ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ଯୋଗେଶଙ୍କ ଅଡୁଆ ବଢିଲା, ପ୍ରକାଶ ବି

0

ଭୁବନେଶ୍ୱର: କଂଗ୍ରେସକୁ ବାଏ ବାଏ କରିବାକୁ ଗୋଡ କାଢିଥିଲେ । ରାଜ୍ୟ ନେତୃତ୍ୱ ଚୋଟେ ଦେଲେ । ବାହାର କଟାବ ଦେଖାଇ ଦିଆଗଲା । ବାଧ୍ୟ ହୋଇ ଇସ୍ତଫା ଦେଲେ । ଏବେ ବିଳମ୍ୱରେ ହେଲେ ବି ଜଣାପଡିଛି ଯେ କଂଗ୍ରେସର ଆଶଙ୍କା ବା ଯୋଗେଶଙ୍କୁ ନେଇ ଚର୍ଚ୍ଚା ଅମୂଳକ ନ ଥିଲା ।
ଶନିବାର ସୁନ୍ଦରଗଡର ଏକ ବୈଠକ ସୂଚାଇ ଦେଇଛି ଯେ ଯୋଗେଶଙ୍କ ଆଖି ବିଜେଡି ଉପରେ ହିଁ ରହିଥିବା ଚର୍ଚ୍ଚା ଆଦୌ ମିଛ ନୁହେଁ । ତେବେ ଯୋଗେଶଙ୍କ ବିଜେଡି ଘର ପ୍ରବେଶ ଏତେ ସହଜ ନୁହେଁ । ଆରମ୍ଭରୁ ତାଙ୍କୁ କଡା ବିରୋଧର ଶିକାର ହେବାକୁ ପଡିଛି । ଶନିବାର ବିଜେଡି ପ୍ରାର୍ଥୀ କୁସୁମ ଟେଟେଙ୍କ ସୁନ୍ଦରଗଡସ୍ଥିତ ବାସଭବନରେ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ, ବିଧାୟକ ପ୍ରଣବ ପ୍ରକାଶ ଦାସ ଟେଟେ ଓ ତାଙ୍କ ସମର୍ଥକଙ୍କୁ ବୁଝାଇ ପାରିନାହାନ୍ତି । ବିଜେଡି ନେତାମାନେ ଯୋଗେଶଙ୍କୁ ଗ୍ରହଣ କରିବାକୁ ନାରାଜ । ସ୍ଥିତି ଏମିତି ହୋଇଥିଲା ଯେ ଉଭୟ ରାଜ୍ୟସ୍ତରୀୟ ନେତା ହାଇକମାଣ୍ଡଙ୍କ ନିଷ୍ପତ୍ତି ଶୁଣାଇବା ପରେ ବି ସ୍ଥାନୀୟ ନେତାମାନେ ଏହାକୁ ହଜମ କରିପାରିନଥିଲେ । ଫଳରେ ଭୁବନେଶ୍ୱରରେ ପରବର୍ତୀ ବୈଠକ ବସିବ ବୋଲି କହି ସେମାନେ ଉଠି ଚାଲିଆସିଛନ୍ତି ।
ଆସନ୍ତା ୮ ତାରିଖ ଦିନ ଯୋଗେଶ ବିଜେଡିରେ ଯୋଗଦେବା କଥା । ଯଦି ଏ ବିବାଦ ନ ଛିଣ୍ଡେ ତେବେ ହାଇକମାଣ୍ଡ କି ବିକଳ୍ପ ସୂତ୍ର ପ୍ରୟୋଗ କରୁଛନ୍ତି, ତାହା ଦେଖିବା କଥା ।
ଏପଟେ ସୁନ୍ଦରଗଡ ସ୍ଥିତି ସାଲେପୁର ଆସନ ଅଙ୍କ ଗୋଳମାଳ କରିଦେଲେଣି । ଯଦିଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସଭାରେ କଂଗ୍ରେସ ବିଧାୟକ ପ୍ରକାଶ ବେହେରା ଯୋଗଦେଇଥିଲେ ଓ ସେ ଦଳ ଛାଡୁନାହାନ୍ତି, ତାଙ୍କ ସହ ବିଜେଡିର ନିବିଡତା ଚର୍ଚ୍ଚା କିନ୍ତୁ ଥମୁନି । ୨୯ ତାରିଖ ଦିନ ବିନା ଦଳୀୟ ଚିହ୍ନରେ ତାଙ୍କର ପଦଯାତ୍ରା ଏହି ଆଲୋଚନାକୁ ଆହୁରି ଖୋରାକ ଯୋଗାଇଛି । ସେଦିନ ସେ ବିଜେପିର ନିଶ୍ଚିନ୍ତକୋଇଲି ସଭାକୁ ଟକ୍କର ଦେଇ ହଜାର ହଜାର କର୍ମୀଙ୍କୁ ନେଇ ଚାଲିଥିଲେ ।
ସେଠାରେ ପ୍ରଶାନ୍ତ ବେହେରା ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଥିଲେ । ତାଙ୍କୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ ନିବିଡତା ଥିବା ଦର୍ଶାଇ ବିଜେଡି ଦୂରେଇ ଦେବାକୁ ବିଚାର କରିଛି । ତେବେ ବିଜେଡି କର୍ମୀ ପ୍ରଶାନ୍ତଙ୍କୁ କେତେ ଦୂରେଇବେ, ପ୍ରକାଶ ଯଦି ବିଜେଡିକୁ ଯାନ୍ତି, ତାଙ୍କୁ ସେମାନେ କିଭଳି ଗ୍ରହଣ କରିବେ, ଏମିତି ଅନେକ ପ୍ରଶ୍ନ ଏବେ ରାଜନୈତିକ ପଣ୍ଡିତମାନେ ଚର୍ଚ୍ଚା କରୁଛନ୍ତି ।

Leave A Reply

Your email address will not be published.