ପ୍ରମୁଖ ଖବର

ଆରଜି କର ହସ୍ପିଟାଲ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା: ଦୋଷୀ ସଞ୍ଜୟକୁ ଆଜୀବନ କାରାଦଣ୍ଡ
ପିଲାମାନଙ୍କର ବୟସ ୬ବର୍ଷ ହୋଇନଥିଲେ ଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଅନୁମତି ମିଳିବ ନାହିଁ
ଆଜିଠୁ କୋଣାର୍କରେ ଦୁଇ ଦିନିଆ ଖଣି ମନ୍ତ୍ରୀ ସମ୍ମିଳନୀ
ସାତପଡ଼ାରେ ଆରମ୍ଭ ହେଲା ଡଲଫିନ୍‌ ଗଣନା
ରାଜ୍ୟରେ ନିଯୁକ୍ତ ହେବେ ୨ ହଜାର ଟ୍ରାଫିକ୍‌ ପୋଲିସ
ଯୁବତୀ ଚାଲାଣ କରୁଥିଲେ ହଂସିତା, ଅନିଲ

ଶାହଙ୍କ ଆହ୍ୱାନ, ଚ୍ୟାଲେଞ୍ଜ ଦେଲେ ନବୀନ

0

ପୋଡା ଟ୍ରାନସଫର୍ମର, କାଢି ଫିଙ୍ଗିଦିଅ:ଶାହ
ଅପେକ୍ଷା କର, କିଏ ରହୁଛି, କିଏ ଯାଉଛି: ନବୀନ

ଭୁବନେଶ୍ୱର: ପୁରୀରେ ଜନଜାତି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଗଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସରକାରଙ୍କୁ ଉପାଡି ଫିଙ୍ଗିଦେବା ଆହ୍ୱାନ ଦେଇଥିଲେ । ଏହାର କେଇ ମୁହୂର୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁତୋଡ ଜବାବ ଦେଇ ସିଧା ସିଧା କହିଛନ୍ତି,୨୦୧୯ ନିର୍ବାଚନ ଫଳାଫଳକୁ ଅପେକ୍ଷା କର । କିଏ ଯାଉଛି, କିଏ ରହୁଛି ଜଣାପଡିବ ।
ଅମିତ ଶାହ-ନବୀନଙ୍କ ମଧ୍ୟରେ ବାକ୍‍ ଯୁଦ୍ଧ ଆଜି ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି । ଶାହଙ୍କ ଶଦ୍ଦ ବାଣରେ ବିଜେପି ନେତା ଯେତିକି ଉତ୍ସାହିତ ହୋଇଥିଲେ, ଏବେ ନବୀନଙ୍କ ପ୍ରତିଜବାବରେ ବିଜେଡି ନେତାମାନେ ତା ଠାରୁ ଅଧିକ ଉଲ୍ଲସିତ ହୋଇଛନ୍ତି । ଏଥିସହିତ ପ୍ରାକ୍‍ ନିର୍ବାଚନୀ ବାତାବରଣ ଓଡ଼ିଶାରେ ସରଗରମ ହୋଇଛି ।
ଆଜି ପୁରୀ ସମାବେଶରେ ଯୋଗ ଦେଇ ଶ୍ରୀ ଶାହ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର କେତେ ସହାୟତା ଦେଇଛନ୍ତି, ତାହା ପଢି ଶୁଣାଇଥିଲେ । ଜବାବ ମାଗିଥିଲେ ରାଜ୍ୟ ସରକାରଙ୍କୁ । କେବଳ ସେତିକି ନୁହେଁ, ପୂର୍ବଭଳି ସରକାରଙ୍କୁ ଉପାଡି ଫିଙ୍ଗିଦେବା ଲାଗି ଆହ୍ୱାନ ଦେବା ସହିତ ଓଡିଶାରେ ବିଜେଡି କଂଗ୍ରେସର ବି ଟିମ୍‍ ଭଳି କାମ କରୁଛି ବୋଲି କହିଥିଲେ । ବିଜେଡିକୁ ପୋଡା ଟ୍ରାନସଫର୍ମର କହି ଏହାକୁ କାଢି ଫିଙ୍ଗିଦେବାକୁ ବି କର୍ମୀଙ୍କୁ ପ୍ରବର୍ତାଇଥିଲେ ।
ନବୀନ ଆଜି ସାମ୍ୱାଦିକଙ୍କ ସାମ୍ନାରେ ଏହାର ଦୃଢ ପ୍ରତିଜବାବ ଦେଇ କହିଛନ୍ତି ଯେ ଆଗାମୀ ନିର୍ବାଚନରେ ଜଣାପଡିବ, କିଏ ଯାଉଛି, କିଏ ରହୁଛି । ରାଜ୍ୟବାସୀ ନିଷ୍ପତ୍ତି ନେବେ କାହାକୁ ରଖିବେ ଓ କାହାକୁ ଫୋପାଡିବେ । ଏଥିପାଇଁ ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କର ।
ଶାହଙ୍କୁ ଇଙ୍ଗିତ କରି ନବୀନ ଆହୁରି କହିଥିଲେ ଯେ ସେ ଯାହା ଚାହୁଁଛନ୍ତି, ତାଙ୍କୁ କହିବାକୁ ଦିଆଯାଉ । ଆମ ନିଜର ଏ ଟିମ୍‍ । ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ରକ୍ଷା କରୁଛି । ରାଜ୍ୟବାସୀଙ୍କ ଉପରେ ମୋର ଦୃଢ ବିଶ୍ୱାସ ଅଛି ଯେ ଆଗାମୀ ନିର୍ବାଚନରେ ସେମାନେ ଆମକୁ ବହୁ ସଂଖ୍ୟାରେ ଜିତାଇବେ । ସେହିଭଳି ଶାହଙ୍କ ୧୨୦ ମିସନକୁ ସେ ବକଵାସ ବୋଲି କହି ଉଡାଇ ଦେଇଥିଲେ ।

Leave A Reply

Your email address will not be published.