ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଚାଷୀ ପିଲାଙ୍କ ପାଠପଢା ଦାୟିତ୍ୱ ନେଲେ ସରକାର

0

କାଳିଅା ବୃତ୍ତି ଯୋଜନା ଘୋଷଣା କଲେ ନବୀନ
ଭୁବନେଶ୍ୱର: କାଳିଆ ଯୋଜନା ଢାଞ୍ଚାରେ କେନ୍ଦ୍ର ସରକାର ତାଙ୍କ ବଜେଟରେ ଚାଷୀକୁ ୬ ହଜାର ଟଙ୍କା ଲେଖାଏଁ ଦେବା ନେଇ ଘୋଷଣା କରିଛନ୍ତି । ଏହାର ୪୮ ଘଣ୍ଟା ବିତିନି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ପାଦେ ଆଗକୁ ଯାଇ ଚାଷୀଙ୍କ ପିଲାଙ୍କ ଉଚ୍ଚଶିକ୍ଷା ଦାୟିତ୍ୱ ହାତକୁ ନେଇଛନ୍ତି । କେନ୍ଦୁଝରରେ ଏକ ବିରାଟ ଚାଷୀ ସମାବେଶକୁ ସମ୍ୱୋଧିତ କରିବା ବେଳେ କହିଛନ୍ତି ଯେ କାଳିଅା ଯୋଜନାର ହିତାଧିକାରୀ ପରିବାରର ପିଲାମାନଙ୍କ ବୃତ୍ତିଗତ ଉଚ୍ଚଶିକ୍ଷା ଖର୍ଚ୍ଚ ରାଜ୍ୟ ସରକାର ତୁଲାଇବେ ।
ନବୀନଙ୍କ ଏଭଳି ପଦକ୍ଷେପ କାଳିଆ ଯୋଜନାକୁ ପୁଣି ଚର୍ଚ୍ଚାକୁ ଆଣିବା ସହିତ ଚାଷୀ ପରିବାରକୁ ବିଜେଡି ସହିତ ଯୋଡିବାରେ ସାହାଯ୍ୟ କରିପାରେ ବୋଲି ରାଜନୈତିକ ମହଲ ମତ ରଖୁଛନ୍ତି ।
ଆଜି ନବୀନ କହିଥିଲେ, ରାଜ୍ୟ ସରକାରଙ୍କ କାଳିଅା ଯୋଜନା ବହୁତ ଲୋକପ୍ରିୟ ଯୋଜନା । ଏହି ଯୋଜନାକୁ ସାରା ଭାରତରେ ମଧ୍ୟ ଚାଷୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟକାରୀ କରାଯାଉଛି । ଚାଷୀଙ୍କ ଭବିଷ୍ୟତ ସେମାନଙ୍କ ପିଲାମାନଙ୍କ ଉନ୍ନତି । ମୁଁ ଚାହେଁ ଅାପଣ ମାନଙ୍କ ପିଲା ଡାକ୍ତର,ଇଞ୍ଜିନିୟର,ମ୍ୟାନେଜର ଅାଦି ବୃତ୍ତିଧାରୀ ହୁଅନ୍ତୁ । ସେଥିପାଇଁ ମୁଁ କାଳିଅା ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଅାପଣମାନଙ୍କ ପିଲାମାନଙ୍କ ପାଇଁ ଅାରମ୍ଭ କରିଛି । ଅାପଣମାନଙ୍କ ପିଲାମାନଙ୍କୁ ଭଲ ପାଠ ପଢ଼ାନ୍ତୁ,ସେମାନଙ୍କ ଉଚ୍ଚଶିକ୍ଷା ଦାୟିତ୍ୱ ରାଜ୍ୟସରକାରଙ୍କର ବୋଲି ନବୀନ କହିଥିଲେ ।
କେନ୍ଦୁଝର ଠାରେ ମୁଖ୍ୟମନ୍ତ୍ରୀ ୬୬କୋଟି ଟଙ୍କାର ପ୍ରକଳ୍ପ ଉଦ୍‍ଘାଟନ କରିବା ସହିତ ୨୧୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ସେହିପରି ରାଇରଙ୍ଗପୁର ଠାରେ ଅାୟୋଜିତ ମିସନ ଶକ୍ତି ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫ କୋଟି ଟଙ୍କାର ପ୍ରକଳ୍ପ ଉଦ୍‍ଘାଟନ କରିବା ସହିତ ୯୬୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ଅବସରରେ ଉଦ୍‍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ରାଇରଙ୍ଗ ପୁର ଉପଖଣ୍ଡ ସ୍ତରୀୟ ଚିକିସùାଳୟର ଉନ୍ନତିକରଣ କରାଯିବା ସହିତ ପିପିପି ମୋଡରେ ଏହାକୁ ୧୦୦ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ପରିଣତ କରାଯିବ ବୋଲି କହିଥିଲେ । ଏହାବ୍ୟତୀତ କୀ୍ରଡାର ବିକାଶ ପାଇଁ ଅାଧୁନିକ ସୁବିଧା ଥିବା ଷ୍ଟାଡିୟମ ନିର୍ମାଣ, ପିଅାଇଟିଡିଏ ଦାୟିତ୍ୱରେ ଥିବା ଅଧିକାରୀ ଏଡିଏମ୍‍ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇବେ ବୋଲି ସୂଚନା ଦେଇଥଇଲେ ।

Leave A Reply

Your email address will not be published.