ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ନିଜ ଯୋଜନାର ସ୍ଥିତି ପରଖିବ କୃଷି ବିଭାଗ

0

୩୦ ଜିଲ୍ଲା ଦାୟିତ୍ବରେ ୧୦ ଜଣ କୃଷି ବିଭାଗ ଅଧିକାରୀ
ମାସ ଶେଷ ସୁଦ୍ଧା ବିଭାଗୀୟ ସଚିବଙ୍କୁ ରିପୋର୍ଟ

ଭୁବନେଶ୍ବର: ଚାଷୀଙ୍କ ପାଇଁ ନବୀନ ସରକାର ବହୁ ଯୋଜନା ଦେଇଛନ୍ତି। ଏସବୁ ଯୋଜନା ଚାଷୀଙ୍କ ପାଖରେ ପହଞ୍ଚୁଛି କି ନାହିଁ, ତାହା ଅନୁଧ୍ୟାନ କରିବାକୁ ୩୦ଟି ଜିଲ୍ଲାରେ କ୍ଷତେ୍ର ପରିର୍ଦଶନ କରିବେ କୃଷି ବିଭାଗର ୧୦ ଜଣ ବରିଷ୍ଠ ଅଧିକାରୀ। ଏହି ଅନୁଧ୍ୟାନକାରୀ ଦଳରେ ଉପସଚିବ, ଯୁଗ୍ମ ସଚିବ, ଅତିରିକ୍ତ ଶାସନ ସଚିବ ଓ ସ୍ବତନ୍ତ୍ର ସଚିବ ପାହ୍ୟାର ଅଧିକାରୀ ସାମିଲ ଅଛନ୍ତି। ଆଜିଠାରୁ ୨୨ ତାରିଖ ର୍ପଯ୍ୟନ୍ତ ଏହି ଅଧିକାରୀମାନେ ସବୁ ଜିଲ୍ଲା ଗସ୍ତ କରି ଚଳିତମାସ ଶେଷ ସୁଦ୍ଧା କୃଷି ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିବେ।
ଉଲ୍ଲେଖଯୋଗ୍ୟ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅରୁଣ ସାହୁଙ୍କ ନିର୍ଦେଶ କ୍ରମେ, ଜଣେ ଅଧିକାରୀ ୩ଟି ଲେଖାଏଁ ଜିଲ୍ଲା ଗସ୍ତ କରିବେ। କାଳିଆ ଯୋଜନା,ପ୍ରଧାନମନ୍ତ୍ରୀ ଫସଲ ବୀମା ଆଦି ବିଭାଗର ସମସ୍ତ କାର୍ଯ୍ୟକ୍ରମ ଓ ଯୋଜନା ଯାଞ୍ଚ କରିବେ। ଚାଷୀଙ୍କୁ ମିଳୁଥିବା ବିହନର ମାନ, ଫସଲ ପାଇଁ ଉପଯୁକ୍ତ ଜମି ଓ ଅନୁକୂଳ ପାଣିପାଗ ସମତେ ରୋଗପୋକ ଅବସ୍ଥା, କାଳିଆ ଯୋଜନାର କାର୍ଯ୍ୟକାରିତା, ଓଡ଼ିଶା ମିଲେଟ ମିସନ ଯୋଜନା, ମନରେଗା, ଜାତୀୟ ସ୍ବାସ୍ଥ୍ୟ ମିସନ, ପ୍ରଧାନମନ୍ତ୍ରୀ କୃଷି ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ଜଳସଚେନ ଯୋଜନା, ଆତ୍ମା କାର୍ଯ୍ୟକ୍ରମ, ବିହନ ଗ୍ରାମ ଯୋଜନା, ଜମିର ଉର୍ବରତା ମାପିବା ପାଇଁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ଼ ସମତେ ପ୍ରଧାନମନ୍ତ୍ରୀ ଫସଲ ବୀମା ଅନ୍ତର୍ଗତ ଚାଷୀମାନଙ୍କୁ ବୀମା କ୍ଷତିପୂରଣ ମିଳିବାରେ ସୁବିଧା ହେଉଛି କି ନାହିଁ ସେସବୁର ଅନୁଧ୍ୟାନ କରିବେ ସରକାରୀ ବାବୁ। କୃଷି ବିଭାଗର ଏହି ଅଧିକାରୀମାନେ ଗୋଟିଏ ଜିଲ୍ଲାରେ ଅନ୍ତତଃ ଗୋଟିଏ ରାତି ରହି ବିସ୍ତୃତ ତଥ୍ୟ ସଂଗ୍ରହ କରିବା ସହ ଜିଲ୍ଲା ସ୍ତରରେ ସଭା ଡାକି ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନଠାରୁ ବାସ୍ତବ ସ୍ଥିତିର ସମୀକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି।

Leave A Reply

Your email address will not be published.