ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କନ୍ୟା ପିତାଙ୍କ ଚିନ୍ତା ବଢିଲା

0

୬ବର୍ଷର ରେକର୍ଡ ଭାଙ୍ଗିଲା ସୁନା
ମାର୍ଚ୍ଚ ବେଳକୁ ୩୪ ହଜାର ଛୁଇଁପାରେ

ନୂଆଦିଲ୍ଲୀ: ବାହାଘର ଋତୁ ପୂର୍ବରୁ ହଠାତ୍‍ ସୁନା ଗହଣା ବଜାରରେ ନିଆଁ ଲାଗିଛି । ସୁନା ଦର ଗତ ୬ବର୍ଷର ରେକର୍ଡ ଭାଙ୍ଗିଛି । ୧୦ ଗ୍ରାମ ସୁନା ମୂଲ୍ୟ ୩୩ ହଜାର ୬୫୦ ଟଙ୍କା ଛୁଇଁଲାଣି । ବ୍ୟବସାୟୀମାନେ ସଙ୍କେତ ଦେଇଛନ୍ତି ମାର୍ଚ୍ଚ ପୂର୍ବରୁ ଦର କମିବା ସମ୍ଭାବନା କ୍ଷୀଣ । ବରଂ ସୁନା ୩୪ ହଜାର ଡେଇଁଯିବା ବିଚିତ୍ର ନୁହେଁ । ଗୋଟିଏ ପଟେ ନିର୍ବାଚନ ପାଇଁ ଭୋଟରଙ୍କୁ ଆକର୍ଷଣ ଲାଗି କେନ୍ଦ୍ର ସରକାର ଯଥେଚ୍ଛା ସୁବିଧା ସୁଯୋଗ ଅଜାଡି ଦେଉଥିବା ବେଳେ, ଅନ୍ୟପଟରେ ସୁନାର ମହଙ୍ଗା ରୂପ ବିବାହ ଋତୁରେ ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ବଡ଼ ବିପଦ ଟାଣିଆଣିଛି । ଏହାର ନକରାତ୍ମକ ପ୍ରଭାବ ପଡିପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି ।

Leave A Reply

Your email address will not be published.