ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସାବରିମାଳାରେ ଦର୍ଶନ ପାଇଁ ଅଗ୍ରୀମ ଟିକେଟ କାଟିଲେ ମହିଳା ଶ୍ରଦ୍ଧାଳୁ

0

କୋଚି: ସୁପ୍ରିମକୋର୍ଟଙ୍କ ନିର୍ଦେଶର ଦୁଇମାସ ପରେ ସାବରିମାଳା ଦର୍ଶନ ପାଇଁ ମହିଳାମାନେ ପୁଣି ଥରେ ଅଣ୍ଟା ଭିଡିଛନ୍ତି । ପାଞ୍ଚ କି ଦଶ ନୁହେଁ, ବରଂ ୧୦ରୁ ୫୦ ବର୍ଷ ବୟସ୍କ ୫୫୦ରୁ ଅଧିକ ମହିଳା ଦର୍ଶନ ପାଇଁ ଅଗ୍ରୀମ ଟିକେଟ୍‍ କରିଥିବା ସୂଚନା ମିଳିଛି । ପ୍ରତିବର୍ଷ ମକର ଯାତ୍ରା ସମୟରେ ଦୁଇମାସ ଧରି ମଣ୍ଡଳମ୍‍ ଯାତ୍ରା ହୋଇଥାଏ । ଯେହେତୁ ଲକ୍ଷ ଲକ୍ଷ ଲୋକ ଏହି ସମୟରେ ଦର୍ଶନ କରିଥାନ୍ତି, ଏଣୁ ସ୍ୱତନ୍ତ୍ର ପାସ୍‍ ବ୍ୟବସ୍ଥା ହୋଇଥାଏ । ଏହି କ୍ରମରେ ଏଥର ମହିଳାମାନେ ଦର୍ଶନ ପାଇଁ ଆଗୁଆ ଟିକେଟ୍‍ କରିଥିବା ସ୍ଥାନୀୟ ପୁଲିସ ଗଣମାଧ୍ୟମକୁ କହିଛନ୍ତି ।
ଗତ ଦୁଇମାସ ମଧ୍ୟରେ ମନ୍ଦିର ଦୁଇ ଦୁଇ ଥର ଖୋଲିଥିଲେ ହେଁ, ସୁପ୍ରିମକୋର୍ଟଙ୍କ ନିର୍ଦେଶ କାର୍ଯ୍ୟକାରୀ ହୋଇପାରିନାହିଁ । ୧୦ରୁ ୫୦ ବର୍ଷ ବୟସ୍କ ମହିଳାଙ୍କ ପ୍ରବେଶକୁ ପ୍ରବଳ ବିରୋଧ କରାଯାଇଛି । ଏଭଳିସ୍ଥିତିରେ ଏଥର ବିରୋଧ ହେବ ନା ଟିକେଟ୍‍ କାଟିଥିବା ମହିଳା ଶ୍ରଦ୍ଧାଳୁ ଦର୍ଶନ କରିପାରିବେ, ତାହାକୁ ନେଇ ସମଗ୍ର ଦେଶରେ ଉତ୍ସୁକତା ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଆସନ୍ତା ୧୩ ତାରିଖ ଦିନ ସୁପ୍ରିମକୋର୍ଟରେ ଆଗତ ରିଭ୍ୟୁ ପିଟିସନର ଶୁଣାଣି ହୋଇପାରେ । ଏଣୁ କୋର୍ଟଙ୍କ ମନ୍ତବ୍ୟକୁ ମଧ୍ୟ ସମସ୍ତେ ଅପେକ୍ଷା ରଖୁଛନ୍ତି ।
୧୦ରୁ ୫୦ ବର୍ଷର ମହିଳା ଓ ଯୁବତୀଙ୍କୁ ଏହି ମନ୍ଦିର ବାରଣ କରାଯାଇଥିଲା । ନିକଟରେ ଏକ ମାମଲାର ଶୁଣାଣି କରି କୋର୍ଟ ଏହି କଟକଣାକୁ ଉଠାଇ ଦେଇଛନ୍ତି ।

Leave A Reply

Your email address will not be published.