ପ୍ରମୁଖ ଖବର

ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟରେ ସୋମବାର ଅପରାହ୍ନ ୫ଟା ସୁଦ୍ଧା ୪୯ଟି ଆସନରେ ୫୬.୬୮% ମତଦାନ
ଓଡିଶା ରାଜ୍ୟରେ ଅପରାହ୍ଣ ୫ଟା ସୁଦ୍ଧା ୬୦.୫୪ ପ୍ରତିଶତ ମତଦାନ
ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀରେ ରୋଡ ସୋ’ କରିଛନ୍ତି
ଛତିଶଗଡ଼ରେ ୨୦ଫୁଟ ତଳକୁ ଓଲଟିଲା ପିକଅପ ଭ୍ୟାନ, ୧୭ମୃତ, ୧୨ ଆହତ

କଳାହାଣ୍ଡି କଂଗ୍ରେସକୁ ଭକ୍ତ ଅଡୁଆ

0

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତା ୬ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାହୁଲ ଉଭୟ ଭବାନୀପାଟଣା ଓ ରାଉରକେଲାରେ ସଭା କରିବେ । ଉଭୟ ସୁନ୍ଦରଗଡ ଓ କଳାହାଣ୍ଡି ଆସନକୁ ଫେରାଇ ଆଣିବା ଲାଗି ପିସିସି ଏଭଳି ଗୋଟିଚାଳନା କରିଛି ।
ସ୍ଥାନୀୟ ନେତାମାନେ କଂଗ୍ରେସକୁ ସଶକ୍ତ କରିବା ଲକ୍ଷ୍ୟରେ କାର୍ଯ୍ୟ ଆରମ୍ଭ କରିଥିଲେ ହେଁ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କ ବିରୋଧରେ ମେଳି ବାନ୍ଧିଲେଣି । ଏମିତି ଯେ ଦଳର କିଛି ବରିଷ୍ଠ ନେତା ନିକଟରେ ରାଜଧାନୀ ଆସି ଶୀର୍ଷ ନେତୃତ୍ୱକୁ ଭେଟି ଆଲୋଚନା କରିଥିବା ଜଣାପଡିଛି । ରୋକ୍‍ଠୋକ୍‍ ଶୁଣାଇ ଦେଇ ଯାଇଛନ୍ତି ଯେ ଭକ୍ତ ଦାସ ଦଳକୁ ନଷ୍ଟଭ୍ରଷ୍ଟ କରିଦେଲେ । ଏବେ ଶ୍ରୀ ଦାସ ନିଜେ ସାଂସଦ ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି ଓ ପୁଅକୁ ଭବାନୀପାଟଣା ଆସନରେ ପ୍ରାର୍ଥୀ କରିବା ଲାଗି ଜୋରଦାର ଉଦ୍ୟମ ଚଳାଇଛନ୍ତି । ଯଦି ଏହା ହୁଏ, ତେବେ କଳାହାଣ୍ଡି ଜିଲ୍ଲାରେ ହାତ ଛିଡିପଡିବ ବୋଲି ଏହି ନେତାମାନେ ରାଜ୍ୟ ନେତୃତ୍ୱଙ୍କୁ ଜଣାଇ ଦେଇଛନ୍ତି ।
ନିଜ ନାମ ଗୋପନ ସର୍ତରେ ଜଣେ ବରିଷ୍ଠ ନେତା କହିଛନ୍ତି, ତେଲେଙ୍ଗାନାରେ ଭକ୍ତ ଓ ତାଙ୍କ ପୁଅଙ୍କୁ ନେଇ ଯେଉଁ କାଣ୍ଡ ଘଟିଲା ତାହା କଳାହାଣ୍ଡିରେ ଚର୍ଚ୍ଚାର ବିଷୟ ହୋଇଛି । କଂଗ୍ରେସ ଭୋଟ ବ୍ୟାଙ୍କ ପ୍ରଭାବିତ ହେବା ପଛର ଏହା ବଡ କାରଣ ବୋଲି କୁହାଯାଇପାରେ । ଏବେ ପୁଣି ବିବାଦରେ ଥିବା ଶ୍ରୀ ଦାସ ପରିବାର ଯଦି ଦୁଇ ଦୁଇଟି ଟିକେଟ ନିଅନ୍ତି, ତେବେ ସ୍ଥିତି ଗମ୍ଭୀର ହୋଇଯିବ ।
