ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ତେଲ ଏବଂ ଗ୍ୟାସ ବିପଣନ କମ୍ପାନି ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ (ଏଚପିସିଏଲ୍) ରାୟଗଡ଼ାରେ ଏକ ଏଲ୍ପିଜି ବଟଲିଂ ପ୍ଲାଣ୍ଟ ନିର୍ମାଣ କରିବ । ଆସନ୍ତା ୧୯ ତାରିଖରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶିଳାନ୍ୟାସ କରିବେ। ୯୧ କୋଟି ନିବେଶରେ ରାୟଗଡ଼ା ରେଳ ଷ୍ଟେସନଠାରୁ ପ୍ରାୟ ୫ କିମି ଦୂରରେ ଆଇଇଡି ସେଣ୍ଟରରେ ୨୧ ଏକର ପିରିମିତ ଜମିରେ ଏହି ପ୍ଲାଣ୍ଟ ହେବ। ୨୦୨୦ ସେପ୍ଟେମ୍ବର ସୁଦ୍ଧା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ ରଖାଯାଇଛି।
ଆଜି ଭୁବନେଶ୍ୱରଠାରେ ଏଚପିସିଏଲ ଏବଂ ପୂର୍ବତଟ ରେଳପଥ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ଏଚପିସିଏଲର ଡିଜିଏମ (ଏଲପିଜି ରିଜିଅନ-ଭୁବନେଶ୍ବର) ଧର୍ମେନ୍ଦ୍ର ବେହୁରା, ଏଚପିସିଏଲ୍ର ଜଟଣୀ ବଟଲିଂ ପ୍ଲାଣ୍ଟର ଚିଫ୍ ପ୍ଲାଣ୍ଟ ମ୍ୟାନେଜର ଅନିଲ କୁମାର ତ୍ରିପାଠୀ, ଏଚପିସିଏଲର ସିନିୟର ମ୍ୟାନେଜର (ମାର୍କେଟିଂ) ତୃପ୍ତି ରଞ୍ଜନ ସାହୁ ଏବଂ ପୂର୍ବତଟ ରେଳପଥର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ନିରାକାର ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ପ୍ରକଳ୍ପ ଦ୍ୱାରା ୧୧ଟି ଜିଲ୍ଲା ଯଥା ବଲାଙ୍ଗୀର, କଳାହାଣ୍ଡି, ସୋନପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ, ଗଜପତି, କନ୍ଧମାଳ, ରାୟଗଡ଼ା ଓ ନୂଆପଡ଼ାର ଉପଭୋକ୍ତା ଉପକୃତ ହେବେ । ଏହିଠାରୁ ସେମାନଙ୍କୁ ଭବିଷ୍ୟତରେ ସିଲିଣ୍ଡର ଯୋଗାଣ ହେବ। ବର୍ତ୍ତମାନ ଏଚପିସିଏଲର ଖୋର୍ଧା ଜିଲ୍ଲା ଜଟଣୀଠାରେ ଏକ ଏଲ୍ପିଜି ବଟଲିଂ ପ୍ଲାଣ୍ଟ ଅଛି । ରାୟଗଡ଼ାଠାରେ ନୂତନ ପ୍ଲାଣ୍ଟ ନିର୍ମାଣ ପରେ ଓଡ଼ିଶାରେ ଏହା ହେବ ଏଚ୍ପିସିଏଲ୍ର ଦ୍ୱିତୀୟ ବଟଲିଂ ପ୍ଲାଣ୍ଟ । ରାୟଗଡ଼ାଠାରେ ଏହି ପ୍ରସ୍ତାବିତ ଏଲପିଜି ବଟଲିଂ ପ୍ଲାଣ୍ଟ ସହିତ ତୈଳ ବିପଣନ କମ୍ପାନିଗୁଡ଼ିକ ଭୁବନେଶ୍ୱର ଏବଂ ବଲାଙ୍ଗୀରଠାରେ ନୂତନ ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା ରଖିଛନ୍ତି । ଏହି ନୂତନ ବଟଲିଂ ପ୍ଲାଣ୍ଟ ନିର୍ମାଣ ହେବା ପରେ ଓଡ଼ିଶାରେ ସର୍ବମୋଟ ୭ଟି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ । ଏହି ୭ଟି ବଟଲିଂ ପ୍ଲାଣ୍ଟର କ୍ଷମତା ବାର୍ଷିକ ୪.୦୬ କୋଟି ସିଲିଣ୍ଡର ରହି ବ।
ପ୍ରମୁଖ ଖବର
୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍ ଭୋଟରଙ୍କୁ SIR ନୋଟିସ୍
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