ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଚାଷୀ ପିଲାଙ୍କ ପାଠପଢା ଦାୟିତ୍ୱ ନେଲେ ସରକାର

0

କାଳିଅା ବୃତ୍ତି ଯୋଜନା ଘୋଷଣା କଲେ ନବୀନ
ଭୁବନେଶ୍ୱର: କାଳିଆ ଯୋଜନା ଢାଞ୍ଚାରେ କେନ୍ଦ୍ର ସରକାର ତାଙ୍କ ବଜେଟରେ ଚାଷୀକୁ ୬ ହଜାର ଟଙ୍କା ଲେଖାଏଁ ଦେବା ନେଇ ଘୋଷଣା କରିଛନ୍ତି । ଏହାର ୪୮ ଘଣ୍ଟା ବିତିନି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ପାଦେ ଆଗକୁ ଯାଇ ଚାଷୀଙ୍କ ପିଲାଙ୍କ ଉଚ୍ଚଶିକ୍ଷା ଦାୟିତ୍ୱ ହାତକୁ ନେଇଛନ୍ତି । କେନ୍ଦୁଝରରେ ଏକ ବିରାଟ ଚାଷୀ ସମାବେଶକୁ ସମ୍ୱୋଧିତ କରିବା ବେଳେ କହିଛନ୍ତି ଯେ କାଳିଅା ଯୋଜନାର ହିତାଧିକାରୀ ପରିବାରର ପିଲାମାନଙ୍କ ବୃତ୍ତିଗତ ଉଚ୍ଚଶିକ୍ଷା ଖର୍ଚ୍ଚ ରାଜ୍ୟ ସରକାର ତୁଲାଇବେ ।
ନବୀନଙ୍କ ଏଭଳି ପଦକ୍ଷେପ କାଳିଆ ଯୋଜନାକୁ ପୁଣି ଚର୍ଚ୍ଚାକୁ ଆଣିବା ସହିତ ଚାଷୀ ପରିବାରକୁ ବିଜେଡି ସହିତ ଯୋଡିବାରେ ସାହାଯ୍ୟ କରିପାରେ ବୋଲି ରାଜନୈତିକ ମହଲ ମତ ରଖୁଛନ୍ତି ।
ଆଜି ନବୀନ କହିଥିଲେ, ରାଜ୍ୟ ସରକାରଙ୍କ କାଳିଅା ଯୋଜନା ବହୁତ ଲୋକପ୍ରିୟ ଯୋଜନା । ଏହି ଯୋଜନାକୁ ସାରା ଭାରତରେ ମଧ୍ୟ ଚାଷୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟକାରୀ କରାଯାଉଛି । ଚାଷୀଙ୍କ ଭବିଷ୍ୟତ ସେମାନଙ୍କ ପିଲାମାନଙ୍କ ଉନ୍ନତି । ମୁଁ ଚାହେଁ ଅାପଣ ମାନଙ୍କ ପିଲା ଡାକ୍ତର,ଇଞ୍ଜିନିୟର,ମ୍ୟାନେଜର ଅାଦି ବୃତ୍ତିଧାରୀ ହୁଅନ୍ତୁ । ସେଥିପାଇଁ ମୁଁ କାଳିଅା ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଅାପଣମାନଙ୍କ ପିଲାମାନଙ୍କ ପାଇଁ ଅାରମ୍ଭ କରିଛି । ଅାପଣମାନଙ୍କ ପିଲାମାନଙ୍କୁ ଭଲ ପାଠ ପଢ଼ାନ୍ତୁ,ସେମାନଙ୍କ ଉଚ୍ଚଶିକ୍ଷା ଦାୟିତ୍ୱ ରାଜ୍ୟସରକାରଙ୍କର ବୋଲି ନବୀନ କହିଥିଲେ ।
କେନ୍ଦୁଝର ଠାରେ ମୁଖ୍ୟମନ୍ତ୍ରୀ ୬୬କୋଟି ଟଙ୍କାର ପ୍ରକଳ୍ପ ଉଦ୍‍ଘାଟନ କରିବା ସହିତ ୨୧୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ସେହିପରି ରାଇରଙ୍ଗପୁର ଠାରେ ଅାୟୋଜିତ ମିସନ ଶକ୍ତି ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫ କୋଟି ଟଙ୍କାର ପ୍ରକଳ୍ପ ଉଦ୍‍ଘାଟନ କରିବା ସହିତ ୯୬୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ଅବସରରେ ଉଦ୍‍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ରାଇରଙ୍ଗ ପୁର ଉପଖଣ୍ଡ ସ୍ତରୀୟ ଚିକିସùାଳୟର ଉନ୍ନତିକରଣ କରାଯିବା ସହିତ ପିପିପି ମୋଡରେ ଏହାକୁ ୧୦୦ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ପରିଣତ କରାଯିବ ବୋଲି କହିଥିଲେ । ଏହାବ୍ୟତୀତ କୀ୍ରଡାର ବିକାଶ ପାଇଁ ଅାଧୁନିକ ସୁବିଧା ଥିବା ଷ୍ଟାଡିୟମ ନିର୍ମାଣ, ପିଅାଇଟିଡିଏ ଦାୟିତ୍ୱରେ ଥିବା ଅଧିକାରୀ ଏଡିଏମ୍‍ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇବେ ବୋଲି ସୂଚନା ଦେଇଥଇଲେ ।

Leave A Reply

Your email address will not be published.