ପ୍ରମୁଖ ଖବର

ଆଇଏଏସ୍‌ ନିଖିଳ ପବନ କଲ୍ୟାଣ ଓଡ଼ିଶାର ନୂଆ ଜନଗଣନା ନିର୍ଦ୍ଦେଶକ
ଆଖି ବୁଜିଲା ନନ୍ଦନକାନନର ଧଳା ବାଘ ଶାବକ
ଜି-୭ ସମ୍ମିଳନୀରେ ସାମିଲ ନହୋଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ଗନ୍ଧମାର୍ଦ୍ଦନ ପାହାଡ଼ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଠାବ
ରାଜ୍ୟରେ ଖୁବଶୀଘ୍ର ନୂଆ ମଦ ନୀତି ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି
ବୌଦ୍ଧରୁ ୨ଟି ହାତୀଦାନ୍ତ ଜବତ, ଅଭିଯୁକ୍ତ ଶିକାରୀ ଗିରଫ

ଗମ୍ଭୀର ହେଲାଣି ବିହାର ସ୍ଥିତି

0

ଗ୍ରୀଷ୍ମପ୍ରବାହ ମୃତ୍ୟୁ ସଂଖ୍ୟା ୧୨୩ ଛୁଇଁଲା
ଏଇଏସ୍ ନେଲାଣି ୧୦୦ରୁ ଅଧିକ ପ୍ରାଣ

ନୂଆଦିଲ୍ଲୀ: ବିହାରରେ ଅସହ୍ୟ ଗ୍ରୀଷ୍ମପ୍ରବାହ କାରଣରୁ ଶନିବାର ଗୋଟିଏ ଦିନରେ ଗ୍ରୀଷ୍ମପ୍ରବାହ ଯୋଗୁଁ ୪୪ ଜଣଙ୍କ ମୃତ୍ୟୁ ହୋଇଥିଲା। ସୋମବାର ସୁଦ୍ଧା ଏହି ସଂଖ୍ୟା ୧୨୩ରେ ପହଞ୍ଚିଛି। ଔରଙ୍ଗାବାଦ୍‌ରେ ଗତ ୪୮ ଘଣ୍ଟା ମଧ୍ୟରେ ୬୦ ଜଣଙ୍କ ମୃତ୍ୟୁ ହୋଇଛି। ସହେିଭଳି ଗୟାରେ ୩୫ ଏବଂ ନାୱଡ଼ାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଗ୍ରୀଷ୍ମପ୍ରବାହ କାରଣରୁ ଗୟା ପ୍ରଶାସନ ସଠୋରେ ୧୪୪ ଧାରା ଜାରି କରିଛନ୍ତି। ଲୋକମାନଙ୍କୁ ଦିନ ୧୧ଟାରୁ ଅପରାହ୍ନ ୪ଟା ର୍ପଯ୍ୟନ୍ତ ବାହାରକୁ ବାହାରିବାପାଇଁ ମନା କରାଯାଇଛି।
ସପେଟେ ଆକ୍ୟୁଟ୍‌ ଏନ୍‌ସଫୋଲାଇଟିସ୍‌ ସିଣ୍ଡ୍ରୋମ୍‌ (ଏଇଏସ୍‌) ହତେୁ ବିହାରରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨୦ ଜଣଙ୍କ ମୃତ୍ୟୁ ହୋଇଛି। ଏଇଏସ୍‌ ଜନିତ ମୃତ୍ୟୁସଂଖ୍ୟା ୧୦୦ ଅତିକ୍ରମ କରି ସାରିଛି। ଏଇଏସ୍‌ରେ ପ୍ରାଣ ହରାଇଥିବା ଶିଶୁମାନଙ୍କ ବୟସ ୧ରୁ ୧୧ର୍ବଷ ବୟସ ମଧ୍ୟରେ। କବେଳ ଏସ୍‌କେଏମ୍‌ସିଏଚ୍‌‌ରେ ୭୬ ଜଣଙ୍କ ପ୍ରାଣହାନି ହୋଇଥିବାବଳେେ କଜେ୍ରିୱାଲ୍‌ ହସ୍ପିଟାଲ୍‌ରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ଉଲ୍ଲଖେଯୋଗ୍ୟ ୨୦୧୪ରେ ମଧ୍ୟ ଏଇଏସ୍‌ ଯୋଗୁଁ ୩୭୯ ଶିଶୁଙ୍କର ପ୍ରାଣହାନି ହୋଇଥିଲା।

Leave A Reply

Your email address will not be published.