ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ରାୟଗଡାରେ ହେବ ବଟଲିଂ ପ୍ଲାଣ୍ଟ

0

ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ତେଲ ଏବଂ ଗ୍ୟାସ ବିପଣନ କମ୍ପାନି ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ (ଏଚପିସିଏଲ୍) ରାୟଗଡ଼ାରେ ଏକ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ନିର୍ମାଣ କରିବ । ଆସନ୍ତା ୧୯ ତାରିଖରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶିଳାନ୍ୟାସ କରିବେ। ୯୧ କୋଟି ନିବେଶରେ ରାୟଗଡ଼ା ରେଳ ଷ୍ଟେସନଠାରୁ ପ୍ରାୟ ୫ କିମି ଦୂରରେ ଆଇଇଡି ସେଣ୍ଟରରେ ୨୧ ଏକର ପିରିମିତ ଜମିରେ ଏହି ପ୍ଲାଣ୍ଟ ହେବ। ୨୦୨୦ ସେପ୍ଟେମ୍ବର ସୁଦ୍ଧା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ ରଖାଯାଇଛି।
ଆଜି ଭୁବନେଶ୍ୱରଠାରେ ଏଚପିସିଏଲ ଏବଂ ପୂର୍ବତଟ ରେଳପଥ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ଏଚପିସିଏଲର ଡିଜିଏମ (ଏଲପିଜି ରିଜିଅନ-ଭୁବନେଶ୍ବର) ଧର୍ମେନ୍ଦ୍ର ବେହୁରା, ଏଚପିସିଏଲ୍‌ର ଜଟଣୀ ବଟଲିଂ ପ୍ଲାଣ୍ଟର ଚିଫ୍‌ ପ୍ଲାଣ୍ଟ ମ୍ୟାନେଜର ଅନିଲ କୁମାର ତ୍ରିପାଠୀ, ଏଚପିସିଏଲର ସିନିୟର ମ୍ୟାନେଜର (ମାର୍କେଟିଂ) ତୃପ୍ତି ରଞ୍ଜନ ସାହୁ ଏବଂ ପୂର୍ବତଟ ରେଳପଥର ବରିଷ୍ଠ ‌ଲୋକ ସମ୍ପର୍କ ଅଧିକାରୀ ନିରାକାର ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ପ୍ରକଳ୍ପ ଦ୍ୱାରା ୧୧ଟି ଜିଲ୍ଲା ଯଥା ବଲାଙ୍ଗୀର, କଳାହାଣ୍ଡି, ସୋନପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ, ଗଜପତି, କନ୍ଧମାଳ, ରାୟଗଡ଼ା ଓ ନୂଆପଡ଼ାର ଉପଭୋକ୍ତା ଉପକୃତ ହେବେ । ଏହିଠାରୁ ସେମାନଙ୍କୁ ଭବିଷ୍ୟତରେ ସିଲିଣ୍ଡର ଯୋଗାଣ ହେବ। ବର୍ତ୍ତମାନ ଏଚପିସିଏଲର ଖୋର୍ଧା ଜିଲ୍ଲା ଜଟଣୀଠାରେ ଏକ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଅଛି । ରାୟଗଡ଼ାଠାରେ ନୂତନ ପ୍ଲାଣ୍ଟ ନିର୍ମାଣ ପରେ ଓଡ଼ିଶାରେ ଏହା ହେବ ଏଚ୍‌ପିସିଏଲ୍‌ର ଦ୍ୱିତୀୟ ବଟଲିଂ ପ୍ଲାଣ୍ଟ । ରାୟଗଡ଼ାଠାରେ ଏହି ପ୍ରସ୍ତାବିତ ଏଲପିଜି ବଟଲିଂ ପ୍ଲାଣ୍ଟ ସହିତ ତୈଳ ବିପଣନ କମ୍ପାନିଗୁଡ଼ିକ ଭୁବନେଶ୍ୱର ଏବଂ ବଲାଙ୍ଗୀରଠାରେ ନୂତନ ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା ରଖିଛନ୍ତି । ଏହି ନୂତନ ବଟଲିଂ ପ୍ଲାଣ୍ଟ ନିର୍ମାଣ ହେବା ପରେ ଓଡ଼ିଶାରେ ସର୍ବମୋଟ ୭ଟି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ । ଏହି ୭ଟି ବଟଲିଂ ପ୍ଲାଣ୍ଟର କ୍ଷମତା ବାର୍ଷିକ ୪.୦୬ କୋଟି ସିଲିଣ୍ଡର ରହି ବ।

Leave A Reply

Your email address will not be published.