ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଏଣେ ସହାୟତା, ସେଣେ ଉଜୁଡିଗଲାଣି

0

୨୨ ତାରିଖରୁ ରାଜ୍ୟର ସମସ୍ତ ଶୀତଳଭଣ୍ଡାର ବନ୍ଦ
ଆଳୁ ମିସନ ଫେଲ୍‍, ଉପùାଦନ ବଢିବା ବଦଳରେ କମୁଛି
ଖାଲି ପଡୁଛି ଶୀତଳଭଣ୍ଡାର, ବିଦ୍ୟୁତ ରିହାତି ବି ମିଳୁନି
ଭୁବନେଶ୍ୱର:ରାଜ୍ୟ ସରକାର ୨୦୧୫ରେ ଆଳୁ ମିସନ ଘୋଷଣା କରିଥିଲେ । ଆଳୁ ଉପùାଦନ ବୃଦ୍ଧି ସହିତ ସଂରକ୍ଷଣ ପାଇଁ ୧୧୨ଟି ଶୀତଳଭଣ୍ଡାର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ଏଥିରୁ ୨୬ଟି ଶୀତଳଭଣ୍ଡାର ନିର୍ମାଣ ହୋଇପାରିଲା । ଏବେ ଏସବୁ ମଧ୍ୟରୁ ୨୪ଟିର ସ୍ଥିତି ଦୟନୀୟ ହୋଇଗଲାଣି । ରାଜ୍ୟ ସରକାର ଯଦି ତୁରନ୍ତ ହସ୍ତକ୍ଷେପ ନ କରିବେ, ତେବେ ଆସନ୍ତା ୨୨ ତାରିଖରୁ ରାଜ୍ୟର ସମସ୍ତ ଘରୋଇ ଶୀତଳଭଣ୍ଡାରକୁ ବନ୍ଦ କରି ଦିଆଯିବ ।
ଆଜି ସ୍ଥାନୀୟ କେଶରୀ ହୋଟେଲ ପରିସରରେ ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ଶୀତଳଭଣ୍ଡାର ସଂଘ ଏପରି ସୂଚନା ଦେବା ପରେ ରାଜ୍ୟ ସରକାରଙ୍କର କୃଷି ପ୍ରତି ଥିବା ଆନ୍ତିରକତା ନେଇ ପ୍ରଶ୍ନ ଉଠିଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ କାଳିଆ ସହାୟତା ଘୋଷଣା କରି ଚାଷୀଙ୍କ ଆର୍ଥିକ ମାନଦଣ୍ଡ ସଜାଡିବା ଲାଗି ଉଦ୍ୟମ ଚଳାଇଥିବା ବେଳେ ଅନ୍ୟପଟରେ କୃଷି ବିଭାଗର ବଡପଣ୍ଡାମାନଙ୍କ ଉଦାସୀନ ମନୋଭାବ କାରଣରୁ ରାଜ୍ୟରେ ଶୀତଳଭଣ୍ଡାର ବ୍ୟବସ୍ଥା ଭୁଶୁଡିଯିବା ପରିସ୍ଥିତିକୁ ଆସିଗଲାଣି ।
ସଂଘର କହିବା କଥା ହେଉଛି, ଅଢେଇରୁ ତିନି କୋଟି ଟଙ୍କା ବ୍ୟୟରେ ଶୀତଳଭଣ୍ଡାର କରାଯାଇଥିଲା । ସରକାର ସେତେବେଳେ କହିଥିଲେ ଯେ ଆଳୁ ମିସନ କାରଣରୁ ଉପùାଦନ ବୃଦ୍ଧି ପାଇବ ଓ ଏସବୁ ଶୀତଳଭଣ୍ଡାରରେ ମହଜୁଦ ରହିବ । ମାତ୍ର ଏସବୁ ଶୀତଳଭଣ୍ଡାର ବର୍ଷତମାମ ଖାଲି ପଡି ରହୁଛି । ୩ବର୍ଷ ପୂର୍ବେ ରାଜ୍ୟରେ ୨ଲକ୍ଷ ଟନ୍‍ ଆଳୁ ଉପùାଦନ ହେଉଥିଲା । ଏବେ ତାହା ବଢିବା ପରିବର୍ତେ କମିବାରେ ଲାଗିଛି । ରାଜ୍ୟ ବାହାରର ଆଳୁ ଏହି ଶୀତଳଭଣ୍ଡାରରେ ରଖିବା ମଧ୍ୟ ସମ୍ଭବ ହେଉନାହିଁ ।
ଶୀତଳଭଣ୍ଡାର ମାଲିକମାନଙ୍କର କହିବା କଥା, ସରକାର କହିଥିଲେ, ଏଥିରେ ଆଳୁ ମହଜୁଦ ରହିଲେ, ବିଦ୍ୟୁତ ରିହାତି ମିଳିବ । ମାତ୍ର ଆଳୁ ତ ନାହିଁ, ବିଦ୍ୟୁତ ରିହାତି କିଏ ଦେବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବି ସ୍ଥିତିରେ କୌଣସି ଉନ୍ନତି ନ ହେବା କାରଣରୁ ସେମାନେ ଶୀତଳଭଣ୍ଡାରରେ ତାଲା ପକାଇବାକୁ ନିଷ୍ପତ୍ତି ନେଇଥିବା ଆଜି ସଂଘ ଜଣାଇଛି ।

Leave A Reply

Your email address will not be published.