ଏହି ନେତାମାନେ ଆହୁରି କହିଛନ୍ତି, ନବ ଦାସ ଦଳ ଛାଡି ଯିବା ପରେ ପ୍ରଦୀପ ମାଝୀଙ୍କୁ ପଶ୍ଚିମ ଓଡିଶା ଦାୟିତ୍ୱ ଦିଆଯାଇଛି । ଏହା ଭକ୍ତଙ୍କୁ ସୁହାଇଛି । ତାଙ୍କ ଧାରାରେ ସେ ଟିକେଟ ନେବା ପାଇଁ ଚାହୁଁଛନ୍ତି । ଯଦି ଭକ୍ତଙ୍କୁ ଦଳ ଗୁରୁତ୍ୱ ଦିଏ, ତେବେ ଅନ୍ୟମାନଙ୍କ ଆଶା କଂଗ୍ରେସ ହରାଇବ ବୋଲି ଏହି ନେତାମାନେ ଚେତାବନୀ ଦେଇଛନ୍ତିଷ
ସ୍ଥାନୀୟ ଅଞ୍ଚଳର ନେତାମାନଙ୍କର ଏଭଳି ଆଭିମୁଖ୍ୟ ଦେଖି ରାଜ୍ୟ କଂଗ୍ରେସର ଶୀର୍ଷ ନେତୃତ୍ୱ ବିଚଳିତ ହୋଇପଡିଲାଣି । ଯଦିଓ ଗୋଟିଏ ପରିବାରକୁ ଗୋଟିଏ ଟିକେଟ ଦିଆଯିବ ବୋଲି କଂଗ୍ରେସ ସ୍ଥିର କରିଛି ଓ ସେ ଦୃଷ୍ଟିକୋଣକୁ ଭକ୍ତଙ୍କ ପରିବାର ଭିତରୁ ଜଣେ ମାତ୍ର ଟିକେଟ ପାଇବେ, ତଥାପି ରାହୁଲଙ୍କ ସହିତ ଥିବା ତାଙ୍କର ସଂପର୍କକୁ ନେଇ ସେ ଏକାଧିକ ଆସନରେ ନିଜ ଇଚ୍ଛାରେ ପ୍ରାର୍ଥୀ କରିବା ବିଚିତ୍ର ନୁହେଁ ।
ଉଲ୍ଲେଖଥାଉକି, ରାଜ୍ୟ ନେତୃତ୍ୱ ମଧ୍ୟ ଭକ୍ତଙ୍କ ଲୋକପ୍ରିୟତା ଆଉ ଆଗ ଭଳି ନାହିଁ, ଏକଥା ଜାଣିସାରିଲେଣି । ତା ସତ୍ତ୍ୱେ ଭକ୍ତଙ୍କ ବିରୋଧରେ କଠୋର ଆଭିମୁଖ୍ୟ ନେବାର ଯୁ ନାହିଁ । ଯଦି ରାହୁଲ ନିଜେ ଏହି ସ୍ଥିତି ନ ବୁଝି ଏକତରଫା ନିଷ୍ପତ୍ତି ନିଅନ୍ତି, ତେବେ ଯେତେ ଗସ୍ତ କଲେ କଣ ଫଳ ମିଳିବ ବୋଲି କଂଗ୍ରେସ ଶିବିରରେ ଚର୍ଚ୍ଚା ହେଲାଣି ।
ଗତ ଥର କଂଗ୍ରେସ ଏଠାରେ ତୃତୀୟ ସ୍ଥାନରେ ଥିଲା । ପଞ୍ଚାୟତ ନିର୍ବାଚନରେ ବିଜେପି ଏହି ଜିଲ୍ଲାରେ ଭଲ ପ୍ରଦର୍ଶନ କରିଛି । ଏପରିସ୍ଥଳେ ଏଥର ଯଦି କଂଗ୍ରେସ କିଛି ଚମକାଇବା ଭଳି କାର୍ଯ୍ୟ ନ କରେ, ତେବେ ସ୍ଥିତି ଅସମ୍ଭାଳ ହୋଇଯିବ ଓ ହାତ ଖଣ୍ଡ ଖଣ୍ଡ ହୋଇଯିବା ବିଚିତ୍ର ନୁହେଁ ।

Leave A Reply

Your email address will not be published.