ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ଯୋଗେଶଙ୍କ ଅଡୁଆ ବଢିଲା, ପ୍ରକାଶ ବି

0

ଭୁବନେଶ୍ୱର: କଂଗ୍ରେସକୁ ବାଏ ବାଏ କରିବାକୁ ଗୋଡ କାଢିଥିଲେ । ରାଜ୍ୟ ନେତୃତ୍ୱ ଚୋଟେ ଦେଲେ । ବାହାର କଟାବ ଦେଖାଇ ଦିଆଗଲା । ବାଧ୍ୟ ହୋଇ ଇସ୍ତଫା ଦେଲେ । ଏବେ ବିଳମ୍ୱରେ ହେଲେ ବି ଜଣାପଡିଛି ଯେ କଂଗ୍ରେସର ଆଶଙ୍କା ବା ଯୋଗେଶଙ୍କୁ ନେଇ ଚର୍ଚ୍ଚା ଅମୂଳକ ନ ଥିଲା ।
ଶନିବାର ସୁନ୍ଦରଗଡର ଏକ ବୈଠକ ସୂଚାଇ ଦେଇଛି ଯେ ଯୋଗେଶଙ୍କ ଆଖି ବିଜେଡି ଉପରେ ହିଁ ରହିଥିବା ଚର୍ଚ୍ଚା ଆଦୌ ମିଛ ନୁହେଁ । ତେବେ ଯୋଗେଶଙ୍କ ବିଜେଡି ଘର ପ୍ରବେଶ ଏତେ ସହଜ ନୁହେଁ । ଆରମ୍ଭରୁ ତାଙ୍କୁ କଡା ବିରୋଧର ଶିକାର ହେବାକୁ ପଡିଛି । ଶନିବାର ବିଜେଡି ପ୍ରାର୍ଥୀ କୁସୁମ ଟେଟେଙ୍କ ସୁନ୍ଦରଗଡସ୍ଥିତ ବାସଭବନରେ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ, ବିଧାୟକ ପ୍ରଣବ ପ୍ରକାଶ ଦାସ ଟେଟେ ଓ ତାଙ୍କ ସମର୍ଥକଙ୍କୁ ବୁଝାଇ ପାରିନାହାନ୍ତି । ବିଜେଡି ନେତାମାନେ ଯୋଗେଶଙ୍କୁ ଗ୍ରହଣ କରିବାକୁ ନାରାଜ । ସ୍ଥିତି ଏମିତି ହୋଇଥିଲା ଯେ ଉଭୟ ରାଜ୍ୟସ୍ତରୀୟ ନେତା ହାଇକମାଣ୍ଡଙ୍କ ନିଷ୍ପତ୍ତି ଶୁଣାଇବା ପରେ ବି ସ୍ଥାନୀୟ ନେତାମାନେ ଏହାକୁ ହଜମ କରିପାରିନଥିଲେ । ଫଳରେ ଭୁବନେଶ୍ୱରରେ ପରବର୍ତୀ ବୈଠକ ବସିବ ବୋଲି କହି ସେମାନେ ଉଠି ଚାଲିଆସିଛନ୍ତି ।
ଆସନ୍ତା ୮ ତାରିଖ ଦିନ ଯୋଗେଶ ବିଜେଡିରେ ଯୋଗଦେବା କଥା । ଯଦି ଏ ବିବାଦ ନ ଛିଣ୍ଡେ ତେବେ ହାଇକମାଣ୍ଡ କି ବିକଳ୍ପ ସୂତ୍ର ପ୍ରୟୋଗ କରୁଛନ୍ତି, ତାହା ଦେଖିବା କଥା ।
ଏପଟେ ସୁନ୍ଦରଗଡ ସ୍ଥିତି ସାଲେପୁର ଆସନ ଅଙ୍କ ଗୋଳମାଳ କରିଦେଲେଣି । ଯଦିଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସଭାରେ କଂଗ୍ରେସ ବିଧାୟକ ପ୍ରକାଶ ବେହେରା ଯୋଗଦେଇଥିଲେ ଓ ସେ ଦଳ ଛାଡୁନାହାନ୍ତି, ତାଙ୍କ ସହ ବିଜେଡିର ନିବିଡତା ଚର୍ଚ୍ଚା କିନ୍ତୁ ଥମୁନି । ୨୯ ତାରିଖ ଦିନ ବିନା ଦଳୀୟ ଚିହ୍ନରେ ତାଙ୍କର ପଦଯାତ୍ରା ଏହି ଆଲୋଚନାକୁ ଆହୁରି ଖୋରାକ ଯୋଗାଇଛି । ସେଦିନ ସେ ବିଜେପିର ନିଶ୍ଚିନ୍ତକୋଇଲି ସଭାକୁ ଟକ୍କର ଦେଇ ହଜାର ହଜାର କର୍ମୀଙ୍କୁ ନେଇ ଚାଲିଥିଲେ ।
ସେଠାରେ ପ୍ରଶାନ୍ତ ବେହେରା ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଥିଲେ । ତାଙ୍କୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ ନିବିଡତା ଥିବା ଦର୍ଶାଇ ବିଜେଡି ଦୂରେଇ ଦେବାକୁ ବିଚାର କରିଛି । ତେବେ ବିଜେଡି କର୍ମୀ ପ୍ରଶାନ୍ତଙ୍କୁ କେତେ ଦୂରେଇବେ, ପ୍ରକାଶ ଯଦି ବିଜେଡିକୁ ଯାନ୍ତି, ତାଙ୍କୁ ସେମାନେ କିଭଳି ଗ୍ରହଣ କରିବେ, ଏମିତି ଅନେକ ପ୍ରଶ୍ନ ଏବେ ରାଜନୈତିକ ପଣ୍ଡିତମାନେ ଚର୍ଚ୍ଚା କରୁଛନ୍ତି ।

Leave A Reply

Your email address will not be published.