ପ୍ରମୁଖ ଖବର

ଘରେଘରେ ମିଳିବ ପାଇପ୍‌ରେ ରନ୍ଧନ ଗ୍ୟାସ୍‌, କ୍ୟାବିନେଟରେ ଓଡ଼ିଶା ସିଟି ଗ୍ୟାସ୍‌ ନୀତିକୁ ମଞ୍ଜୁରୀ
ଅନୈତିକ କାର୍ଯ୍ୟରେ ଲିପ୍ତ ଶୁଦ୍ଧ ସୁଆର ଓ ଦଇତାପତି ସେବକ ଙ୍କୁ ଅନ୍ୟାଦେଶ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଓ ସେବାରୁ ନିଲମ୍ବନ
ମମତା ଦିଦିଙ୍କ ଖେଳ ଶେଷ: ଯୋଗୀ ଆଦିତ୍ୟନାଥ
ବିନା ପିୟୁସିରେ ମିଳିବ ନାହିଁ ପେଟ୍ରୋଲ-ଡିଜେଲ
ଖୋର୍ଦ୍ଧାରେ ସକାଳୁଆ ସ୍କୁଲ୍: ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ କ୍ଲାସ୍

କନ୍ୟା ପିତାଙ୍କ ଚିନ୍ତା ବଢିଲା

0

୬ବର୍ଷର ରେକର୍ଡ ଭାଙ୍ଗିଲା ସୁନା
ମାର୍ଚ୍ଚ ବେଳକୁ ୩୪ ହଜାର ଛୁଇଁପାରେ

ନୂଆଦିଲ୍ଲୀ: ବାହାଘର ଋତୁ ପୂର୍ବରୁ ହଠାତ୍‍ ସୁନା ଗହଣା ବଜାରରେ ନିଆଁ ଲାଗିଛି । ସୁନା ଦର ଗତ ୬ବର୍ଷର ରେକର୍ଡ ଭାଙ୍ଗିଛି । ୧୦ ଗ୍ରାମ ସୁନା ମୂଲ୍ୟ ୩୩ ହଜାର ୬୫୦ ଟଙ୍କା ଛୁଇଁଲାଣି । ବ୍ୟବସାୟୀମାନେ ସଙ୍କେତ ଦେଇଛନ୍ତି ମାର୍ଚ୍ଚ ପୂର୍ବରୁ ଦର କମିବା ସମ୍ଭାବନା କ୍ଷୀଣ । ବରଂ ସୁନା ୩୪ ହଜାର ଡେଇଁଯିବା ବିଚିତ୍ର ନୁହେଁ । ଗୋଟିଏ ପଟେ ନିର୍ବାଚନ ପାଇଁ ଭୋଟରଙ୍କୁ ଆକର୍ଷଣ ଲାଗି କେନ୍ଦ୍ର ସରକାର ଯଥେଚ୍ଛା ସୁବିଧା ସୁଯୋଗ ଅଜାଡି ଦେଉଥିବା ବେଳେ, ଅନ୍ୟପଟରେ ସୁନାର ମହଙ୍ଗା ରୂପ ବିବାହ ଋତୁରେ ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ବଡ଼ ବିପଦ ଟାଣିଆଣିଛି । ଏହାର ନକରାତ୍ମକ ପ୍ରଭାବ ପଡିପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି ।

Leave A Reply

Your email address will not be published.