ ନେଇ ଯାଂଚ ଚାଲିଥିବା କହିଛନ୍ତି । ବ୍ୟାଙ୍କର ସିନିଅର ଅଫିସରଙ୍କୁ ମଧ୍ୟ ଏନେଇ ସୂଚନା ଦିଆଯାଇଛି ।
ଏହା ପୂର୍ବରୁ ବ୍ୟାଙ୍କ ତୁଟି ହେତୁ ବିହାର ଖଗରିଆରେ ଜଣେ ବ୍ୟକ୍ତିଙ୍କ ଆକାଉଂଟକୁ ମଧ୍ୟ ଲକ୍ଷେ ୬୧ ହଜାର ପଳାଇଆସିଥିଲା । ବ୍ୟକ୍ତି ଜଣକ ଏହି ପଇସା ଉଠାଇ ଖର୍ଚ୍ଚ କରିଦେଇଥିଲୋ । ବ୍ୟାଙ୍କ କର୍ମଚାରୀ ଯେତେବେଳେ ଟଙ୍କା ଫେରାଇବାକୁ କହିଥିଲେ, ସରକାରୀ ସହାୟତା ଭାବେ ଏହି ଅର୍ଥ ଆକାଉଂଟରେ ଜମା ହୋଇଛି ଏବଂ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନାର ଅଂଶବିଶେଷ କହି ଟଙ୍କା ଫେରାଇବାକୁ ମନା କରିଦେଇଥିଲେ । ଏହା ପରେ ତାଙ୍କୁ ନୋଟିସ କରାଯାଇଥିଲା ।ଏବଂ ଜେଲ ମଧ୍ୟ ପଠାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.